କେତେ ଆଶା ନେଇ ପ୍ରେମିକା ଜଣକ ପ୍ରେମିକଙ୍କୁ ଦେଖା କରିବା ପାଇଁ ଗାଁକୁ ଆସିଥିଲା। କିନ୍ତୁ, ଭାଗ୍ୟ ଖରାପ ଥିଲା!! ଅନ୍ଧାର ରାସ୍ତାରେ ଯାଉଥିବା ସମୟରେ କୂଅ ଭିତରକୁ ଯୁବକ ଖସି ପଡ଼ିଲେ। ଉତ୍ତରପ୍ରଦେଶ ଲକ୍ଷ୍ନୌର ବିଜନୋରରେ ଏଭଳି ଏକ ଘଟଣା ଘଟିଥିବା ସମୟରେ ଏହା ସମ୍ପୃକ୍ତ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ପୋଲିସ ଏବଂ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରାଯାଇଛିବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌର ବିଜନୋରରେ ରହୁଥିବା ମନୋଜ ନିଜର ପ୍ରେମିକାକୁ ଦେଖା କରିବା ପାଇଁ ରବିବାର ଦିନ ରାତିରେ ମାତୀଗାଁଓ ଅଭିମୁଖେ ବାହାରିଥିଲେ। କିନ୍ତୁ, ରାସ୍ତାରେ ଯାଉ ଥିବା ସମୟରେ ଅନ୍ଧାରରେ ସେ ଏକ ଗଭୀର କୂଅ ଭିତରେ ପଡ଼ି ଯାଇଥିଲେ। କୂଅ ଭିତରେ ପଡ଼ି ମନୋଜ ଆହତ ହେବା ସହ ଚିଲ୍ଲାଇ ଚିଲ୍ଲାଇ ସାହାଯ୍ୟ ପାଇଁ ଗୁହାରୀ କରୁଥିଲେ।
ଭାଗ୍ୟବଶତଃ ସେହି ବାଟ ଦେଇ ପୋଲିସର ପାଟ୍ରୋଲିଂ ଭ୍ୟାନ୍ ଯାଉଥିଲା, ସେହି ସମୟରେ ପୋଲିସର ତାଙ୍କୁ ଠାବ କରିଥିଲା। ପରେ ସ୍ଥାନୀୟ ଲୋକ, ଦମକଳ ବାହିନୀ ଓ ପୋଲିସର ସହାୟତାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ମନୋଜ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ବର୍ତ୍ତମାନ ତାଙ୍କର ଅବସ୍ଥା ଭଲଅଛି ବୋଲି ଜଣାପଡ଼ିଛି।