ସଲମାନ ଖାନଙ୍କୁ ଦେଖିବା ମାତ୍ରେ ହିଁ ଝିଅଟି କାନ୍ଦିକାନ୍ଦି ଷ୍ଟେଜ ସାମ୍ନାରେ ଜୋରେ-ଜୋରେ ଚିଲେଇବାକୁ ଲାଗିଲା | ଦେଖନ୍ତୁ ଭିଡ଼ିଓ

ହିନ୍ଦୀ ସିନେମାର ଦମଦାର ଅଭିନେତା ସଲମାନ ଖାନଙ୍କୁ ପସନ୍ଦ କରୁଥିବା ଲୋକ ସମଗ୍ର ବିଶ୍ୱରେ ଅଛନ୍ତି । ସଲମାନ ଖାନଙ୍କ ଲୋକପ୍ରିୟତାକୁ ଆକଳନ କରିବା ମଧ୍ୟ କଷ୍ଟକର ।ସଲମାନ ଖାନ ତାଙ୍କ ଅଭିନୟ ବଳରେ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି । ସଲମାନ ଗତ ୩୩ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଯୋଡି ହୋଇ ଅଛନ୍ତି ।

କିଛି ଦିନ ପୂର୍ବେ ସଲମାନ ଖାନ ଦବଙ୍ଗ ଟୁର୍ ପାଇଁ ଦୁବାଇରେ ପହଞ୍ଚିଥିଲେ ଯେଉଁଠାରେ ସେ ତାଙ୍କର ଅନେକ ଗୀତର ପ୍ରସ୍ତୁତ କରିଥିଲେ ଏଥିସହିତ ପୁଣି ଥରେ ସଲମାନ ଖାନ ଦୁବାଇକୁ ଯାଇଛନ୍ତି । ନିକଟରେ ଅଭିନେତା ଦୁବାଇ ଏକ୍ସପୋରେ ପହଞ୍ଚିଥିଲେ । ଅଭିନେତା ବୁର୍ଜ ଖଲିଫାକୁ ଦେଖୁଥିବାର ଫୋଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।

ଯେତେବେଳେ ସଲମାନ ଦୁବାଇ ଏକ୍ସପୋରେ ପହଞ୍ଚିଲେ,ତ ତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ଏକତ୍ରିତ ହୋଇଥିଲେ । ଯଦିଓ ଜଣେ ମହିଳା ପ୍ରଶଂସକ ସଲମାନଙ୍କୁ ଦେଖି ବହୁତ ପାଗଳ ହେଇଯାଇଥିଲେ । ଆଉ ସେ ସଲମାନଙ୍କୁ ଦେଖି ତାର ବୁଦ୍ଧି ହରାଇଥିଲେ ଆଉ କାନ୍ଦିବାକୁ ଲାଗିଲେ । ସଲମାନଙ୍କର କାନ୍ଦୁଥିବା ମହିଳା ପ୍ରଶଂସକଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମଞ୍ଚ ଉପରେ ହିଁ ଗୋଟେ ଝିଅ ଜୋରେ ଜୋରେ କାନ୍ଦିବାକୁ ଲାଗିଲା ଏବଂ ଚିଲେଇବାକୁ ଲାଗିଲା । ସେ ସଲମାନଙ୍କୁ ଭେଟିବାକୁ ପାଗଳୀ ହୋଇଯାଇଥିଲେ । କିନ୍ତୁ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇ ଦେଇଥିଲେ । ଝିଅଟି ସଲମାନଙ୍କୁ ଭେଟି ପାରିଲା ନାହିଁ । ତାଙ୍କ ହୃଦୟରେ ସଲମାନ ଖାନଙ୍କ ପ୍ରତି ପ୍ରେମ ସ୍ପଷ୍ଟ ଦେଖାଯାଉଥିଲା ଆଉ ଏହି ଭିଡିଓଟି ମଧ୍ୟସବୁକିଛି କହିଦେଉଛି ।

ଭିଡିଓରେ ଆପଣ ଶୁଣି ପାରୁଥିବେ ଯେ ମହିଳା ଫ୍ୟାନ୍ସ ଜଣଙ୍କ କାନ୍ଦୁଥିବା ଅବସ୍ଥାରେ ସଲମାନଙ୍କୁ ଭେଟିବାକୁ ଜିଦ୍ ରେ ଅଟଳ ରହିଛନ୍ତି | ସେ ବାରମ୍ବାର କହୁଛନ୍ତି ଯେ “ମୁ ଖାଲି ସଲମାନ ସାରଙ୍କ ପାଇଁ ଏଠାକୁ ଆସିଛି.. “,କିନ୍ତୁ ସେତେବେଳେ ସୁରକ୍ଷାକର୍ମୀ ମାନେ ତାଙ୍କୁ ଯିବାରୁ ରୋକି ଦିଅନ୍ତି | ଏହି ସୂଚନା ସାମ୍ନାକୁ ଆସିନାହିଁ କି ପଛରେ ସଲମାନଙ୍କ ସହ ଏହି ଝିଅର ଦେଖା ହୋଇଛି କି ନାହିଁ | ସେହିଠାରେ ଏହି ଶୋ’କୁ ହୋଷ୍ଟ କରୁଥିବା ମନୀଶ ପାଲ କୁହନ୍ତି ଯେ..“ମୁ ନିଶ୍ଚିତ ଭାବେ ସଲମାନ ସାରଙ୍କ ସହ ଆପଣଙ୍କୁ ଦେଖା କରେଇବି… ଭାଇ ଦେଖ କାଳେ ସେ ବିହୋସ ନ ହେଉଯାଉ ”

View this post on Instagram

A post shared by JA Events (@thejaevents)

ସୂଚନା ଅନୁଯାୟୀ, ସଲମାନଙ୍କ ଏହି କାର୍ଯ୍ୟକ୍ରମର ନାମ ‘ଦବଙ୍ଗ ରି-ଲୋଡ଼େଡ’ ରଖା ଯାଇଛି | ସଲମାନଙ୍କ ସହିତ ଏହି କାର୍ଯ୍ୟକ୍ରମରେ ମନିଶ ପାଲ, ଆୟୁଷ ଶର୍ମା, ସୋନାକ୍ଷୀ ସିହ୍ନା, ଗୁରୁ ରାନ୍ଧୱା, ପୂଜା ହେଗଡେ, ଦିଶା ପାଟନୀ ଆଉ ସାଇ ମଞ୍ଜରେକର ମଧ୍ୟ ନଜର ଆସିଥିଲେ | କାର୍ଯ୍ୟକ୍ରମରେ ସଲମାନଙ୍କ ବ୍ୟତୀତ ଅନ୍ୟ ଷ୍ଟାର ମାନେ ମଧ୍ୟ ଉପସ୍ଥାପନା ଦେଲେ |

ସଲମାନ ଖାନଙ୍କ କାମ ବିଷୟରେ କହିବାକୁ ଗଲେ ସଲମାନଙ୍କ ଆଗାମୀ ଫିଲ୍ମିର ନାମ ହେଉଛି ‘ଟାଇଗର-3 ‘ ସଲମାନ ଖାନଙ୍କର ଏହି ଫିଲ୍ମ ଏହି ବର୍ଷ ରିଲିଜ କରିବ ବୋଲି ଆଶା କରାଯାଉଛି | ପୁଣି ଥରେ ବଡ ପରଦାରେ ଏହି ଫିଲ୍ମି ସାହାଯ୍ୟରେ ସଲମାନଙ୍କ ଯୋଡି ଅଭିନେତ୍ରୀ କ୍ୟାଟ୍ରିନା କେଫ୍ ଙ୍କ ସହ ଜମିବାକୁ ଯାଉଛି | ନିକଟରେ ଉଭୟ କଳାକାର ଏହାର ଅନ୍ତିମ ଭାଗର ସୁଟିଂ ଦିଲ୍ଲୀରେ ଶେଷ କରିଥିଲେ |

Leave a Reply

Your email address will not be published. Required fields are marked *