ବଡ଼ ଖବର : ଋଷିଆ ଉପରେ ପରମାଣୁ ବୋମା ପାକଇବ ଫ୍ରାନ୍ସ…

ୟୁକ୍ରେନ୍ ରେ ଆରମ୍ଭ ହେଲା ସଂଗ୍ରାମ।ବର୍ତ୍ତମାନ ପାଲଟା ଆକ୍ରମଣ କରୁଛି ୟୁକ୍ରେନ୍।ୟୁକ୍ରେନ୍ ର ରାଜଧାନୀ ଥରିଛି।ୟୁକ୍ରେନ୍ ରେ ଯୁଦ୍ଧ ଆରମ୍ଭ କରିଦେଇଛି ଋଷ୍।ୟୁକ୍ରେନ୍ ର ରାଜଧାନୀ ରେ ଭୟଙ୍କର ବିସ୍ପୋରଣର ସୂଚନା ମିଳିଛି।ଏପଟେ ପୁଟି ୟୁକ୍ରେନ୍ କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି।ସେପଟେ ବିସ୍ପୋରଣରେ ଥରୁଛି ରାଜଧାନୀ କିବ।

ଖାଲି ସେତିକି ନୁହେଁ ୟୁକ୍ରେନ୍ ର ପ୍ରାୟ ୧୩ ଟି ସହରରେ ତିନି ପଟୁ ଆକ୍ରମଣ କରିବାକୁ ଲାଗିଛି ଋଷ୍।ତେଣୁ ବିଶ୍ଵ ସମୁଦାୟ ବି ଏ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ଜାତିସଂଘ ପକ୍ଷରୁ ମଧ୍ୟ ଯୁଦ୍ଧ ନ କରି ଶାନ୍ତି ଶୃଙ୍ଖଳାର ସହିତ ବୁଝାମଣା କରିବାକୁ କୁହାଯାଇଥିଲା। ଏବେ ଋଷ ର ଯୁଦ୍ଧ ଡାକରା କୁ ଜବାବ ଦେଇଛି ୟୁକ୍ରେନ୍।

ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ବର୍ତ୍ତମାନ ଚିନ୍ତାରେ ପୁରା ବିଶ୍ଵ।ଆଉ ଏହାର ମଧ୍ୟରେ ଋଷିଆ ରେ ପରମାଣୁ ବୋମା ର ଧମକ ଦେଇଛନ୍ତି ଫ୍ରାନ୍ସ୍।ଫ୍ରାନ୍ସ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ଋଷ ବିଶ୍ୱକୁ ପରମାଣୁ ଅସ୍ତ୍ର ଧମକ ଦେବା ପୂର୍ବରୁ ଲାଭ କଥା ଚିନ୍ତା କରିବା ଦରକାର।

ନାଟ ସଦସ୍ୟଙ୍କ ପାଖରେ ପରମାଣୁ ଅସ୍ତ୍ର ଗଚ୍ଛିତ ହୋଇ ରହିଛି।ଋଷିଆ କହିବା ପୂର୍ବରୁ ଆତ୍ମସମୀକ୍ଷା ର ଆବଶ୍ୟକତା ରହିଛି ବୋଲି ଫ୍ରାନ୍ସ୍ କହିଛି ।ତେବେ ଋଷ ପକ୍ଷରୁ ବୋମା ବିସ୍ପୋରଣ କରାଯାଇଥିବା ବେଳେ ୟୁକ୍ରେନ୍ ବର୍ତ୍ତମାନ ଋଷ ର ଏକ ଯୁଦ୍ଧ ବିମାନ ଧ୍ଵଂସ କରିଥିବାର ସୂଚନା ମିଳିଛି।

ଏହି ଆକ୍ରମଣ ପ୍ରତି ଆକ୍ରମଣ ଭିତରେ ଅନ୍ୟ ପକ୍ଷରେ ବାଇଦେନ୍ ବିଶ୍ୱକୁ ସମ୍ବୋଧନ କରିଛନ୍ତି।ଯେଉଁଥିରେ ସେ ଯୁଦ୍ଧ କୁ ନିନ୍ଦା କରିଛନ୍ତି।ହେଲେ ଜାତିସଂଘ ପୁଣି ବୈଠକ କରିଥିବା ବେଳେ ରାଜଧାନୀ କିବ ର ବିସ୍ପୋରଣ ଏବଂ ୟୁକ୍ରେନ୍ ର ପ୍ରତି ଆକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ଏଠାରେ ଯୁଦ୍ଧ ବେଳେ ପଶ୍ଚିମ ଦେଶ ଗୁଡ଼ିକୁ ଟାର୍ଗେଟ କରିଥିଲେ ପୁଟିଁନ୍।

ସେ କହିଥିଲେ ଯଦି ୟୁ କ୍ରେନ୍ ଓ ଋଷିଆ ଭିତରେ ଲାଗିଥିବା ଯୁଦ୍ଧରେ କୌଣସି ଦେଶ ମୁଣ୍ଡ ପୁରାଏ ତେବେ ସ୍ଥିତି ଭୟଙ୍କର ହେବ।ଏମିତି କି ପୂର୍ବରୁ ଯାହା କିଛି ହୋଇ ନଥିଲା ତାହା ହେବ ବୋଲି ପୁଟିନ କହିଛନ୍ତି।ୟୁ କ୍ରେନ୍ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳେ ସମଗ୍ର ଇଉରୋପ ପ୍ରତି ବିପଦ ସୃଷ୍ଟି ହୋଇଛି।ଯଦି କୌଣସି ରାଷ୍ଟ୍ର ୟୁ କ୍ରେନ୍ କୁ ସାହାର୍ଯ୍ୟ କରିବେ ତାହେଲେ ସେମାନଙ୍କୁ ଏହାର ପରିମାଣ ଭୋଗିବାକୁ ପଡିବ।

Leave a Reply

Your email address will not be published. Required fields are marked *