ଗୁପ୍ତା ହିଁ ଜାଣିଛି ରାଜବୀର ପାଇଁ ସମୁଦାୟ କେତେ ଟଙ୍କା ଯୋଗାଡ ହୋଇଛି ,ସେ କାହିଁକି ସାମ୍ନାକୁ ଆସୁନାହିଁ?

୧୯ ମାସର କୁନି ଶିଶୁ ରାଜବୀର । ଏସଏମଇ ପରି ବିରଳ ରୋଗରେ ପୀଡିତ ଏହି କୁନି ଶିଶୁଟି ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ ଜାରି ରଖିଛି । କିଛି ଦିନ ହେବ ଆମେ ଲଗାତାର ଏକ ନିରୀହ ଶିଶୁ ର ସସ୍ଥ୍ୟ ଅବସ୍ଥା କୁ ନେଇ ଖବର ଶୁଣିବା କୁ ପାଉଥିଲୁ । କନ୍ଧମାଳ ଫୁଲବାଣୀ ବ୍ଲକ୍ ଗୁଞ୍ଜପଡ଼ା ଆମ୍ବପଡା ଗାଁର ଦେଢ଼ ବର୍ଷର ଶିଶୁ ରାଜବୀର ରଣା କ ର ବିଷୟ ରେ ଯିଏ କୁ ବିରଳ ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ରୋଗରେ ପୀଡିତ ହୋଇ ଏବେ ଜୀବନ ଯନ୍ତ୍ରଣା ଭୋଗୁ ଥିବାବେଳେ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ କାରଣ ତାଙ୍କୁ ଚିକିତ୍ସା ପାଇଁ ଦରକାର ପଡ଼ୁଛି ଅନେକ ଅର୍ଥ ।

୧୬୦୦ କୋଟି ହେଲେ ରାଜବୀରର ହେବ ଅସ୍ତ୍ର ଉପଚାର ଏପରିକି ତାଙ୍କ ଚିକିତ୍ସା ପାଇଁ ସମଗ୍ର ରାଜ୍ୟ ସମେତ ବଲିଉଡ୍ ର ଅଭିନେତା ମଧ୍ୟ ରାଜବୀରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି ।

ପ୍ରଥମେ ରାଜବୀରର ସହାୟତା ପାଇଁ ଦେବବ୍ରତ ଷଡଙ୍ଗୀ ହାତ ବଢାଇଥିଲେ । ମାତ୍ର ଦେବବ୍ରତ ରାଜନୀତି କରିବାକୁ ଚାହିଁବାରୁ ଆମେ ଓହରି ଯାଇଥିଲୁ । ପରବର୍ତ୍ତୀ ସମୟରେ ଅମିତ ଏବଂ ସୁଜାତା ମଧ୍ୟ ସହାୟତାର ହାତ ବଢାଇଥିଲେ । ତେବେ ସେମାନେ ପଛକୁ ଫେରିବା ସହିତ ଦେଇଥିବା ସହାୟତା ରାଶି ମଧ୍ୟ ଫେରାଇ ନେଇଥିଲେ ।

ଦେବବ୍ରତ ସେମାନଙ୍କୁ ୪୦ ହଜାର ଟଙ୍କା ମାଗିଥିବା ନେଇ କହିଥିଲା ଟାମଲିକା । ଅନୁ ଯେଉଁଭଳି ଭାବରେ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନରେ ସେ ବହୁତ ଭଲ ବୋଲି କହିଥିଲେ ଟାମଲିକା । ଅନୁ ତାଙ୍କୁ ଶଙ୍ଖା ସିନ୍ଦୂର ପିନ୍ଧିବାକୁ କହିଥିବା ବେଳେ ପଇସା ସମ୍ପର୍କରେ କାହାକୁ ନ ଜଣେଇବାକୁ କହିଥିଲେ । ନିଜ ଛୁଆ ପାଇଁ ନିଜେ ସେ ନିଜର ସମସ୍ତ ଅଙ୍ଗ ବିକ୍ରି କରିଦେବା ପାଇଁ ବି ପ୍ରସ୍ତୁତ ବୋଲି କାନ୍ଦି କାନ୍ଦି କହିଥିଲେ ଟାମଲିକା ।

ସବୁ ପରେ ରାଜବୀରଙ୍କ ମା ତମଲିକା ଦାସ ସେ କହିଛନ୍ତି, କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ତାଙ୍କୁ ଲୋକ ମାନଙ୍କ ଆଗରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ମଧ୍ୟରେ ଅମିତ୍ ଓ ସୁଜାତା ମଧ୍ୟ ଦୁଇ ଜଣ ।

ସେମାନେ ଏତେ ଉଚ୍ଚ ଶିକ୍ଷିତ ନଥିବାରୁ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି ତମଲିକା । କେବଳ ଏହି ଦୁଇ ଜଣ ନୁହଁନ୍ତି ବରଂ ଦେବବ୍ରତ ସାରଙ୍ଗୀ ମଧ୍ୟ ମିଛରେ ମିଡିଆ ନାଆଁ କହି ଏପରି ଟଙ୍କା ମାଗିଥିବା କହିଛନ୍ତି । ଅନ୍ୟପଟେ ଅନୁ ଓ ଗୁପ୍ତା ସାର ତାଙ୍କୁ ଅନେକ ସାହାଯ୍ୟ କରିଥିବା କହିଛନ୍ତି । ତେବେ ଅମିତ୍ କହିଛନ୍ତି ଯେ ଏସବୁ ବର୍ତମାନ ଗୋଳେଇ ଘାଣ୍ଟି ଯାଇଛି । କାରଣ ଆମେରିକା ରୁ ଗୁପ୍ତା ଙ୍କ ନାମ ରେ ଏବଂ ଆଉ ଦୁଇଜଣ ମିଶି ରାଜବିର ଙ୍କ ମା ବାପା ଙ୍କ ଆକାଉଣ୍ଟ କୁ ଚଳାଉଛନ୍ତି । ତେଣୁ ଆଉ ଏସବୁ ଉପରେ ବିଶ୍ୱାସ କରିବା କଥା ନୁହେଁ ।

Leave a Reply

Your email address will not be published. Required fields are marked *