ମୋ ବସ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ । ୬ ମାସର ଶିଶୁ ବଢୁଛି ମା ପେଟରେ ..

ପ୍ରତି ଟି ମୁହୂର୍ତ୍ତ ରେ ଦୁର୍ଘଟଣା ଆଖି ଖୋଲି ଚାହିଁ ରହିଛି । ବର୍ତମାନ ର ସମୟ ଭାରି ଜଟିଳତର । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ

ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ବର୍ତ୍ତମାନ୍ ର ସମୟ ଏପରି ଯେ ଘରୁ ବାହାରିବା ମାତ୍ରେ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ୁଚି । ସେହିପରି ଏକ ଦୁର୍ଘଟଣା ଘଟିଛି ନିମାପଡ଼ା ବାସିନ୍ଦା ଙ୍କ ସହିତ । ମୋ ବସ ର ଡ୍ରାଇଭର ଙ୍କ ତ୍ରୁଟି ଯୋଗୁଁ ଅନାୟସ ରେ ଗୋଟିଏ ଜୀବନ ଚାଲି ଯାଇଛି ।

ନିମାପଡ଼ା ଥାନା ଅଧୀନସ୍ଥ ଧୀରପୂର୍ ଗାଆଁ ରେ ଏହି ଘଟଣା ଦେଖିବାକୁ ମିଳିଛି । ଗତ ୭ ତାରିଖ ରେ ମୋନଜ୍ ମଲ୍ଲିକ ନିଜ ବାଇକ୍ ଯୋଗେ ଘର କୁ ଫେରୁଥିଲେ । ଘର କୁ ଆସୁଥିବା ବେଳେ ମୋ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା ଚାଲିଥିଲା । ଚିକିତ୍ସିତ ଥିବା ଅବସ୍ଥା ରେ ୧୧ ତାରିଖ ରେ ସେ ମୃତ୍ୟୁ ବରଣ କରିଥିଲେ । ତେବେ ଘରେ କେବଳ ମା , ରୋଗିଣା ବାପା ଓ ସଦ୍ୟ ବିବାହିତ ସ୍ତ୍ରୀ ଜଣକ ।

ସ୍ବାମୀ ଙ୍କ ମୃତ୍ୟୁ ରେ ନୂତନ ବିବାହିତ ସ୍ତ୍ରୀ ଙ୍କ ମୁଣ୍ଡରୁ ସିନ୍ଦୂର ଲିଭିଗଲା । ପେଟରେ ବଢୁଛି ୬ ମାସ ର ଶିଶୁ ଟିଏ । ତେବେ ବୋହୂ ଟିଏ ବର୍ତମାନ ଚିନ୍ତା କରୁଛି କିପରି ନିଜ ଶାଶୁ ଶଶୁର ଙ୍କ ଗୁଜୁରାଣ ମେଣ୍ଟେଇବ । ସେଥିପାଇଁ ସେ ସରକାର ଙ୍କ ପାଖରେ ଗୁହାରି କରିଛନ୍ତି କୁ ତାଙ୍କୁ କୌଣସି ଚାକିରୀ ଦେବା ପାଇଁ । ଯାହା ଦ୍ଵାରା ସେ କିଛି ତାଙ୍କ ରୋଜଗାର କରିପାରି ନିଜ ଗୁଜୁରାଣ ମେଣ୍ଟଇବା ସହିତ ଶାଶୁ ଶଶୁର ଙ୍କ ମଧ୍ୟ ଦେଖା ଚାହାଁ କରିପାରିବ ।

କେତେବେଳେ କଣ ବିପଦ ଆସିଥାଏ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । କାରଣ ବିପଦ କେବେ ହେଲେ କହି କରି ଆସିନଥାଏ । ବର୍ତ୍ତମାନ୍ ର ସମୟ ଏପରି ଯେ ଘରୁ ବାହାରିବା ମାତ୍ରେ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ୁଚି । ସେହିପରି ମୋନଜ ଙ୍କ ଜୀବନ ରେ ମଧ୍ୟ ଏପରି ଦୁର୍ଘଟଣା ଘଟିଗଲା ।

ବର୍ତମାନ ଆସୁଥିବା ପିଲା ଟି ବାପା ଙ୍କୁ ହରାଇଛି । ଯାହା ଫଳରେ ମା ଙ୍କୁ ଏକ ପଳିବାକୁ ପଡ଼ିବ । ଏପଟେ ଶଶୁର ଶାଶୁ ମଧ୍ୟ ରହିଛନ୍ତି । ତେଣୁ ଯଦି ସରକାର ଦୟା କରି କିଛି ସାହାଯ୍ୟ କରି ପାରନ୍ତି , ବୋହୂ ଓ ଶଶୁର ସମସ୍ତେ ମିଶି ସରକାର ଙ୍କ ଠାରେ ବିନିତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *