ପ୍ରେମ ପାଇଁ ଚାଲିଗଲେ ଆଉ ଜଣେ ସୌମ୍ୟ,ନିର୍ବନ୍ଧ ପରେ ମିଳିଲା ପ୍ରେମିକର ଝୁଲନ୍ତା ଶବ,ଜାଣନ୍ତୁ ପୁରା ଘଟଣା

ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି ।

କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗି ଥାଏ । ତେବେ ଆଜି କାଲି ର ଦୁନିଆ ରେ ପ୍ରେମ ର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି । ଧୋକା ଖାଇ ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ପ୍ରେମ ପାଇଁ ବଳି ପଡ଼ିଲେ ଆଉ ଜଣେ ସୌମ୍ୟ । ପ୍ରେମିକା ସହ ନିର୍ବନ୍ଧ ପରେ ମିଳିଲା ପ୍ରେମିକ ର ଶବ ।

ପରିବାର ଲୋକ ଆଣିଲେ ସାଙ୍ଘାତିକ ଅଭିଯୋଗ । ପୁଅ କୁ ପ୍ରେମିକା ର ଘର ଲୋକ ମାରି ଟାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରେମିକା ପ୍ରେମିକ କୁ ଦେଇଥିବା କଥା ମିଛ । ପ୍ରେମିକ ପ୍ରେମିକା କୁ ନେଇ ଦେଖିଥିବା ସ୍ବପ୍ନ ମିଛ । ଦେଇଥିଲେ ମିଛ ସାଥୀ ହୋଇ ବଞ୍ଚିବାର ଓ ମାରିବାର ସ୍ବପ୍ନ ।

ଏହି ସବୁ ମିଛ ହୋଇ ନ ଥିଲେ କୌଣସି ପ୍ରେମିକା କଣ ପ୍ରେମିକ କୁ ଧୋକା ଦେଇ ପାରିଥାନ୍ତା । ବଳି ପଡନ୍ତି ପ୍ରେମିକ ମାନେ ଯେପରି ସୌମ୍ୟ ବଳି ପଡ଼ିଲେ ସୋନାଲି ଙ୍କ ପାଇଁ । ସୋନାଲି ଧୋକା ଦେବା ପରେ ସୌମ୍ୟ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଜଣା ପଡିଛି । ମାତ୍ର ନୟାଗଡ଼ ଜିଲ୍ଲାର ନେତ୍ରାନନ୍ଦ ସାହୁ ଆତ୍ମହତ୍ୟା କରିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହି ।

ନୟାଗଡ଼ ଜିଲ୍ଲା ହଦଗଡ଼ ଥାନା ପଦ୍ମାବତୀ ଗ୍ରାମ ର ନେତ୍ରାନନ୍ଦ ସାହୁ ସରସ୍ଵତୀ ସାହୁ ଙ୍କୁ ମନ ହୃଦୟ ଦେଇ ଭଲ ପାଉଥିଲେ । ସାଥିରେ ବଞ୍ଚିବା ସାଥିରେ ମାରିବା ସଂକଳ୍ପ ନେଇଥିଲେ । ଦୁହିଁଙ୍କ ନିର୍ବନ୍ଧ ହୋଇ ସାରିଥିଲା । ବିବାହ ମଧ୍ୟ ଠିକ୍ ହୋଇ ସାରିଥିଲା । କିଛି ଦିନ ପରେ ଝିଅ ଘର ତରଫ ରୁ ବିବାହ ଘର ଭାଙ୍ଗି ଦିଆ ଯାଇଥିଲା ।

ଏହାକୁ ନେଇ ନେତ୍ରାନନ୍ଦ ମାନସିକ ଚିନ୍ତା ରେ ରହିଲେ । କିଛି ଦିନ ପରେ ଝିଅ ଘର ଲୋକ ନେତ୍ରାନନ୍ଦ ଙ୍କୁ ନିଜ ଘରକୁ ଡ଼ାକି ଥିଲେ । ନେତ୍ରାନନ୍ଦ ମଧ୍ୟ ବହୁ ଆଶା ନେଇ ପ୍ରେମିକା ର ଘରକୁ ଯାଇଥିଲେ । ମାତ୍ର ଘରକୁ ଆଉ ଫେରି ନ ଥିଲେ । ପରେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଏକ ନାଳ ରୁ ଉଦ୍ଧାର କରା ଯାଇଥିଲା । ବର୍ତ୍ତମାନ ଅଭିଯୋଗ ନେଇ ନେତ୍ରାନନ୍ଦ ଙ୍କ ଭାଇ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *