ଋଷ ସୈନ୍ୟକୁ କୁନି ଝିଅ ଦେଲା ଧମକ,ଦେଖନ୍ତୁ ଭାଇରଲ ଭିଡ଼ିଓ

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଦୁଇ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା ।

ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି । ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ପ୍ରତ୍ୟେକ ଦିନ ୟୁକ୍ରେନ ର ଜଟିଳ ଖବର ଶୁଣିବାକୁ ମିଳିଛି । ଦୁଇ ଦିନ ଧରି ଋଷ ୟୁକ୍ରେନ ଉପରେ ବୋମା ମାଡ଼ କରି ଚାଲିଛି । ଯାହା ଫଳରେ ବଡ଼ ବଡ଼ ମହଲା ସବୁ ଭାଙ୍ଗି ଯାଉଛି । ଅନେକ ଆହତ ମଧ୍ୟ ହେଉଛନ୍ତି ।

ତେବେ ୟୁକ୍ରେନ ଏହି ଯୁଦ୍ଧ ରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ବେଳେ ଋଷ ପାଖରେ ସୈନ୍ୟ ସଂଖ୍ୟା ଅଧିକ ମାତ୍ରା ରେ ଥିବାରୁ ସେ ଆକ୍ରମଣ କରି ଚାଲିଛି । ବର୍ତ୍ତମାନ ପରିସ୍ଥିତି ଏପରି ହେବାରେ ଲାଗିଛି ୟୁକ୍ରେନ ର ଜନ ସାଧାରଣ ମଧ୍ୟ ବନ୍ଧୁକ ଉଠାଉଛନ୍ତି ।

ଏହି ସମୟ ରେ ଏକ କୁନି ଝିଅ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓ ରେ କୁନି ଝିଅ ଟି ଋଷ ର ଜଣେ ଯବାନ ଙ୍କୁ କଡ଼ା ଧମକ ଦେଇଛି । ଋଷ ର ଟ୍ୟାଙ୍କ ପାଖରେ ଋଷ ର ଜଣେ ଜବାନ ଠିଆ ହୋଇ ଥିଲେ । ସେହି ସମୟ ରେ ଜଣେ କୁନି ଝିଅ ଆସି ତାଙ୍କୁ ରାଗ ରେ ପ୍ରଶ୍ନ କରିଛି ଜେ ତୁମେ କିଏ ତୁମେ ଆମ ଦେଶ ରେ କଣ କରୁଛ ।

କେବଳ ସେତିକି ନୁହେ ରାଗ ତମ ତମ ହୋଇ କୁନି ଝିଅ ଟି ଜବାନ ଙ୍କୁ ହାତ ଉଠାଇଛି । କୁନି ଝିଅ ର ଜବାନ ଙ୍କୁ କିଛି ଫରକ୍ ପକାଇ ନ ଥିଲା । ଝିଅ ର କଥା କୁ ଖାତିର ନ କରି ତାକୁ ଏଠାରୁ ଚାଲି ଯିବାକୁ କହୁଛି । ଝିଅ ଟି ର କଥା ଶୁଣି ନିଜେ ହସି ଦେଇ ସେଠାରୁ ଚାଲି ଯାଉଛନ୍ତି । ଭିଡ଼ିଓ ରେ ଝିଅ ଟି ର ରାଗ ଦେଖି ୟୁଜର ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *