ଗତକାଲି ପ୍ରଧାନମନ୍ତ୍ରୀ କିଛି ନୂଆ ଘୋଷଣା କରିଛନ୍ତି। ଆପମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିଷୟରେ ନିଶ୍ଚିତ ଜାଣିଥିବେ। ଗତବର୍ଷ କୋରନା ସମୟରେ ଏହାକୁ ଲାଗୁ କରଯାଇଥିଲା। ଯାହା ଦ୍ୱାରା ସମସ୍ତଙ୍କୁ ମିଳୁଥିବା ମାଗଣା ରାସନ ଆଉ ୪ମାସ ଆହୁରି ବୃଦ୍ଧି କରାଯାଇଛି।
ଏହି ଯୋଜନା ଅନୁଯାୟୀ ୨୪ କୋଟି ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ମଧ୍ଯ ଯୋଗେଇଛନ୍ତି। ଏବଂ କେବିନେଟ ବୈଠକ ପରେ ସୂଚନା ପ୍ରସାରଣ ମନ୍ତ୍ରୀ ଅନରାଲ ସିହଂ ଠାକୁର ସୂଚନା ଦେଇ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅର୍ଥାତ 4 ମାସ ବୃଦ୍ଧି କରିଛନ୍ତି। ତେବେ ସେ କହିଛନ୍ତିକି ଏଥିପାଇଁ ଅତିରିକ୍ତ 53344 କୋଟି ଟଙ୍କାର ଆବଶ୍ୟକ ରହିଛି।
ସେ ଏହା ମଧ୍ଯ କରିଛନ୍ତିକି ଏହି ସଂପ୍ରସାରଣ ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମୋଟ ମୂଲ୍ୟ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କାରେ ପହଁଚିବ। ତେବେ କୋଭିଡ ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଏହି ସଂଙ୍କଟର ସମାଧାନ ପାଇଁ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ପ୍ରଥମେ ୩ମାସ ପାଇଁ ପ୍ରଦାନ ହୋଇଥିବା ସମୟରେ ବର୍ତ୍ତମାନ ପୁଣି ଏହି କାର୍ଯ୍ୟକର୍ମକୁ ଆଉ ୫ ମାସ ପାଇଁ ବୃଦ୍ଧି କରିଦିଆ ଯାଇଥିଲା।
ହେଲେ ଗତକାଲିର କେବିନେଟ ବୈଠକରେ ପୁଣି ଥରେ ୪ ମାସ ପାଇଁ ବୃଦ୍ଧି ହୋଇଛି। ତେବେ କୋଭିଡ-୧୯ ମହାମାରୀ ହେତୁ ସୃଷ୍ଟି ହୋଇଥିବା ସଂକଟର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରଥମେ ୩ ମାସ ପାଇଁ ପ୍ରଦାନ କରାଯାଇଥିଲା ପରେ ଏହି ସଂକଳ୍ପ ଜାରୀ ରହିବାରୁ ଏହି କାର୍ଯ୍ୟକ୍ରମକୁ ଆଉ ୫ ମାସ ପାଇଁ ବୃଦ୍ଧି କରାଯାଇଥିଲା।
ତାପରେ ଦିତ୍ଵୀୟ ଲହର ଆରମ୍ଭ ହେବା ପରେ ଏହାକୁ ପୁଣି ୨ ମାସ ପାଇଁ ଲଞ୍ଚ କରାଯାଇଥିଲା ଆଉ ୫ ମାସ ପାଇଁ ଏହାକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏହା ଗତକାଲିର କ୍ୟାବିନେଟ ବୈଠକରେ ବଡ ଘୋଷଣା ମୁତାବକ ପୁଣି ଆଉ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଅର୍ଥାତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କୁ ମାଗଣା ରାସନ ମିଳିବାକୁ ଯାଉଛି। ତେବେ ଆପଣ ମାନଙ୍କର ରାସନ କାର୍ଡ ଥିଲେ ଆପଣମାନେ ମଧ୍ୟ ଏହାର ଲାଭ ଉଠେଇ ପାରିବେ।