ଯୁଦ୍ଧର ପ୍ରଭାବ ! ପେଟ୍ରୋଲ ୨୦ ଓ ଡିଜେଲ ଲିଟର ପିଛା ୧୫ ଟଙ୍କା ବୃଦ୍ଧି..

କ୍ରୁଡ ତୈଳର ଦାମ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ରେକର୍ଡ ସ୍ତରରେ ବୃଦ୍ଧି ପାଇଥିବା ସମୟରେ ଇଣ୍ଡିଆନ ଅଏଲ କର୍ପୋରେସନର ସହଯୋଗୀ କମ୍ପାନୀ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ ଏହି ବିଷୟରେ ଘୋଷଣା କରିଛି। କମ୍ପାନୀ ତରଫରୁ ବିଶ୍ୱସ୍ତରରେ ଇନ୍ଧନର ଦାମ ଘୋଷଣା କରି କହିଛିଯେ, ପେଟ୍ରୋଲ ୨୦ ଟଙ୍କା ଓ ଡିଜେଲ ୧୫ ଟଙ୍କା ପ୍ରତି ଲିଟର ବୃଦ୍ଧି କରାଯାଇଛି।

ଶ୍ରୀଲଙ୍କା ଇଣ୍ଡିଆନ ଅଏଲ୍ କମ୍ପାନୀ ଚଳିତ ମାସରେ ଶ୍ରୀଲଙ୍କାରେ ଦ୍ୱିତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛି। ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା ୨୦୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୩୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିପାଇଛି। ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷେ ନୂଆଦିଲ୍ଲୀ ସହ ଭାରତ ଗସ୍ତରେ ଯାଇ ଆର୍ଥିକ ସହାୟତା ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ପାଇଁ ଭାରତ ଗସ୍ତରେ ଆସିଥାନ୍ତେ।

ବର୍ତ୍ତମାନ ରାଜପକ୍ଷେ ଏହି ଗସ୍ତକୁ ସ୍ଥଗିତ ରଖିଛନ୍ତି। ଏହି ସମୟରେ, ଶ୍ରୀଲଙ୍କା IOCL (LIOC) ଉଭୟର ମୂଲ୍ୟକୁ ବୃଦ୍ଧି କରିଦେଇଛି। ଏହି ସପ୍ତାହର ଶେଷରେ ବେସିଲ ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ସେ ଦିଲ୍ଲୀ ଗସ୍ତରେ ଆସିବେ। ଏଠାରେ କହିରଖୁଛୁକି, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୭ ବର୍ଷର ରେକର୍ଡ ଭାଙ୍ଗି ବର୍ତ୍ତମାନ ଉଚ୍ଚ ସ୍ତରରେ ପହଞ୍ଚିଛି।

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଅଶୋଧିତ ଏବଂ ପ୍ରାକୃତିକ ଗ୍ୟାସର ମୂଲ୍ୟ ମଧ୍ୟ ବର୍ତ୍ତମାନ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶେଷଜ୍ଞମାନେ କହିଛନ୍ତିଯେ ଦେଶରେ ଚାଲିଥିବା ଏହି ପାଞ୍ଚଟି ରାଜ୍ୟର ବିଧାନସଭାର ନିର୍ବାଚନ ସମାପ୍ତ ହେବା ପରେ ତୈଳର ମୂଲ୍ୟ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *