ମାଳିକାର ଭବିଷ୍ୟବାଣୀ : ନାରୀ’ଙ୍କ ଚରିତ୍ର ବଦଳିଯିବ ?

ମାଳିକା ବର୍ଣ୍ଣନା ଦୀର୍ଘ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ଅନେକ ପ୍ରମାଣ ଆମେ ଏବେ ପାଉଛୁ । ଏହା ସତ ଯେ ମାଳିକା ବର୍ଣ୍ଣନାରେ ଏକ ପୂର୍ଣ୍ଣ ଅନୁଭବର ବିଚାର ଦେଖିବାକୁ ମିଳିଥାଏ ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ ।

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ପାପ, ଅନୀତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ । ଏହାସହିତ ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ କିପରି ରହିପାରିବା ଏହା ମାଳିକାର ଉଦ୍ଦେଶ୍ୟ ।

ବେଦ ପୁରାଣ ଅନୁଯାୟୀ ଆମେ ଯେଉଁ ଯୁଗ ରେ ବଞ୍ଚୁଛେ ତାହା ହେଉଛି କଳି ଯୁଗ । ଅଧର୍ମ ର ମାତ୍ରା ଯେବେ ବଢ଼ି ଯିବା ସେବେ ଏହି ଯୁଗ ର ପରି ସମାପ୍ତି ଘଟିବ ବୋଲି ବେଦ ପୁରାଣ ରେ କୁହା ଯାଇଛି । ଯଦି ଆମେ ବେଦ ଦେଖିବା ତେବେ କଳି ଯୁଗ ଟି ଅତ୍ୟାଚାରୀ ଯୁଗ ବୋଲି କୁହା ଯାଉଛି । ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ଯୁଗରେ ଆରମ୍ଭ ହୋଇଥୁଲା ଓ ଏହାର ଅନ୍ତ କଳି ଯୁଗ ରେ ହେବା ବୋଲି କୁହା ଯାଉଛି ଏହି ଯୁଗ ରେ ନାନା ପ୍ରକାର କୁ କର୍ମ ବଢିବ ।

ଚୋରି,ଡକାୟତି, ଲୋଭ, କାମ, ମୋହ, କ୍ରୋଧ ଆଦି ମଣିଷ କୁ ଅନ୍ତ କରିଦେବ । ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମ ରେ ଲୀପ୍ତ ରହିବ । କଳି ଯୁଗ ରେ ଯାହା ସବୁ ଘଟିବ ତାହା ଏକ ଗ୍ରନ୍ଥ ରେ ଲେଖା ହୋଇଛି ଯାହାକୁ ଆପଣ ମାନେ ମାଳିକା ଭାବରେ ଜାଣିଛନ୍ତି ତେବେ କିଛି ରହସ୍ୟ ଲୁଚି ରହିଛି ବୋଲି ସେଥିରେ ମଧ୍ୟ ଲେଖା ଅଛି ତାହା କଣ ଆଜି ଆମେ ଆପଣ ଙ୍କୁ ଜଣାଇବୁ ।

ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ଲେଖିବା ସମୟ ରେ ଗୋଟିଏ କଥା ତାଙ୍କ ମନକୁ ଆସିଥିଲା । ରାମ ଦାସ ମହାପୁରୁଷଙ୍କୁ ପଚାରିଥିଲେ ଏହି କଳିଯୁଗରେ ସମସ୍ତ ଭକ୍ତ କଣ ଉଦ୍ଧାର ହେବେ । ମହାପୁରୁଷ କହିଛନ୍ତି ଏହି କଳିଯୁଗର ମଣିଷ କାମ, କ୍ରୋଧ, ମୋହ ମାୟା ରେ ବନ୍ଧା । ସମସ୍ତେ ଗର୍ବ, ଅହଙ୍କାର, ଆଦି ଦେଖାଉଥିବେ । ମଣିଷ ମାନେ ନିଜକୁ ସବୁବେଳେ ଟେକି ନିଜକୁ ଭଗବାନ ଭାବୁଥିବେ ଏହି ଭଳି ମଣିଷ ଙ୍କୁ ଭଗବାନ ଠକିବେ ।

ମଣିଷ ଭିତରେ ଏତେ ମାତ୍ରାରେ ଗର୍ବ ହୋଇ ଯିବ ଯେ ଭଗବାନ ଙ୍କୁ ଭୟ କରିବେ ନାହିଁ । ମାଳିକାରେ ଲେଖା ଯାଇଛି ଆଗକୁ ବହୁତ ସାରା ପରିବର୍ତ୍ତନ ଦେଖାଯିବ । ପୃଥିବୀପୃଷ୍ଠରେ ସମାଜ ଏତେ ମାତ୍ରାରେ କଳୁଷିତ ହୋଇଯିବ ଯେ ନାରୀମାନେ ନିଜର ସମସ୍ତ ଲାଜଲଜ୍ଜାକୁ ଭୁଲିଯିବେ ଏବଂ ନାରୀମାନେ ନିଜର ବାହୁଟେକି ଦେଖାଇବେ । ନାଭି ଦେଖାଇ ବସ୍ତ୍ର ପିନ୍ଧିବେ । ଗୁରୁଜନ ମାନଙ୍କୁ ମାନିବେ ନାହିଁ । ମୁକୁଳା କେଶ କରିବେ । ଏପରି କହିଛନ୍ତି ବାବା କଳିଯୁଗର ଶେଷ ସମୟକୁ ଆଖି ଆଗରେ ରଖି ।

Leave a Reply

Your email address will not be published. Required fields are marked *