ଦେଖନ୍ତୁ ଭାଇରଲ ବୟଙ୍କ ମଜାମଜା କଥା ………..

ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି । ସେଥିରେ କୁନି କୁନି ପ୍ରତିଯୋଗୀ ମାନଙ୍କ ଗୀତ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସୁନ୍ଦର ଭାବରେ ସେମାନେ ଗୀତ ପରିବେଷଣ କରୁଛନ୍ତି ଯାହା ଶୁଣିଲେ ଆପଣ ବି ନାଚି ଉଠିବେ । ତେବେ ସେହି ଶୋ ରେ ଜଣେ କୁନି ପିଲାର ଗୀତ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ । ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିବାର ଦେଖା ଯାଇଛି ।

ଏଥିମଧ୍ୟରୁ ଜଣେ କୁନି ପିଲାର ଗୀତ ସମସ୍ତଙ୍କ ମନକୁ ଅଧିକ ଛୁଇଁ ଯାଇଛି । ଯାହାଙ୍କ ନାମ ହେଉଛି ଶାନ୍ତନୁ ।ଶାନ୍ତନୁ ଏହି ଏପିସୋଡ଼ ରେ ଖୁବ ଉପଭୋଗ କରି ଗୀତକୁ ପରିବେଷଣ କରୁଥିବାର ଦେଖାଯାଇଛି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି ।ତେବେ ଶାନ୍ତନୁକୁ ନିକଟରେ ଏକ ଇଣ୍ଟରଭିୟୁ ରେ ଗୀତ ଗାଇବା କେଉଁଠୁ ଶିଖିଲେ ବୋଲି ପଚାରିବାରୁ କହିଛନ୍ତି ଯେ ପ୍ରଥମେ ସେ ଲିରିକ୍ସ ମନେ ରଖନ୍ତି, ତାପରେ କେମିତି ଗାଉଛି ଦେଖିକି ଗାଆନ୍ତି।ସେ ଗୋଟିଏ ଦିନରେ ଗୀତ ଶୁଣି ମନେ ରଖି ଦିଅନ୍ତି ବୋଲି କହିଛନ୍ତି।

ଏହା ସହ ସେ ଭଲ ଅଭିନୟ ମଧ୍ୟ କରନ୍ତି, ଓଡ଼ିଶାର ବେଷ୍ଟ୍ ଡ୍ରାମେବାଜ ରିଆଲିଟି ସୋ ରେ ମଧ୍ୟ ସେ ଅଭିନୟ କରିଛନ୍ତି।ବାସ୍ତବରେ ହିଁ କୁନି କୁନି ପିଲାଙ୍କ ଭିଡ଼ିଓ କୁ ଲୋକେ ଖୁବ ଅଧିକ ପସନ୍ଦ କରିଥାନ୍ତି । ଛୋଟ ପିଲାଟିଏ ଯେପରି ନାଚ କି ଗୀତ ପରିବେଷଣ କରୁ ନା କାହିଁକି ତାହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଜାଗ୍ରତ ହୋଇଥାଏ । କାରଣ ଜଣେ ବଡ ଲୋକ ଯାହା କରି ପାରି ନଥାଏ ଛୋଟ ପିଲା ତାହା କରି ଦେଖାଇ ଥାଏ ।ସାକ୍ଷାତକାରରେ ତାଙ୍କୁ ଏକ ଟପିକ ଦିଆ ଯାଇଥିଲା ଅଭିନୟ କରି ଦେଖାଇବା ପାଇଁ ।

ତାଙ୍କର ମ୍ୟାଗି ଖାଇବାକୁ ଇଚ୍ଛା କିନ୍ତୁ ତାଙ୍କ ମାଆ ତାଙ୍କୁ ସେଥିପାଇଁ ବାରାଁ କରୁଛନ୍ତି । ଏପରି ସ୍ଥିତିରେ ସେ କେମିତି ଅଭିନୟ କରିବେ ? ସାନ୍ତନୁ ଏକଦମ କାନ୍ଦିକି ଗଡି ଯାଇଥିଲେ । ଛୋଟପିଲା ଯେମିତି ଜିଦି କରନ୍ତି ତାହା କରି ଦେଖାଇଥିଲେ । ସାନ୍ତନୁଙ୍କୁ ପଚରା ଯାଇଥିଲା କି ସେ ଘରେ ଖୁବ ଦୁଷ୍ଟ ହୁଅନ୍ତି କି ଏବଂ ମାଆଙ୍କୁ ଏମିତି ହଇରାଣ କରନ୍ତି କି ନାହିଁ ?ତେବେ ସାନ୍ତନୁ କହିଥିଲେ କି ହାଁ ସେ କେବେକେବେ ମା’ଙ୍କୁ ହଇରାଣ କରନ୍ତି । କିନ୍ତୁ ସେ ନନଭେଜ ପିଲା ନୁହନ୍ତି ଏକଦମ ସାଦା ପିଲା । ଅର୍ଥାତ ସେ ଖରାପ ବ ଦୁଷ୍ଟ ପିଲା ନୁହନ୍ତି ବରଂ ଭଲ ପିଲା ଅଟନ୍ତି ।

Leave a Reply

Your email address will not be published. Required fields are marked *