ଯୁଦ୍ଧ ସମୟରେ ବି ମରିନି ମାନବିକତା ,ଆହତ ରୁଷ ସିପାହୀକୁ ଚିକତ୍ସା ଦେଲା ୟୁକ୍ରେନ ହସ୍ପିଟାଲ,ଦେଖନ୍ତୁ ଭିଡ଼ିଓ

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଦୁଇ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା ।

ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି । ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ପ୍ରତ୍ୟେକ ଦିନ ୟୁକ୍ରେନ ର ଜଟିଳ ଖବର ଶୁଣିବାକୁ ମିଳିଛି । ଦୁଇ ଦିନ ଧରି ଋଷ ୟୁକ୍ରେନ ଉପରେ ବୋମା ମାଡ଼ କରି ଚାଲିଛି । ଯାହା ଫଳରେ ବଡ଼ ବଡ଼ ମହଲା ସବୁ ଭାଙ୍ଗି ଯାଉଛି ।

ଅନେକ ଆହତ ମଧ୍ୟ ହେଉଛନ୍ତି । ତେବେ ୟୁକ୍ରେନ ଏହି ଯୁଦ୍ଧ ରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ବେଳେ ଋଷ ପାଖରେ ସୈନ୍ୟ ସଂଖ୍ୟା ଅଧିକ ମାତ୍ରା ରେ ଥିବାରୁ ସେ ଆକ୍ରମଣ କରି ଚାଲିଛି । ବର୍ତ୍ତମାନ ପରିସ୍ଥିତି ଏପରି ହେବାରେ ଲାଗିଛି ୟୁକ୍ରେନ ର ଜନ ସାଧାରଣ ମଧ୍ୟ ବନ୍ଧୁକ ଉଠାଉଛନ୍ତି ।

ଋଷ ୟୁକ୍ରେନ ଉପରେ ବାରମ୍ବାର ଆକ୍ରମଣ କରୁଥିଲେ ମଧ୍ୟ ଏବେ ବି ୟୁକ୍ରେନ ମଣିଷ ପଣିଆ ହରାଇନି ବୋଲି ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି । ଜଣେ ଋଷ ର ଜବାନ ଆହତ ହୋଇ ଥିଲେ । ଏହି ସମୟ ରେ ୟୁକ୍ରେନ ର ବାସିନ୍ଦା ଏହି ଜବାନ ଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲ୍ ନେଇ ଯାଇଥିଲେ । ଆଶ୍ଚର୍ଯ୍ୟ ଲଗିଲେ ମଧ୍ୟ ଏହା ସତ ଅଟେ ।

ବାରମ୍ବାର ଋଷ ଆକ୍ରମଣ କରିବା ସତ୍ତ୍ବେ ମଧ୍ୟ ୟକ୍ରେନ ଏପରି କାମ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହେବେ । ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ୟୁଜର ମାନେ ଏହି ଭିଡ଼ିଓ ରେ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ଋଷ କୁ ପଛ ଘୁଞ୍ଚା ଦେବା ଉଚିତ୍ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *