“ତୋ ଗୋରା ଦେହେ ଲାଗିଯିବ ରଙ୍ଗର ଛିଟା…” ଭାଇରଲ ବୟ ଶାନ୍ତନୁଙ୍କ ଶୁଣନ୍ତୁ ଏହି ନୁଆଁ ସ୍ଟୁଡ଼ିଓ ଭର୍ସନ ଗୀତ

ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି । ସେଥିରେ କୁନି କୁନି ପ୍ରତିଯୋଗୀ ମାନଙ୍କ ଗୀତ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସୁନ୍ଦର ଭାବରେ ସେମାନେ ଗୀତ ପରିବେଷଣ କରୁଛନ୍ତି ଯାହା ଶୁଣିଲେ ଆପଣ ବି ନାଚି ଉଠିବେ । ତେବେ ସେହି ଶୋ ରେ ଜଣେ କୁନି ପିଲାର ଗୀତ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି ।

ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ । ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିବାର ଦେଖା ଯାଇଛି ।ତେବେ ଏହା ଓଡ଼ିଶାର ନୂଆ ସ୍ୱର ରିୟାଲିଟି ଶୋ ର ଏକ ଏପିସୋଡ଼ ଅଟେ ଯେଉଁ ଏପିସୋଡ଼ କୁ ଓଲିଉଡ କମେଡି କିଙ୍ଗ ପପୁ ପମପମ ମଧ୍ୟ ଆସିଛନ୍ତି । ତେବେ ସେହି ଶୋ ରେ ପ୍ରତିଯୋଗୀ ଙ୍କୁ କମେଡ଼ି ଭିତ୍ତିକ ଗୀତ ପରିବେଷଣ କରିବାର ଥିଲା ଯେହେତୁ ସେହି ଏପିସୋଡ଼ ରେ ସ୍ୱତନ୍ତ୍ର ଅତିଥି ଭାବରେ ପପୁ ଆସିଥିଲେ । ତେବେ ସମସ୍ତେ ହିଁ ସୁନ୍ଦର ଗୀତ ଗାଉଥିବାର ଦେଖାଯାଇଛି ।

ଏଥିମଧ୍ୟରୁ ଜଣେ କୁନି ପିଲାର ଗୀତ ସମସ୍ତଙ୍କ ମନକୁ ଅଧିକ ଛୁଇଁ ଯାଇଛି । ଯାହାଙ୍କ ନାମ ହେଉଛି ଶାନ୍ତନୁ ।ଶାନ୍ତନୁ ଏହି ଏପିସୋଡ଼ ରେ ଖୁବ ଉପଭୋଗ କରି ଗୀତକୁ ପରିବେଷଣ କରୁଥିବାର ଦେଖାଯାଇଥିଲା।ଭାଇରାଲ ବୟ ସାନ୍ତନୁ କୁହା ଯାଉଥିବା ସାନ୍ତନୁଙ୍କ ପୁରା ନାମ ହେଉଛି ସାନ୍ତନୁ କୁମାର ମହାନ୍ତି ଓ ତାଙ୍କୁ ମାତ୍ର ୮ ବର୍ଷ ବୟସ । ଛୋଟ ବେଳୁ ଗୀତ ଗାଈ ଓଡିଶାର କୋଟି କୋଟି ଦର୍ଶକକ ମନରେ ଘର କରି ସାରିଲେଣି ସାନ୍ତନୁ । ତାଙ୍କର ଗୀତ ଓ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ସମସ୍ତେ ଶାନ୍ତନୁ ଙ୍କ ପରିବେଷଣ ଏପରି କୌତୁହଳ ପୂର୍ଣ୍ଣ ଥିଲା ଯେ ଦେଖଣାହାରି ମଧ୍ୟ ନାଚି ଉଠିଛନ୍ତି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି ।ତେବେ ସୋସିଆଲ ମିଡିଆରେ ଶାନ୍ତନୁ ଭାଇରାଲ୍ ହେବା ପରେ ନିକଟରେ ସାନ୍ତନୁ ଏକ ଗୀତ ରେକଡିଂ କରିଛନ୍ତି ଯାହାର ନାମ ହେଉଛି “ରଙ୍ଗର ଛିଟା” ।

ତାଙ୍କ ସହ ଅଙ୍କିତା ରାଣୀ ମଧ୍ୟ ଏହି ଗୀତଟିକୁ ଗାଇଛନ୍ତି । ।ତେବେ ଏହା ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଛି।ତାଙ୍କ ସହ ଗୀତ ଗାଇଥିବା ଅଙ୍କିତା ରାଣୀଙ୍କ ମଧ୍ୟ କଣ୍ଠକୁ ମଧ୍ୟ ଦର୍ଶକେ ଖୁବ ପସନ୍ଦ କରୁଛନ୍ତି । “ଫଗୁ ଫଗୁ ଦିଶେ ଆଜି ଏଇ ଆକାଶଟା, ତୁ ଦିଶୁଛୁ ସତେ ଆଜି ପୁନେଇଁ ଜହ୍ନଟା, ଝିଲିମିଲି କରୁଛି କାଇଁ ଏଇ ପୃଥିବୀ, ପାଖେ ରହିଛି ତୋର ମୁଁ ରହିଥିବି, ଏବେ ଦେବି ତୋତେ ରଙ୍ଗ ଅବିର, ତୋର ମୋର ପ୍ରେମ ହବ ଗଭୀର, ଆରେ କହିଦେ ମୋତେ ଥରେ ତୋ କଥା ମିଠା ମିଠା… ତୋ ଗୋରା ଦେହେ ଲାଗିଯିବ ରଙ୍ଗର ଛିଟା ।”

Leave a Reply

Your email address will not be published. Required fields are marked *