ଶ୍ୱଶୁର ଘରେ ଏମିତି ହେଉଛି ରଣବିରଙ୍କର ଅତିଥି ଚର୍ଚ୍ଚା, ଅଭିନେତା ନିଜେ ଫୋଟୋ ସେୟାର କରି ଜଣାଇଲେ !

ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଯୋଡି ହିନ୍ଦୀ ସିନେମାର ପ୍ରସିଦ୍ଧ ତଥା ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଉଭୟ କଳାକାର ଯେତେବେଳେ ବି ଏକାଠି ନଜର ଆସନ୍ତି,ସେତେବେଳେ ସେମାନେ ଦୁହେଁ ପ୍ରଶଂସକଙ୍କୁ କପଲ ଗୋଲ୍ ଦେଉଥିବାର ନଜର ଆସନ୍ତି । ଦୁହିଁଙ୍କର ଯୋଡିର ସମସ୍ତେ ପ୍ରଶଂସକ ଅଟନ୍ତି ।

କହିରଖୁଛୁ କି ଆଜିକାଲି ରଣଭୀର ସିଂ ତାଙ୍କ ଶଶୁର ଘରେ ସମୟ ବିତାଉଛନ୍ତି । ସେ ତାଙ୍କ ପତ୍ନୀ ଦୀପିକା ପାଦୁକୋନଙ୍କ ପିତାମାତାଙ୍କ ଘରେ ଆତିଥ୍ୟ ଉପଭୋଗ କରୁଛନ୍ତି । ସୂଚନାଯୋଗ୍ୟ କି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦୀପିକାଙ୍କ ଘର ଅଛି । ଏଠାରେ ତାଙ୍କ ପିତାମାତା ବାସ କରନ୍ତି ।

ନିକଟରେ ରଣଭୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫୋଟୋ ସେୟାର କରିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ରଣଭୀର ସିଂ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଏଥିରୁ ଏହା ଦେଖାଯାଇପାରେ ଯେ ରଣଭୀରଙ୍କ ଚର୍ଚ୍ଚା ତାଙ୍କ ଶଶୁର ଘରେ କିପରି କରାଯାଉଛି ।

ରଣଭୀରଙ୍କ ଦ୍ୱାରା ସେୟାର କରାଯାଇଥିବା ଫୋଟୋଗୁଡ଼ିକରେ ଗୋଟେ ଫୋଟୋ ଦୀପିକା ପାଦୁକୋନଙ୍କ ପିଲାଦିନର ବି ଅଛି ଏବଂ ଦୀପିକାଙ୍କ ପିତା ମଧ୍ୟ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନ ନିଜର କ୍ୟୁଟନେସ୍ ସହିତ ରଣଭୀରଙ୍କ ହୃଦୟ ଜିତୁଛନ୍ତି ।

ନିକଟରେ ଏହି ସମସ୍ତ ଫୋଟୋଗୁଡିକୁ ରଣଭୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିମଧ୍ୟରେ ରଣଭୀର ବାଦାମ ମିଲ୍କ ଏବଂ ଚିରୋଟି ହାଲୁ ନାମକ ମିଠା ଖାଦ୍ୟ ବିଷୟରେ ମଧ୍ୟ କହିଥିଲେ । କହିରଖୁଛୁ କି ଏହି ଖାଦ୍ୟ କର୍ଣ୍ଣାଟକର ପ୍ରସିଦ୍ଧ ମିଠା ଖାଦ୍ୟ ଅଟେ ।

୨୦୧୮ମସିହାରେ ବିବାହ କରିଥିଲେ ରଣଭୀର-ଦୀପିକା ।

କହିରଖୁଛୁ କି ରଣଭୀର ଓ ଦୀପିକା କିଛି ସମୟ ପାଇଁ ଡେଟିଙ୍ଗ କରିବା ପରେ ୨୦୧୮ ମସିହାରେ ବିବାହ କରିଥିଲେ । ଦୁଇ କଳାକାରଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା । ଏହି ସମୟରେ ଉଭୟଙ୍କ ବିବାହ ରିସେପ୍ସନରେ ଫିଲ୍ମ ତାରକାଙ୍କ ଏକ ସମାବେଶ ଦେଖିବାକୁ ମିଳିଥିଲା ​​। ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହକୁ ତିନି ବର୍ଷରୁ ଅଧିକ ସମୟ ହୋଇସାରିଲାଣି ।

ରଣଭୀରଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ନିକଟରେ ଫିଲ୍ମ ‘୮୩’ ରେ ବଡ ପରଦାରେ ଦେଖିବାକୁ ମିଳିଥିଲା ​​। ତେବେ ଫିଲ୍ମଟି ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରିଲା ନାହିଁ । ବର୍ତ୍ତମାନ ରଣଭୀର ସିଂ ଆଗାମୀ ଦିନରେ ରକି ଏବଂ ରାନୀ କି ପ୍ରେମ କାହାନି, ଜୟଶଭାଇ ଜୋରଦାର ଆଉ ସର୍କସ ଭଳି ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି

ଅନ୍ୟପକ୍ଷରେ ଯଦି ଦୀପିକା ପାଦୁକୋନଙ୍କ ୱର୍କ ଫ୍ରଣ୍ଟ ବିଷୟରେ କହିବା,ତେବେ ତାଙ୍କୁ ମଧ୍ୟ ଫିଲ୍ମ ‘୮୩’ ରେ ଦେଖିବାକୁ ମିଳିଥିଲା ​​। କିନ୍ତୁ ତାଙ୍କର ଶେଷ ରିଲିଜ୍ ଫିଲ୍ମ ହେଉଛି ‘ଗହରାଇୟା’ । ଏହି ଫିଲ୍ମଟି ଫେବୃଆରୀ ୧୧ ରେ ଓଟିଟି ରେ ମୁକ୍ତିଲାଭ କରିଥିଲା ​​। ଏହି ଚଳଚ୍ଚିତ୍ରରେ ଦୀପିକା ସିଦ୍ଧାନ୍ତ ଚାତୁର୍ବେଦୀଙ୍କ ସହ ଜମେଇକି ଅନ୍ତରଙ୍ଗ ଦୃଶ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *