ଛୁଆ ପିଲା ହେଉନାହାନ୍ତି କି? ଜାଣନ୍ତୁ କଣ କରିବେ ଯାହାଦ୍ୱାରା ଆପଣ ଗର୍ଭବତୀ ହୋଇପାରିବେ !

ପ୍ରତ୍ୟେକ ନାରୀମାନେ ବିବାହ କରିସାରିବା ପରେ ମା ହେବା ତାଙ୍କର ଜୀବନର ଏକ ଅମୂଲ୍ୟ ଭାବନା ହୋଇଥାଏ। କୁହାଯାଏକି ମା ହେବା ସବୁ ନାରୀମାନଙ୍କର ସୌଭାଗ୍ୟ ଅଟେ। କେବଳ ମା ହେବା ମଣିଷମାନଙ୍କ ପାଇଁ ନୁହେଁ ପଶୁମାନଙ୍କ ପାଇଁ ମଧ୍ୟ ଏହା ଏକ ଅମୂଲ୍ୟ ଉପହାର ସଦୃଶ୍ୟ ହୋଇଥାଏ। ନାରୀମାନେ ନିଜର ଜୀବନରେ ଅନେକ ପ୍ରକାର ଭୂମିକା ଗ୍ରହଣ କରିଥାଆନ୍ତି ଆଉ ଏହି ସବୁ ଭୂମିକା ମଧ୍ୟରେ ମା ହେବାର ମଧ୍ୟ ରହିଥାଏ। କିନ୍ତୁ କିଛି ମହିଳାମାନେ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଥାନ୍ତି ଓ ସବୁବେଳେ ଦୁଃଖୁତ ରହିଥାନ୍ତି।

ମେଡିକାଲ ସାଇନ୍ସ ଅନୁସାରେ ଆମମାନଙ୍କର ନୀତିଦିନିଆ ଜୀବନର କିଛି ଭୁଲ ଯୋଗୁଁ ହିଁ ଏମିତି ଥାଏ। ତେବେ ଆଜି ଆମେ ଜାଣିବା କଣ କଲେ ଆପଣମାନଙ୍କ ଏହି ସମସ୍ୟା ଦୂର ହୋଇପାରିବ ଓ ଆପଣ ମଧ୍ୟ ମା ହେବାର ସୌଭାଗ୍ୟ ପାଇପାରିବେ। ଆସନ୍ତୁ ଏହି ବିଷୟରେ ଜାଣିବା।

୧। ମେଡିକାଲ ସାଇନ୍ସ ଅନୁସାରେ ଯଦି ଆପଣ ଥାଇରଏଡ ସମସ୍ୟାରେ ପୀଡ଼ିତ ହୋଇଥାନ୍ତି ତେବେ ଏହା ଆପଣଙ୍କର ପ୍ରେଗ୍ନେଶିରେ ବାଧା ସୃଷ୍ଟି କରିଥାଏ। ତେଣୁ ଯଦି ଆପଣଙ୍କର ଏହି ସମସ୍ୟା ଅଛି ତେବେ ଆପଣ ନିଜର ଥାଇରଏଡର ଟେଷ୍ଟ କରନ୍ତୁ।

୨। ଯଦି ଆପଣ ଅଧିକ ଦିନ ଧରି ଗର୍ଭବତୀ ହେଇ ପାରୁନାହାଁନ୍ତି ତେବେ ନିଜ ସ୍ବାମୀଙ୍କ ସହ ନିଜର ମଧ୍ୟ ଡାଇବେଟିସ ଟେଷ୍ଟ କରନ୍ତୁ କାରଣ ଡାଇବେଟିସ ମଧ୍ଯ ଗର୍ଭବତୀ ହେବାରେ ବାଧକ ସଜିଥାଏ।

୩। କିଛି ମହିଳାମାନଙ୍କର ଓଭାରି ସମସ୍ୟା ଥାଏ, ଯାହାକୁ ମେଡିକାଲ୍ ଭାଷାରେ POCS ରୋଗ ମଧ୍ୟ କୁହାଯାଏ ଯାହା ପ୍ରତି ସେମାନେ ଅଜ୍ଞାତ ଥାଆନ୍ତି। ଏହି ରୋଗରେ ଓଭାରୀ ବଡ଼ ହୋଇଯାଏ ଯାହା ଫଳରେ ପିଲା ରହିପାରେ ନାହିଁ। ତେଣୁ ଏଥିପାଇଁ ଚିକିତ୍ସା କରନ୍ତୁ।

୪। ତେବେ ଗର୍ଭବତୀ ନହେବା ର ଆଉ ଏକ କାରଣ ମଧ୍ୟ ସ୍ଟର୍ମ ମୋଟାଲିଟି ରେଟ ହୋଇଥାଏ ଯାହାକି ଅନିଦ୍ରା ଓ ଅଧୂକ ତାପମାତ୍ରାରେ ଦୁର୍ବଳ ହୋଇଯାଇଥାଏ। ଯାହା ଗର୍ଭଧାରଣ କରିବାରେ ବାଧା ସୃଷ୍ଟି କରିଥାଏ।

୫। ଗର୍ଭବତୀ ନହୋଇ ପରିବାର ଆଉ ଏକ କାରଣ ମଧ୍ଯ ମୋଟପା ହୋଇଥାଏ ତେଣୁ ଏଥିପାଇଁ ଧ୍ୟାନ ଦିଅନ୍ତୁ ଓ ନିୟମିତ ବ୍ୟାୟାମ କରନ୍ତୁ।

୬। ଗର୍ଭଧାରଣ କରିବା ପାଇଁ ସହବାସ ଠିକ୍ ସମୟରେ କରିବା ଅନନ୍ୟ ଜରୁରୀ ହୋଇଥାଏ। ତେଣୁ ଏଥିପାଇଁ ଧ୍ୟାନ ଦିଅନ୍ତୁ।

୭। ମହିଳାମାନେ ନିଜର ଋତୁସ୍ରାବର ଡେଟ ମନେ। ରଖନ୍ତୁ ଋତୁସ୍ରାବର ୧୧ ଦିନ ପରେ ୫ ଦିନ ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ରଖିବା ଦ୍ବାରା ଗର୍ଭବତୀ ହୋଇଥାନ୍ତି ତେଣୁ ଏହି ସମୟରେ ଶାରିରୀକ ସମ୍ପର୍କ ରଖନ୍ତୁ।

୮। କିଛି ମହିଳା ଗର୍ଭ ନିରୋଧକ ବଟିକା ସେବନ କରୁଥାନ୍ତି। ତେବେ ଯଦି ଆପଣ ଗର୍ଭବତୀ ହେବା ପାଇଁ ଚାହୁଁଛନ୍ତି ତେବେ ଏହାର ୩ ମାସ ପୂର୍ବରୁ ଏହାର ବ୍ୟବହାରକୁ ବନ୍ଦ କରନ୍ତୁ।

Leave a Reply

Your email address will not be published. Required fields are marked *