ରାଜବୀରର ଶରୀରର ଗୋଟେ ଗୋଟେ ପାର୍ଟ ନଷ୍ଟ ହେବା ଷ୍ଟାର୍ଟ ହେଲାଣି ,ଜଲଦି ତାକୁ ଇଞ୍ଜେକ୍ସନ ଦରକାର : ରାଜଵୀରଙ୍କ ମା

ରାଜବୀରଙ୍କ ମୁହଁକୁ ଦେଖିବାକୁ ଏବେ ଆଉ କାହା ମୁହଁ ନାହିଁ । ରାଜବୀରଙ୍କ ଏହି ଟଳମଳ ଆଖି ହୁଏତ ଆଉ କେତେଦିନ ବା କେତେସମୟ ଦେଖିବାକୁ ମିଳିପାରେ । ଜୀବନ ମରଣ ଭିତରେ ଆଉ ମାତ୍ର ଦିନ କେତୋଟି ବାକି ଅଛି । ରାଜବୀରଙ୍କ ଏହି ଅବସ୍ଥା ଦେଖିଲେ ନିଜକୁ ଅସହାୟ ଲାଗୁଛି । ଏମିତି ଲାଗୁଛି କିଏ ଚାଲିଯିବା ଆଗରୁ କାନ୍ଦି କାନ୍ଦି ବଞ୍ଚିବାକୁ ନେହୁରା ହେଉଛି ।

କିନ୍ତୁ ଗରିବ ସାଧାରଣ ମଣିଷଟିଏ ଦେଖିବା ଓ ଶୁଣିବା ଛଡା ତା ପାଖରେ ଆଉ କିଛି ବାଟ ନାହିଁ । ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ପାଇଁ ସାଧାରଣ ମଣିଷଟେ ପାଖରେ କୁଆଡୁ ବା ସକ୍ଷମ ଆସିବ । ବାପା ମା ଅହରହ ଚେଷ୍ଟା କଲା ପରେ ମଧ୍ୟ ହୋଇପାରୁନାହିଁ ଟଙ୍କା ଯୋଗାଡ । ହାତ ଯୋଡ଼ି, କାନି ପତେଇ ରାଜବୀରଙ୍କ ଜୀବନ ଭିକ୍ଷା ମାଗୁଛନ୍ତି ମା ଜଣଙ୍କ ।

ତେବେ ବନ୍ଧୁଗଣ ପୁଅକୁ ଭଲ କରିବାକୁ ଦରକାର ୧୬ କୋଟି ।ଏସସିବିରେ ବି ନାହିଁ ଏହାର ଚିକିତ୍ସା ବ୍ୟବସ୍ଥା । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ କହି ଫେରାଇ ଦେଲେ ଏସସିବି କର୍ତ୍ତୃପକ୍ଷ । ପାଖରେ ଟଙ୍କା ନାହିଁ । ସମୟ ବି ନାହିଁ ।  ଶେଷ ରେ ସେ ମାଆ ରାଜବୀର କୁ କହି କହି ନିଜେ ମଧ୍ୟ ହାତ ଯୋଡି ସାହାଯ୍ୟ ମାଗୁଛନ୍ତି । ତେବେ ସୂଚନାଯୋଗ୍ୟ ଯେ ୧୯ ମାସର ରାଜବୀର ରଣା ବିରଳ ଜେନେଟିକ ରୋଗରେ ପୀଡ଼ିତ

ତେବେ ଏସବୁ ମଧ୍ୟରେ ଦେଖା ଦେଇଛି ଟଙ୍କା କଲେକ୍ସନ କୁ ନେଇ ଗଣ୍ଡଗୋଳ ଓ ବିବାଦ । ରାଜବୀରର ଟଙ୍କା ହାତେଇବା ପାଇଁ ଚାଲିଛି ଏବେ ବିଭିନ୍ନ ପ୍ରକାର ଷଡଯନ୍ତ୍ର । ମିଡ଼ିଆ ରେ ଆସି ମିଛ କହୁଥିବା ବ୍ୟକ୍ତି ମାନଙ୍କୁ ଗୁହାରି କରିଛନ୍ତି । ବର୍ତ୍ତମାନ ରାଜବିର ର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଲାଣି । ଇଞ୍ଜେକ୍ସନ ନ ଦେବାରୁ ଶରୀର ର ଗୋଟିଏ ଗୋଟିଏ ଅଂଶ ଖରାପ ହେବାକୁ ଲାଗିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟି ୩୦ ଲକ୍ଷ ଟଙ୍କା ଯୋଗାଡ ହୋଇଛି ।

ଆଉ କିଛି ଦିନ ମଧ୍ୟରେ ୧୬ କୋଟି ହୋଇ ଯିବ । ପୁଣି ବର୍ତ୍ତମାନ ଡାକ୍ତର ରଜାବିର କୁ ଏକ ଔଷଧ ଦେବାକୁ କହୁଛନ୍ତି ଯାହାର ମୂଲ୍ୟ ୩୦-୪୦ ଲକ୍ଷ ଟଙ୍କା । ନିକଟ ରେ ରଜାବିର ର ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ମିଥ୍ୟା ଅପବାଦ ମିଳି ଥିବା ବେଳେ ତାଙ୍କ ମା କହିଛନ୍ତି ଜେ ସତରେ ତାର ଦେହ ଖରାପ ଅଛି । ଜଣେ ମା ତାର ପିଲା ବିଷୟ ରେ ମିଛ କଥା କହିବ ନାହି । ପୂର୍ବରୁ ମୁଁ ଦୁଇଟି ସନ୍ତାନ କୁ ହରାଇ ସାରିଛି ।

ମୁଁ ତାକୁ ବଞ୍ଚାଇବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଛି । ଅନେକ ଲୋକ ମୋତେ ଫୋନ୍ କରି ରଜବିର ର ରିପୋର୍ଟ୍ ମାଗୁଛନ୍ତି ତେବେ ମୁଁ ୪.୫ କୋଟି ଲୋକ ଙ୍କୁ କିପରି ରିପୋର୍ଟ୍ ପଠାଇ ପାରିବି । ଏହା ସବୁ ଷଡ଼ଯନ୍ତ୍ର ଚାଲିଛି । ମୋ ସ୍ବାମୀ ଓ ମୁଁ କୁଆଡ଼େ ଗଲେ ବି ଭିଡ଼ିଓ ହେଉଛି । ଏପରି କରନ୍ତୁ ନାହି ବୋଲି ମିଡ଼ିଆ ସାମ୍ନା ରେ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *