ଏହି ସ୍କିମ୍ ରେ ମିଳିବ 150 ଟଙ୍କାର ନିବେଶରେ 19 ଲକ୍ଷ ଟଙ୍କାର ରିଟର୍ଣ୍ଣ,ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିଲାଙ୍କ ଜୀବନ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରହୁ, ତେବେ ଆପଣ ତାଙ୍କ ପିଲାଦିନରୁ ତାଙ୍କ ପାଇଁ ବିନିଯୋଗ ଆରମ୍ଭ କରିବା ଉଚିତ୍। ସେଥିପାଇଁ ଆଜି ଆମେ ଆପଣଙ୍କୁ LIC ର ଏପରି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ନିଜ ପିଲାଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ। ଏହା ହେଉଛି LIC ର ନୂଆ ଚିଲଡ୍ରେନ ମନି ବ୍ୟାକ୍ ଯୋଜନା(Children money back plan)।

ଏହି ଯୋଜନା ଅଧୀନରେ ସର୍ବନିମ୍ନ ରାଶି 1 ଲକ୍ଷ ଟଙ୍କା ଥିବାବେଳେ କୌଣସି ଉପର ସୀମା ନାହିଁ। ଏହାର ପରିପକ୍ୱତା ଅବଧି 25 ବର୍ଷ ଅଟେ। ପିଲାଟି ଜନ୍ମ ହେବା ମାତ୍ରେ ଯଦି ଆପଣ ଏହି ସ୍କିମ୍ ନିଅନ୍ତି ତେବେ ଏହା 25 ବର୍ଷ ମଧ୍ୟରେ ସମାପ୍ତ ହେବ ଏବଂ ଯଦି ଆପଣ ଏହି ସ୍କିମକୁ ପରେ ନିଅନ୍ତି ତେବେ 25 ବର୍ଷରୁ ପିଲାର ବୟସକୁ କମାଇବା ପରେ ଯେତିକି ବୟସ ବାହାରିବ ସେହି ଅନୁସାରେ ଆପଣ ରିଟର୍ଣ୍ଣ ପାଇବେ।

ଯଦି ପଲିସି ଚାଲୁ ରହିବ ତେବେ ମୌଳିକ ରାଶିର 20% ପଲିସିଧାରୀ 18, 20 ବର୍ଷ ଏବଂ 22 ବର୍ଷ ହେବା ପରେ ପ୍ରଦାନ କରାଯାଇଥାଏ। ଯଦି ପଲିସିଧାରୀ ସ୍କିମ ଅବଧି ଶେଷ ହେବା ପର୍ଯ୍ୟନ୍ତ ବଞ୍ଚିଥିବେ ଏବଂ ସ୍କିମ ଚାଲୁରହିଥିବ ତେବେ ସେ ବୋନସ ସହିତ ‘Sum Assured on Maturity’ ପାଇଥାଏ। ପରିପକ୍ଵତା ଉପରେ ମିଳୁଥିବା ରାଶି ‘ basic sum assured’ ର 40 ପ୍ରତିଶତର ବରାବର ହୋଇଥାଏ।

ଯଦି ଆପଣ ଶିଶୁ ଜନ୍ମରୁ LIC ଚାଇଲ୍ଡ ମନି ବ୍ୟାକ୍ ସ୍କିମରେ କେବଳ 150 ଟଙ୍କା ବିନିଯୋଗ କରନ୍ତିତେବେ ଆପଣ 25 ବର୍ଷର ପରିପକ୍ୱତା ଅବଧିରେ ପ୍ରାୟ 19ଲକ୍ଷ ପାଇବେ। ଆପଣ ପ୍ରତିଦିନ 150 ଟଙ୍କା ଆଧାରରେ ବର୍ଷକୁ 55,000 ଟଙ୍କା ରାଶି ପାଇବେ। ଯାହା ଆଧାରରେ 25 ବର୍ଷରେ ମୋଟ 14 ଲକ୍ଷ ଟଙ୍କା ଜମା ହେବ।

Leave a Reply

Your email address will not be published. Required fields are marked *