ନ୍ୟୁକ୍ଲିୟର ଆକ୍ରମଣର ଧମକ : ନିଜ ପରିବାରକୁ ଅଣ୍ଡରଗ୍ରାଉଣ୍ଡ ସିଟିରେ ଲୁଚାଇଲେ ପୁତିନ ?

ଏହି ସମୟରେ ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଜାରି ରହିଛି। ନ୍ୟୁକ୍ଲିୟର ଆଟାକ କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ରୁଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭ ଦାବି କରିଛନ୍ତି କି, ଯଦି ତୃତୀୟ ବିଶ୍ଵଯୁଦ୍ଧ ହୁଏ ତାହେଲେ ବହୁତ ବିଧ୍ଵଂସକ ହେବ।

ଏଥିରେ ବହୁତ ନ୍ୟୁକ୍ଲିୟର ହତିଆର ଗୁଡ଼ିକର ବ୍ୟବହାର ମଧ୍ୟ କରାଯିବ। ଏହାମଧ୍ୟରେ କିଛି ମିଡ଼ିଆ ରିପୋର୍ଟସ ସାମ୍ନାକୁ ଆସୁଛି କି, ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନିଜର ପରିବାରକୁ ଅଣ୍ଡର ଗ୍ରାଉଣ୍ଡ କରିଦେଇଛନ୍ତି।

ଏମିତିରେ ଯଦି ନ୍ୟୁକ୍ଲିୟର ଆଟାକ ହେବ ତାହେଲେ ପୁତିନଙ୍କ ପରିବାର ସୁରକ୍ଷିତ ରହିବ। ଏହି ଦାବି ସେଠାରର ପ୍ରଫେସର ବାଲେରୀ ସୋଲବେ କରିଛନ୍ତି।

ଡେଲିମେଲ ମିଡ଼ିଆ ରିପୋର୍ଟ ମୁତାବିକ, ଏହି ପ୍ରଫେସର ଜଣକ ଦାବି କରି କହିଛନ୍ତି, ପୁତିନ ନିଜର ପରିବାରକୁ ସାଇବେରିଆ ସ୍ଥିତ ଅଣ୍ଡର ଗ୍ରାଉଣ୍ଡ ସିଟିରେ ଲୁଚାଇ ରଖିଛନ୍ତି।

ପ୍ରଫେସରଙ୍କ କହିବା ମୁତାବିକ, ନ୍ୟୁକ୍ଲିୟର ଯୁଦ୍ଧ ସମୟରେ ଏହି ବଙ୍କର ସବୁଠାରୁ ସୁରକ୍ଷିତ ରହିବ। ଏହି ଅଣ୍ଡର ଗ୍ରାଉଣ୍ଡ ସିଟି ଅତ୍ୟାଧୁନିକ ଟେକନୋଲୋଜି ଓ ବିଜ୍ଞାନ ଦ୍ୱାରା ପ୍ରସ୍ତୁତ ହୋଇଛି।

ପୁତିନଙ୍କ ପରିବାରର ଏହି ଲୋକ ଯାଇଛନ୍ତି ଅଣ୍ଡର ଗ୍ରାଉଣ୍ଡ ଭିତରକୁ:-

ସୋଲବେ ସ୍ପଷ୍ଟ ରୂପରେ ଦର୍ଶାଇ ପାରିନାହାଁନ୍ତି କି, ଏହି ଅଣ୍ଡର ଗ୍ରାଉଣ୍ଡ ଭିତରକୁ କିଏ ଯାଇଛନ୍ତି କିନ୍ତୁ ସେ ପୁତିନଙ୍କ ଉପରେ ପୂର୍ବରୁ ଆରୋପ ଲଗାଇ ଆସୁଛନ୍ତି। ଏକଦା ସମୟରେ ସେ ଦାବି କରିଥିଲେ କି, ଅଲମ୍ପିକରେ ଗୋଲଡ଼ ମେଡାଲ ଜିତିଥିବା ଏଲିନା କବାଇବା ପୁତିନଙ୍କ ସିକ୍ରେଟ ପତ୍ନୀ ଅଟନ୍ତି। ପୁତିନଙ୍କ ଦୁଇଜଣ ଝିଅ ଅଛନ୍ତି, ମାରିଆ (36) ଓ କ୍ୟାତ୍ରିନା (35)। କ୍ୟାତ୍ରିନା ପୂର୍ବରୁ ଜଣେ ଡ୍ୟାନ୍ସର ଥିଲେ ବର୍ତ୍ତମାନ ସେ ଜଣେ ଗଣିତଜ୍ଞ ଅଟନ୍ତି।

ମିଡ଼ିଆ ରିପୋର୍ଟ ଅନୁସାରେ ତାଙ୍କର ଆଉ ଜଣେ ଝିଅ ଲୁଇଯା ରୋଜୱା ରହିଛନ୍ତି। ଏହା ତାଙ୍କ ପ୍ରଥମ ରିଲେଶନସିପ ଶ୍ଵେତଲାନା କ୍ରିଭନଗିଭଙ୍କ ଠାରୁ ଥିଲା। ସେହିପରି କବାଇବା ଙ୍କ ଠାରୁ ମଧ୍ୟ ତାଙ୍କର ଏକ ସନ୍ତାନ ରହିଛନ୍ତି। ପୁତିନ ସର୍ବଦା ନିଜ ବ୍ୟକ୍ତିଗତ ଜୀବନ ଭିତରେ କାହାରିକୁ ହସ୍ତକ୍ଷେପ କରିବାକୁ ଦିଅନ୍ତି ନାହିଁ।

ଏହାପୂର୍ବରୁ ସୋଲବେ ପୁତିନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ କି , ପୁତିନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ ରହିଛନ୍ତି। ଏପରିକି ସେ ଏହା ଆରୋପ ଆଣିଥିଲେ କି, ରାଷ୍ଟ୍ରପତି ପୁତିନ ଓ ରାଖ୍ୟମନ୍ତ୍ରୀ ସରଗେଇ ଶୋଇଗୁ (shamnic) ନାମକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଗତ ସପ୍ତାହରେ ସେ ରୁଷ ସରକାରଙ୍କ ସହ ଜଡ଼ିତ ଅଧିକାରୀ ମାନଙ୍କ ସହିତ ଦୀର୍ଘ ସାତଘଣ୍ଟା ଧରି ପ୍ରଶ୍ନ କରିଥିଲେ। ଏଥିରେ ସେ ରାଷ୍ଟ୍ରପତି ପୁତିନଙ୍କ ମେଣ୍ଟାଲ ଓ ମେଡ଼ିକାଲ ହେଲଥକୁ ନେଇ ଟେଲିଗ୍ରାମ ସାଇଟ ଉପରେ ଆରୋପ ଆଣିଥିଲେ। ସୋଲବେ ଙ୍କ ଘରକୁ ଛାପା ମରାଯାଇଥିଲା କେତେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ କରାଯାଇଥିଲା, ଏମାନଙ୍କ ମଧ୍ୟରୁ କିଛି ଇଲେକ୍ଟ୍ରୋନିକ୍ସ ଜିନିଷ ସାମିଲ ଥିଲା। ପଚରାଉଚରା ପରେ ସୋଲବେଙ୍କୁ ଛାଡ଼ି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *