ବାହାଘର ପରେ ଝିଅ ମାନଙ୍କ ମଧ୍ୟରେ ଆସେ ଏହି 4 ଟି ପରିବର୍ତ୍ତନ, କଣ ଆପଣଙ୍କୁ ଜଣା ଅଛି ଏହାର କରଣ?

ମହିଳା ହୁଅନ୍ତୁ କିମ୍ବା ପୁରୁଷ ବାହାଘର ପରେ ସମସ୍ତେ ବଦଳି ଯାଆନ୍ତି | ଖାସ କରି ମହିଳା ମାନଙ୍କ ବିଷୟରେ କୁହାଯାଏ କି ଶାଶୁଘର ଗଲା ମାତ୍ରେ ହିଁ ଅଧିକାଂଶ ମହିଳା ମାନେ ପୁରା-ପୁରୀ ବଦଳି ଯାଆନ୍ତି | ନାବାଳିକାରୁ ନେଇ ସାବାଳିକା ହେବା ଏବଂ ବଡ଼ ହେବା ପରେ ମହିଳାଙ୍କ ବ୍ୟକ୍ତିତ୍ୱର ଯେଉଁ ରୂପ, ରଙ୍ଗ ଆଉ ଆକାର ନେଇ ଥାଏ , ତାହା ତାଙ୍କର ପରିଚୟ ବନି ଯାଏ |

ପରିବର୍ତ୍ତନର ଏହି ପ୍ରକ୍ରିୟା କେବେହେଲେ ବନ୍ଦ ହୁଏ ନାହିଁ | ଏମିତିରେ,ଏହି ଆର୍ଟିକିଲିରେ ଆପଣମାନଙ୍କୁ କହିବୁ ଯେ ଏମିତି କଣ ହୋଇଯାଏ କି ଯେଉଁଥିପାଇଁ ମହିଳା ମାନେ ବାହାଘର ପରେ ବଦଳି ଯାଆନ୍ତି | ଆପଣ ମଧ୍ୟ ଯଦି ଏହା ବିଷୟରେ ଜାଣୁବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଯେ ବାହାଘର ପରେ ମହିଳା ମାନଙ୍କ ଭିତରେ ଅସୁଥୁବା ପରିବର୍ତ୍ତନ ଆଉ ତାହାର କରଣ ବିଷୟରେ |

ଶାରୀରିକ ପରିବର୍ତ୍ତନ :-

ଆପଣମାନେ ନିଶ୍ଚିତ ଭାବରେ ଏହି ଜିନିଷକୁ ନିଜ ଘରେ, ବା ନିଜ ସମ୍ପର୍କୀୟ କିମ୍ବା ପଡ଼ୋଶୀରେ ଦେଖିଥିବେ ଯେ ବିବାହ ପରେ ଅଧିକାଂଶ ମହିଳାଙ୍କ ଚେହେରାରେ ମଧ୍ୟ ପରିବର୍ତ୍ତନ ଆସିଥାଏ | ଏହା ପଛର ମୁଖ୍ୟ କାରଣ ହେଉଛି, ସେମାନେ ନିଜ ପ୍ରତି ଧ୍ୟାନ ନ-ଦେଇପାରିବା | ହାଉସ୍ ୱାଇଫ୍ ହେବା ପରେ ତ ଘରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ହିଁ ହୋଇଥାଏ |

ସେହିଠାରେ କାମ କରୁଥିବା ମହିଳା ମାନଙ୍କର କାମ, ଘର ଦୁଇ ତରଫରୁ ଦିୟିତ୍ୱ ସମ୍ଭାଳିବାରୁ ସେ ନିଜ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ | ଏଇଥିରେ ତାଙ୍କର ଓଜନ ବଢ଼ିଯାଇପରେ, କିମ୍ବା କମି ମଧ୍ୟ ଯାଇପାରେ | ସେହିଠାରେ ଏହି କାରଣରୁ ତାଙ୍କର ସୌନ୍ଦର୍ଯ୍ୟର ଯତ୍ନ ନେବାର ସମୟ ମଧ୍ୟ କମ୍ ହୋଇଯାଏ,ଏମିତିରେ ତାଙ୍କ ଚେହେରାରେ ହେଉଥିବା ପରିବର୍ତ୍ତନକୁ ତୁରନ୍ତ ଅନୁଭବ କରାଯାଇପାରେ |

ଡ୍ରେସିଙ୍ଗି ସେନ୍ସ ଚେଞ୍ଜ :-

ଅଧିକାଂଶ ଝିଅଙ୍କର ବିବାହ ପରେ ପୋଷାକ ପିନ୍ଦିବା ଶୈଳି ବଦଳିଯାଏ | ଯେଉଁ ଝିଅଟି ନିଜ ବାପାଙ୍କ ଘରେ ଶର୍ଟ ଆଉ ଜିନ୍ସ ଆଉ ସ୍କର୍ଟ କିମ୍ବା ସାଲୱାର ସୁଟରେ ବୁଲୁଥିଲା, ହୋଇପାରେ ବିବାହ ପରେ ସେ ପ୍ରତିଦିନ ସାଢ଼ି କିମ୍ବା ସାଲୱାର ସୁଟରେ ନଜର ଆସିବ | ଏମିତି ଏଥିପାଇଁ ହୋଇଥାଏ କି ଅଧିକାଂଶ ପରିବାରରେ ବୋହୂର ପୋଷାକ ବିଷୟରେ ଆଜି ମଧ୍ୟ ସେହି ପୁରୁଣା ଟିପିକାଲ୍ ଚିନ୍ତାଧାରା ରଖାଯାଇ ଥାଏ

ତଥାପି,ଏହାର କାରଣ ସାମାଜିକ ଚାପ ବୋଲି ମଧ୍ୟ ବିବେଚନା କରାଯାଇପାରେ | କାହିଁକି ନା ଯଦି ଶାଶୁ-ଶଶୁରଙ୍କୁ ନୂଆ ବୋହୂର ପୋଷାକରୁ ଅସୁବିଧା ନ ବି ରହେ ତଥାପି ସମ୍ପର୍କୀୟ ଆଉ ପଡୋଶୀ ମାନେ ‘ଆପଣଙ୍କ ବୋହୂ ଏ କିପରି ପୋଷାକ ପିନ୍ଧୁଛି’ ଏଭଳି ତାସ୍ଛାଳତା ଦେବାରେ ପଛରେ ରୁହନ୍ତିନି | ଏହିପରି ଅପମାନ, ଅପରାଧ ଆଉ ଚାପ ପାଇଁ ଅଧିକାଂଶ ନୂଆ ବୋହୂ ମାନେ ଗ୍ଲେମ୍ ସ୍ପର୍ଶ ପାଇଁ ପୋଷାକକୁ ବାଏ-ବାଏ କହିଦିଅନ୍ତି |

ନିଜ ପାଇଁ ସମୟ ବାହାର ନ କରିପାରିବା :-

ଏଭଳି ପରିବର୍ତ୍ତନକୁ ନେଇକରି ହେଉଥିବା ସର୍ଭେରେ ଟ ବର୍ତ୍ତମାନ ମହିଳାମାନେ ଖୋଲା-ଖୋଲି ଭାବେ ନିଜର ମତ ପ୍ରକାଶ କରୁଛନ୍ତି | ସେ କହିଛନ୍ତି ଯେ ବିବାହ ପୂର୍ବରୁ ସେ ବହୁତ ବୁଲାବୁଲି କରୁଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରାଥମିକତା ବଦଳି ଯାଇଛି | ଏଥିସହିତ କିଛି ପୁରୁଷ ଅଭିଯୋଗ କରନ୍ତି ଯେ ସେମାନଙ୍କ ପତ୍ନୀ ସେମାନଙ୍କୁ ସମୟ ଦେଉ ନାହାଁନ୍ତି।ଯଦି ଆପଣ ମଧ୍ୟ ସେହି ବିବାହିତ ପୁରୁଷମାନଙ୍କ ମଧ୍ୟରୁ ଜଣେ,ଯେଉଁମାନେ ଏହିପରି ଅଭିଯୋଗ କରନ୍ତି, ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କ ପତ୍ନୀଙ୍କ ମଧ୍ୟରେ ଆସୁଥିବା ଏହି ପରିବର୍ତ୍ତନ ଏହି କାରଣରୁ ମଧ୍ୟ ହୋଇପାରେ |

