‘ବାବା ଭେଙ୍ଗା’ଙ୍କର ଆଉ ଏକ ଭବିଷ୍ୟବାଣୀ ହେବ ସତ ? ଋଷ ବିଷୟରେ କହିଥିଲେ ଏହିକଥା

ଅନେକ ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି ଏବଂ ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି ସବୁ ଜିନିଷରେ ବିଶ୍ୱାସ କରନ୍ତି ନାହିଁ। ଦୁନିଆରେ ଏକରୁ ଅଧିକ ଭବିଷ୍ୟ‌ବକ୍ତା ଅଛନ୍ତି, ଯେଉଁମାନେ ସେମାନଙ୍କର ଭବିଷ୍ୟବାଣୀ ହେତୁ ସମଗ୍ର ବିଶ୍ୱରେ ଜଣାଶୁଣା ଏବଂ କିଛି ଲୋକ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତିନାହିଁ। ଦୁନିଆର ସବୁଠାରୁ ପ୍ରସିଦ୍ଧ ଭବିଷ୍ୟ‌ବକ୍ତାମାନଙ୍କ ବିଷୟରେ କଥାବାର୍ତ୍ତା ହେଲେ ସର୍ବପ୍ରଥମେ ସମସ୍ତଙ୍କ ଜିଭରେ କେବଳ ଗୋଟିଏ ନାମ ଆସେ ତାହା ହେଉଛି ‘ବାବା ଭେଙ୍ଗା’।

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହା ମଧ୍ୟରୁ ଅନେକ ସତ୍ୟ ବୋଲି ପ୍ରମାଣିତ ହୋଇଛି। କେତେକ ରିପୋର୍ଟ ଅନୁଯାୟୀ ବାବା ଭେଙ୍ଗାଙ୍କ ଋଷ ବିଷୟରେ ଦେଇଥିବା ଭବିଷ୍ୟବାଣୀ ସତ ହେବାକୁ ଲାଗୁଛି।

View this post on Instagram

A post shared by APRIMORAMENTO HUMANO (@aprimoramentohumano)

କଣ କରିଥିଲେ ଭବିଷ୍ୟବାଣୀ।

ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ ଋଷ ‘ଦୁନିଆର ସ୍ଵାମୀ’ ହେବ, ୟୁରୋପ ମରୁଭୂମି ହୋଇଯିବ ଏବଂ ତାପରେ ଋଷକୁ କେହି ଅଟକାଇ ପାରିବେ ନାହିଁ। ସବୁକିଛି ବରଫ ପରି ତରଳି ଯିବ ଏବଂ ଯାହାକିଛି ରହିବ ତାହା ବ୍ଲଦିମିର୍ ପୁତିନ୍ ଏବଂ ଋଷର ଗୌରବ। ଋଷର ଆଗରେ କେହି ଆସିବେ ନାହିଁ ଏବଂ ସେ ବିଶ୍ୱକୁ ଶାସନ କରିବ।

କୁହାଯାଏ ଯେ ବାବା ଭେଙ୍ଗା ତାଙ୍କ ମୃତ୍ୟୁ ପୂର୍ବରୁ 5079 ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଥିଲେ। କେତେକ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କର 85 ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି।

ବାବା ଭେଙ୍ଗା କିଏ।

ତାଙ୍କର ଭବିଷ୍ୟବାଣୀ ପାଇଁ ସେ ପ୍ରସିଦ୍ଧ। ବାବା ଭେଙ୍ଗା 1911 ମସିହାରେ ଜନ୍ମ ହୋଇଥିଲେ ଏବଂ ମାତ୍ର 12 ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇଥିବା କୁହାଯାଏ। ବୁଲଗାରିଆର ବାସିନ୍ଦା ବାବା ଭେଙ୍ଗା ଜଣେ ଫକିର ଥିଲେ।

ଏହା କୁହାଯାଇଛି ଯେ ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଥିବା ବେଳେ ଅନେକ ଭୁଲ୍ ମଧ୍ୟ ପ୍ରମାଣିତ ହୋଇଥିଲା। 1996 ରେ ତାଙ୍କର ଦେହାନ୍ତ ହୋଇଛି। ସେ ଏହି ସମସ୍ତ ଭବିଷ୍ୟବାଣୀ ଲେଖିନଥିଲେ ବରଂ ତାଙ୍କ ଅନୁଗାମୀମାନଙ୍କୁ ଜଣାଇ ଯାଇଥିଲେ।

ବାବା ଭେଙ୍ଗାର ପ୍ରସିଦ୍ଧ ଭବିଷ୍ୟବାଣୀ।

ରିପୋର୍ଟ ଅନୁଯାୟୀ ବାବା ଭେଙ୍ଗା 2004 ରେ ସୁନାମିର ପୂର୍ବାନୁମାନ କରିଥିଲେ, ଯାହା ସତ ହୋଇଗଲା। ଏହା ପରେ ସେ 2021 ପାଇଁ ଭବିଷ୍ୟବାଣୀ କରିଥିଲେ ଯେ ପଙ୍ଗପାଳ ସମଗ୍ର ବିଶ୍ୱରେ ଚାଷଜମି ଉପରେ ଆକ୍ରମଣ କରିବେ ଏବଂ 2021 ମସିହାରେ ଭାରତରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଯାଇଥିଲା।

ଏହା ମଧ୍ୟ କୁହାଯାଇଥିଲା ଯେ ଆମେରିକାର 44 ତମ ରାଷ୍ଟ୍ରପତି କଳା ହେବେ, କିନ୍ତୁ ସେ ସେଠାରେ ଶେଷ ରାଷ୍ଟ୍ରପତି ହେବେ। ତାହା ସତ୍ୟ ହୋଇଥିଲା ଏବଂ 44 ତମ ରାଷ୍ଟ୍ରପତି କଳା ଥିଲେ। କିନ୍ତୁ ସେ ଶେଷ ରାଷ୍ଟ୍ରପତି ନଥିଲେ। ତାଙ୍କର ଭବିଷ୍ୟବାଣୀ 50 ପ୍ରତିଶତ ସଠିକ୍ ହୋଇଗଲା।

Leave a Reply

Your email address will not be published. Required fields are marked *