ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଆଉ କିଛି ଭିଡିଓ ଏପରି ମଜାଳିଆ ଥାଏ ଯେ ଲୋକମାନେ ଏହାକୁ ପସନ୍ଦ କରିବା ସହ ବହୁ ମାତ୍ରାରେ ଭାଇରାଲ୍ ମଧ୍ୟ କରି ଥାଆନ୍ତି।
ବାଦାମ ବିକ୍ରେତା ଭୁବନ ବାଦକରଙ୍କ ଗୀତ ‘କାଚା ବାଦାମ’ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଥିଲା,ଏହି ଗୀତ ଭୁବନ ବାଦକରଙ୍କ ଜୀବନକୁ ବଦଳାଇ ଦେଇଛି। ଭୁବନ ବାଦକର, ଯାହାକୁ ଲୋକମାନେ ଜଣେ ଚିନା ବାଦାମ ବିକ୍ରେତା ଭାବରେ ଜାଣିଥିଲେ, ଆଜି ସେ ଜଣେ ଗାୟକ ଭାବରେ ମାନ୍ୟତା ପାଇଛନ୍ତି।
କେବଳ ଦେଶର ସେଲିବ୍ରିଟି ନୁହଁନ୍ତି ବିଦେଶରେ ମଧ୍ୟ ତାଙ୍କ କାଚା ବାଦାମ ଗୀତରେ ଇନଷ୍ଟାଗ୍ରାମ ରିଲ ତିଆରି କରୁଛନ୍ତି। ତେବେ ଏହି କାଚା ବାଦାମ ଗୀତକୁ ଟକ୍କର ଦେବାକୁ ବଜାରରେ ଆଉ ଏକ ନୂଆ ଗୀତ ଆସିଛି। କାଚା ବାଦାମ ଗୀତଟି ଲୋକମାନଙ୍କ ତୁଣ୍ଡରୁ ଏପର୍ଯ୍ୟନ୍ତ ଯାଇନାହିଁ। ଏବେ ପିଜୁଳି ବିକ୍ରି କରୁଥିବା ଜଣେ ଅଜାଙ୍କ ଗୀତ ସୋସିଆଲ ମିଡିଆରେ ଚହଳ ଖେଳାଇଛି। ଗୀତ ଏବଂ ଦମଦାର କଣ୍ଠରେ ଅଜା ତାଙ୍କ ପିଜୁଳି ବିକ୍ରି କରିବା ପାଇଁ ଏହି ଗୀତ ଗାଇଛନ୍ତି, ଏହା ସୋସିଆଲ ମିଡିଆରେ ପରବର୍ତ୍ତୀ ଟ୍ରେଣ୍ଡିଂ ଗୀତ ହେବାକୁ ଯାଉଛି।
ଭିଡିଓରେ ଆପଣ ଦେଖିବେ ଯେ, ଠେଲାରେ ପିଜୁଳି ବିକ୍ରି କରୁଥିବା ଅଜା ତାଙ୍କ ପିଜୁଳିର ପ୍ରଶଂସା କରି ଏକ ଗୀତ ଗାଉଛନ୍ତି।ଲୋକମାନେ ଏହି ୨୭ ସେକେଣ୍ଡ୍ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ତାଙ୍କର ଏହି ଗୀତକୁ ‘କାଚା ବାଦାମ’ ଗୀତ ସହିତ ତୁଳନା କରାଯାଉଛି। ବର୍ତ୍ତମାନ, ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଲୋକମାନେ ଏହି ଭିଡିଓକୁ ବିପୁଳ ସେୟାର କରୁଛନ୍ତି। କୁହାଯାଉଛି ଯେ, “sunil_gangwar_1” ନାମକ ଇନଷ୍ଟା ଏକାଉଣ୍ଟରେ ପ୍ରଥମେ ଏହି ପିଜୁଳି ଗୀତ ସେୟାର କରାଯାଇଥିଲା।