ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।
ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ପାଣି ବୋଟଲ ଗୋଟି ୧୨ ହଜାର ଟଙ୍କା, ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ଆଉ ଏହା ଆଶ୍ଚର୍ଯ୍ୟ ଲାଗିବା ଟା ବି ସ୍ୱଭାବିକ। ଯେତେବେଳେ ଆମେ ପାଣି ପାଇଁ କୌଣସି ଆଡେ ଯାଇଥାଉ, ପାଣି ଆମକୁ ସହଜରେ ମିଳି ଯାଇଥାଏ, ହେଲେ ମହାନଗର ନିଗମ ମାନଙ୍କରେ ଜଳ କିଣିବା ଏକ ସାଧାରଣ କଥା ଅଟେ।
ହେଲେ ଆମେ ଦେଶରେ ଥିବା ଛୋଟ ସହର ମାନଙ୍କରେ ଏହି ସୁବିଧା ଅଳ୍ପ ମାତ୍ରାରେ ଉପଲବ୍ଧ ହୋଇଥାଏ ଏବଂ ଏହି ସବୁ କଥା କୋଚିତ୍ ଦେଖିବାକୁ ମିଳିଥାଏ। ଆମ ଦେଶରେ ପାଣି ଗୋଟେ ବୋଟଲ କିଣିଲେ ଅତି ବେଶୀରେ ଆମକୁ ୩୦ ରୁ ୪୦ ଟଙ୍କା ଦେବାକୁ ପଡେ, ହେଲେ ଏଭଳି ଏକ ଦେଶ ରହିଛି ଯେଉଁଠାରେ ଏକ ପାଣି ବୋଟଲର ଦାମ୍ ୧୨ ହଜାର ଟଙ୍କା, ଏହାକୁ କିଣିଲେ ଲୋକଙ୍କୁ ୧୨ ହଜାର ଟଙ୍କା ଦେବାକୁ ପଡିଥାଏ।
ତେବେ ଏହି ଜଳର ନାମ ହେଉଛି ଏଫ୍ସୁ, ଆଉ ଏହିଭଳି ଦେଶ ହେଲା ବ୍ରିଟେନ୍। ସବୁଠାରୁ ବଡ କଥା ହେଲା ବ୍ରିଟେନ୍ ରେ ଏହା ହେଲା ପ୍ରଥମ ଦୋକାନ, ଯେଉଁଠି କେବଳ ପାଣି ହିଁ ବିକ୍ରି ହୋଇଥାଏ। ଏପରିକି ଦୋକାନରେ ସାଧାରଣ ଜଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଜଳ ଉପଲବ୍ଧ ଥାଏ
ଯାହାକୁ କି ଖାଦ୍ୟ ସହ ମଦ୍ୟପାନ ଭାବେ ବ୍ୟବହାର କରାଯାଏ ଆଉ ଏହି ଦୋକାନର ନାମ ହେଉଛି ଫାଇନ୍ ଲିକ୍ୟୁଡ୍। ଏହାକୁ ମିଲିନ୍ ପଟେନ୍ ନାମକ ଜଣେ ବ୍ୟବସାୟୀ ପରିଚାଳନା କରନ୍ତି। ଏଠାରେ ମିଳୁଥିବା ସମସ୍ତ ଜଳ ଏକା ପରି ନଥାଏ ଭିନ୍ନ ଥାଏ, ଏଠାରେ ମିଳୁଥିବା ଏଫ୍ସୁ ଜଳ ୧୨ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ମିଲିନ୍ ବିକ୍ରି କରୁଥିବା ଜଳକୁ ଝରଣା ଏବଂ ପ୍ରାକୃତିକ ଉତ୍ସରୁ ସଂଗ୍ରହ କରିଥାଆନ୍ତି।