ରାସନ କାର୍ଡ: ରାସନ ନେବା ନିୟମରେ ହେଲା ବହୁତ ବଡ଼ ପରିବର୍ତ୍ତନ,ଜାଣି ନିଅନ୍ତୁ ନହେଲେ ପରେ ଅସୁବିଧାରେ ପଡିପାରନ୍ତି

ରାସନ କାର୍ଡର ହିତାଧିକାରୀମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ ପରିବର୍ତ୍ତନ କରୁଛନ୍ତି। ସୂଚନା ଅନୁସାରେ, ବାସ୍ତବରେ, ସରକାରୀ ରାସନ ଦୋକାନରୁ ରାସନ ଗ୍ରହଣ କରୁଥିବା ଯୋଗ୍ୟ ଥିବା ବ୍ୟକ୍ତିମାନଙ୍କ ପାଇଁ ବିଭାଗ ନିର୍ଦ୍ଧାରିତ ମାନଦଣ୍ଡରେ ପରିବର୍ତ୍ତନ କରୁଛନ୍ତି। ନୂତନ ମାନକର ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରମାନଙ୍କ ସହିତ ଅନେକ ରାଉଣ୍ଡର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ନୂଆ ବ୍ୟବସ୍ଥାରେ କଣ ଘଟିବ ଆସନ୍ତୁ ଜାଣିବା…

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁସାରେ, ଦେଶରେ ବର୍ତ୍ତମାନ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି। ସେମାନଙ୍କ ମଧ୍ୟରେ ଏମିତି ଅନେକ ଲୋକ ସାମିଲ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି। ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବା ପାଇଁ ଯାଉଛି। ବାସ୍ତବରେ, ବର୍ତ୍ତମାନ ଏହି ନୂତନ ମାନକ ସଂପୂର୍ଣ୍ଣ ରୂପରେ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ।

ଏହି ପରିପ୍ରେକ୍ଷୀରେ ହିଁ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ କହିଛନ୍ତିକି, ଗତ ୬ ମାସ ଧରି ମାନକ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ବୈଠକ ଚାଲିଛି। ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ସାମିଲ କରି ଯୋଗ୍ୟ ଲୋକମାନଙ୍କ ପାଇଁ ଏକ ନୂତନ ମାନକ ପ୍ରସ୍ତୁତ ହେଉଛି। ଏହି ମାନକଗୁଡିକର ଶୀଘ୍ର ଚୂଡାନ୍ତ ହେବ। ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ଥିବା ବ୍ୟକ୍ତିମାନେ ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ଆଦୌ ପାଇପାରିବେ ନାହିଁ। ଅସହାୟ ଲୋକମାନଙ୍କୁ ଧ୍ୟାନରେ ରଖି ଏହିଭଳି ପରିବର୍ତ୍ତନ କରାଯାଉଛି

ସୁଚନା ଅନୁସାରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ‘ୱାନ ନ୍ୟାସନ ୱାନ ରାସନ କାର୍ଡ’ ଯୋଜନା କାର୍ଯ୍ୟକାରୀ ହୋଇସାରିଛି। ପ୍ରାୟ ୬୯ କୋଟି ହିତାଧିକାରୀ ଅର୍ଥାତ୍ NFSA ଅଧୀନରେ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଏହି ଯୋଜନାର ଲାଭ ଉଠାଉଛନ୍ତି। ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି।

Leave a Reply

Your email address will not be published. Required fields are marked *