ଆଜିକାଲି ଦୁଇ-ତିନିଟି ବିବାହ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ପ୍ରତିଦିନ ଆମେ କାହାର ନା କାହାର ଦ୍ୱିତୀୟ କିମ୍ବା ତୃତୀୟ ବିବାହର ଖବର ଶୁଣୁଥାଉ। ଆଜିର ସମୟରେ ଗୋଟେ ସ୍ତ୍ରୀ ଏବଂ ପିଲାକୁ ଚଳାଇବା ମଧ୍ୟ ବହୁତ ବଡ଼ କାମ ଅଟେ। କିନ୍ତୁ ଯଦି କେହି ଆପଣଙ୍କୁ କହିବେ ଯେ ଜଣେ ବ୍ୟକ୍ତିର 150 ସନ୍ତାନ ଏବଂ 27 ପତ୍ନୀ ଅଛନ୍ତି, ତେବେ ଆପଣ ମଧ୍ୟ ଚକିତ ହୋଇଯିବେ। ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ସତ୍ୟ ଅଟେ।
ବହୁବିବାହି ନାମରେ ଜଣାଶୁଣା।
ତାଙ୍କର ପ୍ରକୃତ ନାମ ହେଉଛି ୱିନଷ୍ଟନ୍ ବ୍ଲେକୋମର। ତାଙ୍କର ଏହି ଅନନ୍ୟ କାର୍ଯ୍ୟ ହେତୁ ଏହି ବ୍ୟକ୍ତି ଏକ ଭିନ୍ନ ପରିଚୟ ପାଇଛନ୍ତି ଏବଂ ଲୋକମାନେ ତାଙ୍କୁ ବହୁବିବାହୀ ବୋଲି କହନ୍ତି ଯାହାର ଅନେକ ପତ୍ନୀ ଅଛନ୍ତି। କାନାଡାର 65 ବର୍ଷିୟ ୱିନଷ୍ଟନ୍ 27 ଜଣକୁ ବିବାହ କରିଥିଲେ। ୱିନଷ୍ଟନଙ୍କର ମଧ୍ୟ 150 ସନ୍ତାନ ଅଛନ୍ତି। ପ୍ରଥମ ପତ୍ନୀଙ୍କଠାରୁ ଜନ୍ମ ହୋଇଥିବା ଝିଅର ନାମ ହେଉଛି ମେରି ଜେନ ବ୍ଲେକୋମର, ଯିଏ ୱିନଷ୍ଟନଙ୍କ ଜୀବନ ବିଷୟରେ କହିଛନ୍ତି।
ପିତାଙ୍କ ବିଷୟରେ କଥାବାର୍ତ୍ତା କରି ୱିନ୍ଷ୍ଟନ୍ଙ୍କ ବଡ଼ ଝିଅ ମେରି ଜେନ କହିଥିଲେ ଯେ ଯେତେବେଳେ ତାଙ୍କ ପିତାଙ୍କୁ 18 ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ମାତାଙ୍କୁ ବିବାହ କରିଥିଲେ। 1982 ମସିହାରେ ଯେତେବେଳେ ସେ ଗର୍ଭବତୀ ହେଲେ ତାଙ୍କ ପିତା ଖ୍ରୀଷ୍ଟିନା ନାମକ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ।
27 ବିବାହରୁ 150 ପିଲା।
ମେରିଙ୍କୁ ଯେତେବେଳେ 8 ବର୍ଷ ବୟସ ହେଲା ତାଙ୍କ ପିତା ୱିନଷ୍ଟନ୍ 5 ଟି ବିବାହ କରିଥିଲେ ଏବଂ ଧୀରେ ଧୀରେ ସେମାନଙ୍କ ପରିବାର ବଢିବାକୁ ଲାଗିଲା। ମେରି କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କ ପିତା 27 ଟି ବିବାହ କରିଛନ୍ତି ଯାହାଙ୍କ ସହିତ ତାଙ୍କର ଦେଢସହ ସନ୍ତାନ ଅଛନ୍ତି। ଏହି ସମସ୍ତ ଲୋକ ଖୁସିରେ ଏକ ଘରେ ଏକାଠି ରୁହନ୍ତି।
କେବଳ ଗୋଟିଏ ପତ୍ନୀ ହେଉଛନ୍ତି ଆଇନ ଗତ।
କୌତୁହଳର ବିଷୟ ହେଉଛି ୱିନଷ୍ଟନ୍ ହୁଏତ ଯଥାସମ୍ଭବ ବିବାହ କରିଥାଇ ପାରନ୍ତି, କିନ୍ତୁ କେବଳ ତାଙ୍କର ପ୍ରଥମ ପତ୍ନୀ ତାଙ୍କର ଆଇନଗତ ପତ୍ନୀ। 38 ବର୍ଷିୟ ମେରି ତାଙ୍କ ପିତାଙ୍କ ଏହି ଜୀବନଶୈଳୀ ଏବଂ ତାଙ୍କ ଅଜବ ପରିବାର ବିଷୟରେ ବିଶ୍ୱକୁ କହିଛନ୍ତି।
ଅତି କଠୋର ଅଟେ ଘର ନିୟମ।
ମେରି କହିଛନ୍ତି ଯେ ଘରେ ମହିଳାଙ୍କ ପାଇଁ ନିୟମ କଡାକଡି ଥିଲା। ମେକଅପ୍ ଏବଂ ଷ୍ଟାଇଲିସ୍ ହେୟାରକଟ୍ ଉପରେ ଏକ ନିଷେଧାଦେଶ ଥିଲା। ଆମ ବେକଠାରୁ ହାତଗୋଡ ପର୍ଯ୍ୟନ୍ତ ସବୁ ଘୋଡାଇବାକୁ କୁହାଯାଉଥିଲା। ସିଗାରେଟ୍, ମଦ୍ୟପାନ, ଚା ଏବଂ କଫି ନିଷେଧ କରାଯାଇଥିଲା। ଘରେ ଟିଭି, ଗୀତ, ଉପନ୍ୟାସ ଉପରେ ମଧ୍ୟ ନିଷେଧାଦେଶ ରହିଥିଲା।
ଗୋଟିଏ ଟେବୁଲରେ ଖାଆନ୍ତି ଖାଦ୍ୟ।
ଏତେ ବଡ ପରିବାର ଚଳାଇବା ପାଇଁ ଘରର ସମସ୍ତଙ୍କ ପାଇଁ କାମ ବିଭାଜିତ। ଝିଅ ଏବଂ ମହିଳାମାନେ ରୋଷେଇ କରନ୍ତି, ପିଲାମାନଙ୍କର ଯତ୍ନ ନିଅନ୍ତି ଏବଂ ଘରର ସମସ୍ତ କାର୍ଯ୍ୟ କରନ୍ତି। ପୁରୁଷ ଏବଂ ପୁଅମାନେ ଚାଷ କରି ଘରର ଖର୍ଚ୍ଚର ଯତ୍ନ ନିଅନ୍ତି। ମେରି ଜେନ କହିଛନ୍ତି ଯେ ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଘରେ ଭାଇ ଓ ଭଉଣୀମାନଙ୍କର ଏକ ପୁରା ସୈନ୍ୟ ଅଛନ୍ତି। ଯେତେବେଳେ ସେମାନେ ଡାଇନିଂ ଟେବୁଲରେ ଏକାଠି ଖାଇବା ପାଇଁ ବସିଥାନ୍ତି ଜଣାପଡେ ଯେ ଏକ ବଡ଼ ସୈନ୍ୟବାହିନୀଙ୍କୁ ଖାଇବାକୁ ଦିଆଯାଉଛି।
ପିଲାଦିନ ବହୁତ ସୁନ୍ଦର ଥିଲା।
ସେ କହିଛନ୍ତି ଯେ ଆମର ଖାଲି ସମୟ ବାଦ୍ୟଯନ୍ତ୍ର ବଜାଇବା, ଗୀତ ଗାଇବା ଏବଂ ନାଚିବାରେ ଅତିବାହିତ ହେଉଥିଲା। ଅବଶ୍ୟ ନିୟମ କଠୋର ଥିଲା କିନ୍ତୁ ତାଙ୍କର ପିଲାଦିନ ବହୁତ ସୁନ୍ଦର ଥିଲା। ମେରୀଙ୍କ ସମୟରେ ତାଙ୍କ ଭାଇଭଉଣୀ, ସମ୍ପର୍କୀୟ ଭାଇ ଏବଂ ସାଙ୍ଗମାନଙ୍କ ସହିତ ଖେଳିବା ଦ୍ୱାରା ଅତିବାହିତ ହେଉଥିଲା। କିନ୍ତୁ ବାପାଙ୍କ କେତେ ପତ୍ନୀ ଥିଲେ ସେ ବାହାର ଲୋକଙ୍କୁ କହିବାକୁ ସେତେବେଳେ ଦ୍ୱିଧା ପ୍ରକାଶ କଲେ।
ମିଳିସାରିଛି ଦଣ୍ଡ।
ମେରି ଆହୁରି ମଧ୍ୟ କହିଛନ୍ତି ଯେ 2017 ରେ ପିତାଙ୍କୁ ବହୁବିବାହର ଆରୋପ ଲାଗିଲା। ତାପରେ 2018 ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ 6 ମାସ ପର୍ଯ୍ୟନ୍ତ ଘରେ ବନ୍ଦୀ କରାଯାଇଥିଲା। କାନାଡାରେ ଏହା ପ୍ରଥମ ବହୁବିବାହୀ ଦଣ୍ଡ ଥିଲା। ମେରୀଙ୍କ ଅନୁଯାୟୀ ପିତା କେବଳ ମୋ ମାଆଙ୍କୁ ଆଇନଗତ ଭାବରେ ବିବାହ କରିଥିଲେ ଏବଂ ବାକି ସବୁ ହେଲା “ଆଧ୍ୟାତ୍ମିକ ବିବାହ”।