ବାହାଘର ପୂର୍ବରୁ ତାଙ୍କ ପାଖରେ ବହୁତ ସମୟ ଥିଲା କିନ୍ତୁ ବାହାଘର ପରେ ସେମାନଙ୍କର ଘରର ଦାୟିତ୍ ଅଛି, ଯାହାକୁ ପୁରା କରିବା ସେମାନଙ୍କର ପ୍ରଥମ ପ୍ରାଥମିକତା ହୋଇଯାଏ | ଖାସ କରି ଯେତେବେଳେ ପିଲା ହୋଇଯାଏ,ସେତେବେଳେ ତ କେଉଁଠିକି ଯାଇ ଭୁଲିବା କିମ୍ବା ଛୁଟିରେ ଯିବାର ଭାବନା ମଧ୍ୟ ତାଙ୍କ ମନକୁ ଆସେ ନାହିଁ |

ପିଲାଦିନ ହଜିଯିବା :-

ବଡ ହେବା ପରେ ମଧ୍ୟ କୌଣସି ବି ବ୍ୟକ୍ତି ନିଜ ବାପା-ମା ଙ୍କ ପାଇଁ ସବୁବେଳେ ପିଲା ହିଁ ରୁହନ୍ତି | ଏହା ହେଉଛି କରଣ କି ଝିଅ ମାନେ ଯେତେବେଳେ ନିଜ ବାପା-ମାଙ୍କ ଘରେ ରୁହନ୍ତି,ତାଙ୍କ ବ୍ୟବହାରରେ କୋଉଠି ନା କୋଉଠି ପିଲାଳିଆମୀ ଦେଖା ଯାଇଥାଏ, କାହିଁକି ନା ସେଠି ତାଙ୍କୁ ଭଲପାଇବା, ସେନ୍ହ ମିଳିବ ସହିତ ମନ ମୁତାବକ କାମ କରିବାର ସ୍ୱାଧୀନତା ମିଳିଥାଏ | କିନ୍ତୁ ବାହାଘର ପରେ, ସେମାନଙ୍କ ସ୍ୱଭାବରେ ଗମ୍ଭୀରତା ଆସିଯାଏ | ଏହାର କାରଣ ହେଉଛି ଯେ ସେ ବହୁତ ଭଲ ଭାବରେ ବୁଝିଛନ୍ତି ଯେ ନୂଆ ସମ୍ପର୍କରେ ଏଣ୍ଟ୍ରି କରିବା ସହିତ ତାଙ୍କ କାନ୍ଧରେ ନୂଆ ଦାୟିତ୍ୱର ଭାର ଆସିସାରିଛି |

ସେହିଠାରେ ଶହେ କଥାରେ ଗୋଟେ କଥା କି, ଅନେକ ମହିଳା ଆଉ ପୁରୁଷ ନିଜ ସମ୍ପର୍କ ପାଇଁ ନିଜ ମଧ୍ୟରେ ହିଁ ଅନେକ ପରିବର୍ତ୍ତନ ଆଣନ୍ତି | ବିଶେଷକରି ବିବାହ ପରେ ଯାହା ପାଇଁ କି ସେମାନଙ୍କର ଦାମ୍ପତ୍ୟ ଜୀବନ ଟ୍ରାକରେ ରହିଥାଏ |

Leave a Reply

Your email address will not be published. Required fields are marked *