ପ୍ରେମରେ ଅନ୍ଧ ହୋଇ ଯୁବତୀ ଜଣକ ପ୍ରେମିକକୁ ଦେଇଦେଲା ଘରର ଘରର ନକଲି ଚାବି,ଆଉ ୧୩ ଲକ୍ଷ ଟଙ୍କା ଲୁଟିନେଇ ପଳାଇଲା ପ୍ରେମିକ,ଆଉ ତା ପରେ ..

“କୁହାଯାଇଥାଏ ପ୍ରେମ ଅନ୍ଧ ହୋଇଥାଏ”,କାରଣ ପ୍ରେମ କରୁଥିବା ମଣିଷଟି ପ୍ରେମରେ ପଡି କିଛି ଜାଣି ପାରିନଥାଏ କି କେଉଁ କାମଟି ଠିକ୍ ଏବଂ କେଉଁ କାମଟି ଭୁଲ୍। କେବଳ ତାର ମନକୁ ଯାହା ଠିକ୍ ଲାଗିଥାଏ ସେମାନଙ୍କ କରିଥାଏ, ଅନେକ ସମୟରେ ସେହି କାମଟି ଠିକ୍ ହୋଇଯାଇଥାଏ ଏବଂ ଅନେକ ସମୟରେ ତାହା ଭୁଲ୍ ମଧ୍ୟ ହୋଇଯାଇଥାଏ।

ଆଉ ଆଜିକାଲି ଯୁଗରେ ଜଣେ ଭଲ ପ୍ରେମିକ ବା ପ୍ରେମିକା ପାଇବା ବହୁତ କଷ୍ଟ, କାରଣ ଆଜିକାଲି ସମସ୍ତେ କେବଳ ସ୍ୱାର୍ଥପର ଟଙ୍କା ଲୋଭରେ ଲୋକମାନେ ପ୍ରେମ କରୁଛନ୍ତି ଆଉ ଟଙ୍କା ହାସଲ କରିବା ପରେ ପ୍ରେମ କରିବା ମଧ୍ୱ ଛାଡି ଦେଉଛନ୍ତି। ସେଥିପାଇଁ ତ କୁହାଯାଏ “ପ୍ରେମ କରିବା ଭୁଲ୍ ନୁହେଁ, ପ୍ରେମରେ ହେଉଥିବା କାମ ଗୁଡିକ ଭୁଲ୍। ”

ଗୋଟିଏ ଝିଅକୁ ନିଜ ପ୍ରେମ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଚୁନା ଲାଗି ଯାଇଛି। ଯୁବତୀ ଜଣକ ନିଜ ପ୍ରେମିକକୁ ନିଜ ଘରର ଚାବି ଦେଇଥିଲେ। ହେଲେ ପ୍ରେମିକ ଯୁବକ ଜଣକ ଯୁବତୀ ଘରକୁ ଯାଇ 13 ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ସହ ଏକ ଆଇଫୋନ୍ ଚୋରି କରି ନେଇଯାଇଥିଲେ। ଇଣ୍ଡିଆ ଟାଇମ୍ସ ଅନୁଯାୟୀ ଏହି ଘଟଣା ଘଟିବା ବେଳେ ଝିଅଟି ଘରେ ନଥିଲା। ସେ ପରିବାର ସହିତ ବାହାରକୁ ଯାଇଥିଲେ।

ସେ ତାଙ୍କ ଘରର ନକଲ ଚାବି ତାଙ୍କ ପ୍ରେମିକକୁ ଦେଇଥିଲେ।ଖବର ଅନୁଯାୟୀ, ଘଟଣାଟି ହେଉଛି ମୁମ୍ବାଇର ଯୁବତୀ ତାଙ୍କ ପ୍ରେମିକ ସହିତ ସମୟ ବିତାଇବାକୁ ଚାହୁଁଥିଲା। କିନ୍ତୁ ତାଙ୍କ ବାପା ଏକୁଟିଆ ଛାଡିବାକୁ ରାଜି ହୋଇନଥିଲେ। ସେଥିପାଇଁ ତାଙ୍କୁ ମଧ୍ୟ ତାଙ୍କ ସହିତ ଯିବାକୁ ପଡିଥିଲା।

ଯେତେବେଳେ ସେ ୨୭ ଜାନୁଆରୀରେ ଘରକୁ ଫେରି ଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯୁବତୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଅଭିଯୁକ୍ତ ଯୁବକ ତାଙ୍କ ଘରୁ 13 ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଚୋରି କରିଛି। ସେମାନେ ଏନେଇ କୋଲାବା ପୋଲିସ ଷ୍ଟେସନରେ ଜଣାଇଥିଲେ।ଅନୁସନ୍ଧାନରୁ ଜଣାପଡିଛି ଯେ ଘରେ ପ୍ରବେଶ କରିବାକୁ କୌଣସି ଭଂଗାରୁଜା ହୋଇନାହିଁ।

ଅର୍ଥାତ୍ ଯାହା ପାଖରେ ଚାବି ଥିବ ସେ ଘରକୁ ଆସି ଏ କାମ କରିଛି।ପରେ ଯୁବତୀ ଜଣକ ପୋଲିସକୁ କହିଥିଲେ ଯେ ତାଙ୍କ ପ୍ରେମିକ ପାଖରଜ ଘରର ଚାବି ଥିଲା। ଏହା ପରେ ପୋଲିସ ଯୁବକକୁ ଡାକି ପଚରାଉଚରା କରିଥିଲା। ଅଭିଯୁକ୍ତ ପ୍ରେମିକ ଜଣ ମାନିଛି ଯେ ସେ ଏହି ଚୋରି କରିଛି।

Leave a Reply

Your email address will not be published. Required fields are marked *