ସାରା ବିଶ୍ଵକୁ ଘାରିଛି ପରମାଣୁ ଯୁଦ୍ଧର ଭୟ ! ଏହି ସବୁ ଦେଶ ପାଖରେ ରହିଛି ସବୁଠୁ ଅଧିକ ପରମାଣୁ ବୋମା,ଗୋଟିଏ ଚୁଟକିରେ କରିଦେବେ ପୁରା ପୃଥିବୀକୁ ଧ୍ଵଂସ !

ୟୁକ୍ରେନ ଓ ରୁଷିଆ ମଧ୍ୟରେ ହେଉଥିବା ମହାଯୁଦ୍ଧରେ ଚିନ୍ତାରେ ରହୁଛନ୍ତି ପୁରା ବିଶ୍ଵ।ପରମାଣୁ ବୋମା ପଡିବ ବୋଲି ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।ଯୁକ୍ରେନ ଉପରେ ଋଷିଆ ଆକ୍ରମଣ କରୁଥିବାରୁ ନାଟୋ ଦେଶ ଏହାକୁ ନିନ୍ଦା କରିବା ସହିତ ଯୁଦ୍ଧରୁ ଓହରି ଯିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଋଷିଆ ର ରାଷ୍ଟ୍ରପତି କାହାର କଥାକୁ ଖାତିର କରିଲେ ନାହିଁ।

ସେ କହୁଥିଲେ ଏହି ଯୁଦ୍ଧରେ ଯିଏ ମୁଣ୍ଡ ପୁରାଇବ ତାହାର ମୁଣ୍ଡ ଗଡିବ।କେତୋଟି ସେକେଣ୍ଡ ରେ ସବୁ ଧ୍ଵଂସ କରି ଦେଇଥାଏ।୭୫ ବର୍ଷ ପୂର୍ବେ ଆମେରିକା ଜାପାନ ଉପରେ ଯେଉଁ ପରମାଣୁ ବୋମା ପକେଇଥିଲା ତାହାର ଭୟଭୟତା ଏବେ ବି ଲୋକଙ୍କ ମନରୁ ଯାଇନାହିଁ। ୧୯୪୫ ମସିହା ଅଗଷ୍ଟ ୬ ତାରିଖ ରେ ଜାପାନ ହିରୋସୀମା ଏହାର ୩ ଦିନ ପରେ ନାଗାସିକି ଉପରେ ଆମେରିକା ପରମାଣୁ ବୋମା ପକେଇଥିଲେ। ଦେଢ଼ ଲକ୍ଷ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।ଲକ୍ଷ ଲକ୍ଷ ଲୋକ ବିକଳାଙ୍ଗ ଓ ପଙ୍ଗୁ ହୋଇଯାଇଥିଲେ।ଆଜିଦିନରେ ମାତ୍ର ୯ଟି ଦେଶ ପାଖରେ ଏହି ଭୟଙ୍କର ପରମାଣୁ ବୋମା ରହିଛି ।

ମୋଟ ୧୩ ହଜାର ୪ ଶହ ବୋମା ରହିଥିବା ନେଇ ସୂଚନା ମିଳିଛି । ସେଥିମଧ୍ୟରୁ ପାଖାପାଖି ୪ ହଜାର ବୋମାର ପରୀକ୍ଷା ହୋଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୯୪୫ରୁ ୨୦୨୨ ମଧ୍ୟରେ ପ୍ରାୟ ୧ ଲକ୍ଷ ୨୫ ହଜାର ବୋମା ପ୍ରସ୍ତୁତ କରାଯାଇଛି । ୪ ବର୍ଷ ପରେ ଋଷିଆ ପରମାଣୁ ବୋମା ହାତେଇଥିଲା । ୭୫ ବର୍ଷ ଭିତରେ ଆମେରିକା ପାଖାପାଖି ୬୭ ହଜାର ପରମାଣୁ ବୋମା ତିଆରି କରିଛି । ଜାପାନ ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇଥିଲା ତାହା ୟୂରାନିୟମ ଭିତ୍ତିକ ଥିଲା ଓ ତାହାର ନାମ ଲିଟିଲ ବୟ ଓ ଫ୍ୟାଟମ୍ୟାନ ଥିଲା।

ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଆମେରିକା, ଋଷିଆ, ଭାରତ, ଫ୍ରାନ୍ସ, ଉତ୍ତର କୋରିଆ, ପାକିସ୍ତାନ, ଇଂଲଣ୍ଡ, ଚୀନ ଓ ଇସ୍ରାଏଲ ପାଖରେ ପରମାଣୁ ବୋମା ମହଜୁଦ ରହିଛି ।ଋଷିଆ ପାଖାପାଖି ୧୭ ଶହ ପରମାଣୁ ବୋମା ନିଜ ପାଖରେ ରଖିଛି । ୧୯୭୪ ମସିହାରେ ଭାରତ ପ୍ରଥମ ପରମାଣୁ ପରୀକ୍ଷଣରେ ବିଫଳ ହୋଇଥିବା ବେଳେ ୧୯୯୮ ମସିହାରେ ଏଥିରେ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *