ଶତ୍ରୁ ଋଷ ସୈନିକଙ୍କ କଷ୍ଟ କମ୍ କରିବାକୁ ୟୁକ୍ରେନ ସୈନିକ ଦେଲେ ସିଗାରେଟ୍,ଦେଖନ୍ତୁ ଭିଡ଼ିଓ

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଅନେକ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ମୁତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା । ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି ।

ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ପ୍ରତ୍ୟେକ ଦିନ ୟୁକ୍ରେନ ର ଜଟିଳ ଖବର ଶୁଣିବାକୁ ମିଳିଛି ।ଅନେଟ ଦିନ ଧରି ଋଷ ୟୁକ୍ରେନ ଉପରେ ବୋମା ମାଡ଼ କରି ଚାଲିଛି । ଯାହା ଫଳରେ ବଡ଼ ବଡ଼ ମହଲା ସବୁ ଭାଙ୍ଗି ଯାଉଛି । ଅନେକ ଆହତ ମଧ୍ୟ ହେଉଛନ୍ତି । ତେବେ ୟୁକ୍ରେନ ଏହି ଯୁଦ୍ଧ ରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ବେଳେ ଋଷ ପାଖରେ ସୈନ୍ୟ ସଂଖ୍ୟା ଅଧିକ ମାତ୍ରା ରେ ଥିବାରୁ ସେ ଆକ୍ରମଣ କରି ଚାଲିଛି । ବର୍ତ୍ତମାନ ପରିସ୍ଥିତି ଏପରି ହେବାରେ ଲାଗିଛି ୟୁକ୍ରେନ ର ଜନ ସାଧାରଣ ମଧ୍ୟ ବନ୍ଧୁକ ଉଠାଉଛନ୍ତି।

ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ କାହାଣୀ ସାମ୍ନାକୁ ଆସୁଛି, ଅନେକ ଦୁଃଖଦ ଘଟଣା ଆଦି ମଧ୍ୟ ଦେଖିବାକୁ ମିଳୁଛି। ହେଲେ ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ କି ୟୁକ୍ରେନର ସୈନିକ ମାନଙ୍କ ପାଖରେ ମାନବିକତା ଦେଖିବାକୁ ମିଳିଛି। ଋଷ୍ ର ଜଣେ ସୈନିକ ୟୁକ୍ରେନ ମଧ୍ୟକୁ ଆସିଥିଲେ ଏବଂ ସିଏ ଏଠାକାର ସୈନିକଙ୍କ ହାତରେ ପଡି ଯାଇଥିଲେ।

ଅନେକ ସମୟରେ ଆମେ ଦେଖିବାକୁ ପାଉ ଯେ ଅଲଗା ଦେଶର ସୈନିକ ମାନେ ହାତରେ ପଡ଼ିଲେ ସେମାନଙ୍କ ଉପରେ ବହୁତ ଅତ୍ୟାଚାର ହୋଇଥାଏ। ହେଲେ ଏଠାରେ ସେପରି କିଛି ଦେଖିବାକୁ ମିଳିନଥିଲା। ୟୁକ୍ରେନର ସୈନିକ ମାନେ ଋଷର ସେହି ସୈନିକଙ୍କ ଠାରୁ କିଛି ଖବର ସଂଗ୍ରହ କରିବାକୁ ଚାହୁଁଥିଲେ ଯେଉଁଥିରୁ ସେମାନେ ଜାଣିପାରିବେ କି ଋଷ କେଉଁ ପଟ ଦେଇ ୟୁକ୍ରେନର ରାଜଧାନୀ କିବ୍ କୁ ପସିବ ଏବଂ ଏମାନେ ନିଜର ମାତୃଭୂମିକୁ ରକ୍ଷା କରି ପାରିବେ। ୟୁକ୍ରେନର ସୈନିକ ମାନେ କୌଣସି ପ୍ରକାରର ବି ଅତ୍ୟାଚାର ଋଷର ସୈନିକଙ୍କ ଉପରେ କରୁନଥିଲେ, ତାଙ୍କୁ ଆହୁରି ସିଗାରେଟ୍ ପିଇବାକୁ ଦେଉଥିଲେ।

Leave a Reply

Your email address will not be published. Required fields are marked *