ଇ-ଶ୍ରମ କାର୍ଡ ଅଛି କି? ଆପଣଙ୍କୁ ମିଳିବ ଏହି ସବୁ ସରକାରୀ ଯୋଜନାର ଫାଇଦା !

ଆଜିକାଲିର ଡିଜିଟାଲ ଯୁଗରେ ଲୋକେ ସୁବିଧା ପାଇବା ସହ ଅନେକ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଜନତା ଙ୍କ ସେବା ସୁବିଧା ପାଇଁ ସରକାର ଗଠିତ ହୋଇଥାଏ । ତେବେ ସେ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର ଉଭୟଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ଜନତା ଙ୍କ କଲ୍ୟାଣ ପାଇଁ ନିର୍ଦ୍ଧାରିତ ହୋଇଥାଏ । ତେବେ ଆଜିକାଲି ଇ – ଶ୍ରମ କାର୍ଡ ସବୁଠି ଚହଳ ସୃଷ୍ଟି କରିଛି ।

ତେବେ ଅନେକ ଲୋକ ମଧ୍ୟ ଏ ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇ ପାରୁନାହାଁନ୍ତି । ତେବେ ଆସନ୍ତୁ ଜାଣିବା ଏହି ଇ – ଶ୍ରମ କାର୍ଡ ର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ । ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଇଛି । ଏହି କାର୍ଡ କୁ କେଉଁମାନେ ଆବେଦନ କରିପାରିବେ , ଫଳରେ କଣ ସବୁ ସୁବିଧା ମିଳିବ ଏନେଇ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ।ଏହା ପରେ ଦେଶରେ କାମ କରୁଥିବା ସମସ୍ତ ଶ୍ରମିକମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇପାରିବେ ।

ଆପଣମାନେ ଏହି କାର୍ଡ ପାଇଁ ବହୁତ୍ କିଛି ସରକାର ଙ୍କ ତରଫରୁ ଲାଭ ଉଠାଇ ପାରିବେ ।ଏଥି ପାଇଁ ୧୮- ୫୯ ବର୍ଷ ବୟସ ଭିତରେ ହୋଇଥିବା ଆବଶ୍ୟକ । ଆପଣଙ୍କ ଆଧାର ସହିତ ଫୋନ ନମ୍ୱର୍ ଏବଂ ବ୍ୟାଙ୍କ୍ ପାସ ବୁକ୍ ଯୋଡିତ ରହିବା ସହିତ ବ୍ୟାଙ୍କ୍ ଖାତାର ଯୋଡ଼ିତ ବ୍ୟକ୍ତି ଓ ନମିନି ନିଶ୍ଚିନ୍ତ ଭାବରେ ରହିବା ନିହାତି ଭାବରେ ଆବଶ୍ୟକ । ଇ- ଶ୍ରମ ପାଇଁ ନାମ ପଞ୍ଜିକରଣ କିପରି କରିବେ । ଇ-ଶ୍ରମ ରେ ପଞ୍ଜିକରଣ କରିପାଇଁ ହେଲେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ eshram.gov.in କୁ ଲଗ୍ ଇନ୍ କରିବେ ।

ଇ-ଶ୍ରମ କାର୍ଡରେ ରେଜିଷ୍ଟ୍ରସନ କରି ଥିବା ଶ୍ରମିକ ମାନେ ଦୀର୍ଘ ଏକ ବର୍ଷ ଯାଏଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ର ଲାଭ ଉଠାଇ ପାରିବେ ଏବଂ ସମ୍ପୂର୍ଣ ବିକଳାଙ୍ଗ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମଧ୍ୟ ୨ ଲକ୍ଷ ଟଙ୍କା ପାଇ ପାରିବେ ।

ଏହା ଦ୍ୱରା ସରକାର ଦାଦନ ଶ୍ରମିକ ମାନଙ୍କୁ ଯୋଗାଯୋଗ କରି ରଖିପାରିବେ ଏବଂ ସେମାନଙ୍କ ପାଇଁ ନିଯୁକ୍ତି ର ସୁଯୋଗ ସୃଷ୍ଟି କରିପାରିବେ କେବଳ ଏତିକି ନୁହଁ ଯେଉଁ ମାନେ ଆଂଶିକ ଭି କାର୍ଯ୍ୟ କ୍ଷମ ହେବେ ସେଇ ମାନେ ଭି ଟଙ୍କା ଉଠାଇ ପାରିବେ ଆଉ ସେହି ମାନେ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ ।

ଏହା କୁ ଶ୍ରମିକ ଶ୍ରେଣୀ ରେ ଅନ୍ତର୍ଭୁକ୍ତ ସମସ୍ତ ବ୍ୟକ୍ତି ବନେଇ ପାରିବେ । ଏହା ସହିତ ଆପଣ ଙ୍କୁ ଆଧାର କାର୍ଡ ନିହାତି ଭାବରେ ଆବଶ୍ୟକ ହୋଇଥାଏ ଏବଂ ଆପଣ ଇ-ଶ୍ରମ ପାଇଁ ଶ୍ରମିକ, ପ୍ରବାସୀ ଶ୍ରମିକ, ରାସ୍ତାଘାଟ ବିକ୍ରେତା, ଘରୋଇ ଶ୍ରମିକ, ଦୁଗ୍ଧଚାଷୀ, ଟ୍ରକ୍ ଡ୍ରାଇଭର, ମତ୍ସ୍ୟଜୀବୀ, କୃଷି ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କୁ ସାମିଲ କରା ଯାଇଅଛି ।

ଇ-ଶ୍ରମ କାର୍ଡର ତଥ୍ୟ ଆଧାରରେ, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ରାସନ ପାଇପାରିବେ ।ଦେଶରେ ଏପରି ଅନେକ ଶ୍ରମିକ ଅଛନ୍ତି, ଯେଉଁମାନେ ପ୍ରତିଦିନ ମଜୁରୀ କରି ନିଜ ଜୀବନ ବିତାଉଛନ୍ତି ଓ ସେମାନଙ୍କ ପାଖରେ ରହିବାକୁ ଘର ନାହିଁ । ଏଭଳି ପରିସ୍ଥିତିରେ ସରକାର ପିଏମ ଆବାସ ଅଧୀନରେ ଭବିଷ୍ୟତରେ ସେମାନଙ୍କୁ ଫାଇଦା ଦେଇପାରିବେ ।

Leave a Reply

Your email address will not be published. Required fields are marked *