ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।
ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ଏହି ଘଟଣା ଗୋରଖନାଥ ଥାନା ହାତିତାଲ କଲୋନୀ ରେ ରହୁଥିବା ମଧ୍ୟପ୍ରଦେଶ ର ହିମାଂଶୁ ଅଗ୍ରୱାଲ ଜଣେ ଇଞ୍ଜିନିୟର ଅଟନ୍ତି ।ତେବେ ତାଙ୍କ ଘରେ ଲକ୍ଷ ଲକ୍ଷ ଟଙ୍କାର ଚୋରୀ ହେଲା ଓ ଯେତେବେଳେ ପୋଲିସ କୁ ଏହିକଥା ଜଣା ପଡିଲା ତ ଇଞ୍ଜିନିୟର ଘରର ସିସିଟିଭି ଦେଖାଗଲା । ତେବେ ସିସିଟିଭି ରେ ଯାହା ଦେଖିଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ । ଫୁଟେଜ ରେ ହିମାଂଶୁ ଙ୍କର ନିଜ ସ୍ତ୍ରୀ ଚୋରୀ କରୁଥିଲେ । ତାହାକୁ ଦେଖି ହିମାଂଶୁ ଅଗ୍ରୱାଲ ଙ୍କ ପାଦ ତଳୁ ମାଟି ଖସିଗଲା।
ତେବେ ସୂଚନା ଅନୁସାରେ ଅନୁସାରେ ଏମପିବି ସିନିୟର ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀ ଏମପିବି ରେ ଇଞ୍ଜିନିୟର ଅଛନ୍ତି। ୨୦୧୫ ରେ ହିମାଂଶୁ ଓ ତାଙ୍କ ସ୍ତ୍ରୀ ବର୍ଷିକା ଅଗ୍ରୱାଲ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଭୁଲ ବୁଝାମଣା ପାଇଁ ଦୁହେଁ ଅଲଗା ହେଇ ଯାଇଥିଲେ । ଶୁକ୍ରବାର ଦିନ ଯେତେବେଳେ ହିମାଂଶୁ ଘରକୁ ଫେରିଲେ, ଦେଖିବାକୁ ପାଇଲେ ଯେ ତାଙ୍କ ଘର ର ତାଲା ଭଙ୍ଗା ଯାଇଛି ଓ ଘରର ଜିନିଷ ସବୁ ଫୋପଡା ହେଇଛି ।
ତେବେ ଏସବୁ ଦେଖି ସେ ବୁଝିଗଲେ ଯେ ତାଙ୍କ ଘରେ ଚୋରୀ ହେଇଛି । ସେ ତୁରନ୍ତ ପୋଲିସ କୁ ଏହି କଥା ବିଷୟରେ ସୂଚନା ଦେଲେ ।ସୂଚନା ପାଇ ପୋଲିସ ଅଧିକାରୀ ସ୍ନିଫର ଡଗ, ଏଫଏସଏଲ ଏବଂ ଫିଂଗର ପ୍ରିଣ୍ଟ ଏକ୍ସପର୍ଟ ନେଇ ସୂଚନା ସ୍ଥଳରେ ପହଞ୍ଚି ଥିଲେ । ତେବେ ଘର ତଲାସି ସମୟରେ ପୋଲିସ ସିସିଟିଭି ଦେଖିଲା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଏବଂ ପରେ ଜାଣିଲା ଯେ ଚୋରୀ ଆଉ କେହି ନୁହେଁ ହିମାଂଶୁ ଙ୍କ ସ୍ତ୍ରୀ ବର୍ଷିକା କରିଛନ୍ତି ।
ସନ୍ଧ୍ୟା ୬.୪୭ ମିନିଟ ରେ ବରସିକା ୨ ଟି ଲୋକଙ୍କ ସହ ଆସି ତାଲା କାଟିବାର ଓ ଚୋରୀ କରିବାର ସିସିଟିଭି ରେ ଫୁଟେଜ ରହିଛି ।ତେବେ ଘରେ ଥିବା କାଗଜପତ୍ର ଓ ସୁନା ଗହଣା ନେଇ ୨ ଟି ଲୋକ ବାଇକ ରେ ପଳାଇଲେ ତା’ ପରେ ବର୍ଷିକା ୫୦ ହଜାର ଟଙ୍କା ଓ କିଛି ଅନ୍ୟ ଗହଣା ନେଇ ଘରୁ ବାହାରିବାର ଫୁଟେଜ ରେ ଦେଖା ଯାଉଛି । ନିଜ ସ୍ତ୍ରୀ ହିଁ ତାଙ୍କ ଘରେ ଏମିତି କରିଛନ୍ତି ଏ କଥାକୁ ସେ ସହଜରେ ବିଶ୍ଵାସ କରି ପାରିଲେ ନାହିଁ । ସେ ଆଶ୍ଚର୍ଯ୍ୟ ହୋଇଗଲେ ।