ଗୋଟିଏ ଥର ଯାଇ ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ AIR INDIA ର ଖର୍ଚ୍ଚ ହେଉଛି ଏତେ କୋଟି ଟଙ୍କା !

ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ଏକ ବିମାନ ଚଳାଚଳ ଆରମ୍ଭ କରିଛି। ତେବେ ଏଥିପାଇଁ ଭାରତ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ବିମାନର ଭଡା ଭରଣା ଦେଉଛନ୍ତି।

ତେବେ ଆପଣ ଜାଣିଛନ୍ତିକି ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କ ଲେଖାଏଁ ଖର୍ଚ୍ଚ କରିବା ପାଇଁ ପଡୁଛି। ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁସାରେ, ଘଣ୍ଟା ପ୍ରତି ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଅଛି। ମୁଖ୍ୟତଃ ଉଡ଼ାଣରେ ଖର୍ଚ୍ଚ ହେଉଥିବା ମୋଟ ଖର୍ଚ୍ଚ ବିମାନ କେଉଁଠାକୁ ଯାଉଛି ଓ ତାହା କେତେ ଦୂର ଯାଉଛି ତାହା ଉପରେ ନିର୍ଭର କରିଥାଏ।

ଏହା ବ୍ୟତୀତ ସମୁଦାୟ ଖର୍ଚ୍ଚରେ କ୍ରୁ, ଇନ୍ଧନ, ନାଭିଗେସନ୍, ଲ୍ୟାଣ୍ଡିଂ ଏବଂ ପାର୍କିଂ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ଥାଏ। ଏୟାର ଇଣ୍ଡିଆ ବର୍ତ୍ତମାନ ରୋମାନିଆର ରାଜଧାନୀ ବୁଖାରେଷ୍ଟ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ବିମାନ ଚଳାଚଳ କରୁଅଛି। ଫ୍ଲାଇଟ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ଆୱାର୍ ଅନୁସାରେ, ଶନିବାର ଦିନ ବୁଖାରେଷ୍ଟରୁ ମୁମ୍ବାଇ ଅଭିମୁଖେ ଯାତ୍ରାର ସମୟ ପାଖାପାଖି ଛଅ ଘଣ୍ଟା ଥିଲା।

ସେହିପରି ବୁଡାପେଷ୍ଟ ରୁ ଦିଲ୍ଲୀରେ ପହଞ୍ଚିବା ପାଇଁ ଏୟାର ଇଣ୍ଡିଆକୁ ପାଖାପାଖି ୬ ଘଣ୍ଟା ଲାଗିଥିଲା। ପ୍ରତି ଘଣ୍ଟାରେ ସାତ ରୁ ଆଠ ଲକ୍ଷ ଖର୍ଚ୍ଚ ହେଉଥିବା ଅନୁସାରେ, ଗୋଟିଏ ବିମାନ ପିଛା ୧.୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *