ପ୍ରଥମେ ହଗ୍ କରି ସେଲଫି ନେଲା, ଆଉ ତା ପରେ ଏସିଡ ଟବରେ ପ୍ରେମିକାକୁ ପକାଇ କଲବଲ କରି ମାରିଲା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

“କୁହାଯାଇଥାଏ ପ୍ରେମ ଅନ୍ଧ ହୋଇଥାଏ”,କାରଣ ପ୍ରେମ କରୁଥିବା ମଣିଷଟି ପ୍ରେମରେ ପଡି କିଛି ଜାଣି ପାରିନଥାଏ କି କେଉଁ କାମଟି ଠିକ୍ ଏବଂ କେଉଁ କାମଟି ଭୁଲ୍। କେବଳ ତାର ମନକୁ ଯାହା ଠିକ୍ ଲାଗିଥାଏ ସେମାନଙ୍କ କରିଥାଏ, ଅନେକ ସମୟରେ ସେହି କାମଟି ଠିକ୍ ହୋଇଯାଇଥାଏ ଏବଂ ଅନେକ ସମୟରେ ତାହା ଭୁଲ୍ ମଧ୍ୟ ହୋଇଯାଇଥାଏ।

ଆଉ ଆଜିକାଲି ଯୁଗରେ ଜଣେ ଭଲ ପ୍ରେମିକ ବା ପ୍ରେମିକା ପାଇବା ବହୁତ କଷ୍ଟ, କାରଣ ଆଜିକାଲି ସମସ୍ତେ କେବଳ ସ୍ୱାର୍ଥପର ଟଙ୍କା ଲୋଭରେ ଲୋକମାନେ ପ୍ରେମ କରୁଛନ୍ତି ଆଉ ଟଙ୍କା ହାସଲ କରିବା ପରେ ପ୍ରେମ କରିବା ମଧ୍ୱ ଛାଡି ଦେଉଛନ୍ତି। ସେଥିପାଇଁ ତ କୁହାଯାଏ “ପ୍ରେମ କରିବା ଭୁଲ୍ ନୁହେଁ, ପ୍ରେମରେ ହେଉଥିବା କାମ ଗୁଡିକ ଭୁଲ୍।

ମଣିଷ ରୂପୀ ସୈତାନର ଭୟଙ୍କର ରୂପ, ପ୍ରେମ ବିବାହ କରିଥିବା ପତ୍ନୀକୁ ଅତି ବିଭତ୍ସ ଭାବରେ ଏସିଡ଼ ଭର୍ତ୍ତି ଟବରେ ପକାଇ ଜୀବନ ନେଇଗଲା ସ୍ୱାମୀ। ଏପରି ଜଘନ୍ୟ ହତ୍ୟାକାଣ୍ଡର କେହି କଳ୍ପନା ମଧ୍ୟ କରି ପାରୁନଥିବା ବେଳେ। ଅଷ୍ଟ୍ରେଲିଆର ମେରାଜ ଜଫର ନାମକ ଜଣେ ବ୍ୟକ୍ତି ଏପରି କରିଥିବା ଜାଣିବାକୁ ମିଳିଛି।

ତେବେ, ପୋଲିସ ଠାରୁ ବର୍ତ୍ତିବା ପାଇଁ ମେରାଜ ବହୁ ଚେଷ୍ଟା କରିଥିଲେ ହେଁ ଏବେ ତାକୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାଇ ମେରାଜ ଜଫର ପେଷାରେ ଜଣେ ବଡ଼ି ବିଲ୍ଡର ଅଟନ୍ତି। ସେ ଦିର୍ଘଦିନ ଧରି ଅମିନା ହୟାତ ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ଗତ କିଛିଦିନ ତଳେ ହିଁ ସେମାନଙ୍କର ବିବାହ ହୋଇଥିଲା। କିନ୍ତୁ, ମେରାଜ ଅତ୍ୟନ୍ତ ଚତୁରତାର ସହିତ ଅମିନାଙ୍କୁ ଏସିଡ଼ ଭର୍ତ୍ତି ଟବରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟାର କିଛି ସମୟ ପୂର୍ବରୁ ସେ ଅମିନାଙ୍କୁ କୁଣ୍ଢାଇ ଧରିବା ସହିତ ସେଲ୍ଫି ନେଇଥିବା ଜଣାପଡିଛି।ନିଜର ଦୋଷକୁ ଲୁଚାଇବା ପାଇଁ ମେରାଜ ଉକ୍ତ ଫୋଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଘଟଣା ଦିନ ହୟାତଙ୍କ ପରିଜନ ଘରକୁ ଆସି ସେଠାରେ ଭଙ୍ଗାରୁଜା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରକୁ ଯାଇ ଦେଖିବା ବେଳେ ବାଥ ରୁମ ଟବରେ କେବଳ କିଛଖଣ୍ଡ ମାଂସ ଟୁକୁରା ଦେଖିଥିଲେ। ଏହାପରେ ସନ୍ଦେହ ହେବାରୁ ସେମାନେ ଏଥିନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମେରାଜକୁ ଗିରଫ କରିଥିଲେ ହେଁ ହତ୍ୟା ପଛରେ ଥିବା କାରଣ ସମ୍ପର୍କରେ କିଛି ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *