କଦଳୀ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ପ୍ରତ୍ୟେକଟି ମଣିଷ ଅନ୍ୟ କିଛି ଖାଇବାକୁ ପସନ୍ଦ କରୁ କି ନକରୁ କିନ୍ତୁ କଦଳୀ ଖାଇବାକୁ ବହୁତ ପସନ୍ଦ କରିଥାଏ। ସାରା ଦୁନିଆରେ ସର୍ବାଧିକ ଖାଉଥିବା ଫଳ ହେଉଛି କଦଳୀ। କଦଳୀର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ଅଛି। ଏହା ଶ୍ୱାସ ରୋଗ ଓ କ୍ୟାନସର ରୋଗୀମାନଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ ଅଟେ। କଦଳୀର ଅନେକ ପ୍ରକାର ଲାଭ ରହିଛି । ତେବେ କୌଣସି ଜିନିଷ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁ ହାନିକାରକ ହୋଇଥାଏ। ସେହିଭଳି ଅଧିକ ମାତ୍ରାରେ କଦଳୀର ସେବନ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ।

ଅଧିକ କଦଳୀ ସେବନ କରିବା ଦ୍ୱାରା ଓଜନ ମଧ୍ୟ ବଢିଥାଏ। ଓଜନ ବଢିବା ଏକ ଚିନ୍ତାଜନକ ବିଷୟ ଅଟେ। ମୁଖ୍ୟତଃ ସନ୍ଧ୍ୟା ସମୟରେ କଦଳୀର ସେବନ କରିବା କିମ୍ବା ଅଧିକ ମାତ୍ରାରେ କଦଳୀ ସେବନ କଲେ ଶରୀରରେ ଏକ୍ସଟ୍ରା ଫ୍ୟାଟ ସୃଷ୍ଟି କରିଥାଏ। ଯାହା ଶରୀର ପାଇଁ ହାନିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ କଦଳୀ ଅଟେ ସର୍ବୋତ୍ତମ।

କଦଳୀରେ ପ୍ରାକୃତିକ ଶର୍କରା ବା ନାଚୁରାଲ ସୁଗାର ରହିଛି। ସେଥିପାଇଁ ଅଧିକ କଦଳୀ ସେବନ କରିବା କ୍ଷତିକାରକ ହୋଇପାରେ। ମଧୁମେହ ରୋଗୀମାନଙ୍କ ପାଇଁ ଏହା ଏକ ଘାତକ ପ୍ରମାଣିତ ହୋଇପାରେ।

ଶ୍ୱାସ ରୋଗୀ କଦଳୀ ସେବନ କରିବା ଅନୁଚିତ। ଶ୍ୱାସ ରୋଗୀ କଦଳୀ ସେବନ ନ କରିବା ତାଙ୍କର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଯଦି ଆପଣ ଜିମରେ କସରତ କରୁଛନ୍ତି କିମ୍ବା ରନିଙ୍ଗ କରୁଛନ୍ତି ତେବେ ଦିନକୁ ୩-୪ କଦଳୀ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର ଅଟେ। କିନ୍ତୁ ଯଦି ଆପଣ କିଛି ୱାର୍କଆଉଟ କିମ୍ବା ବ୍ୟାୟାମ କରୁନାହାନ୍ତି ତେବେ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ସେବନ କରିପାରିବେ ।

ଅଧିକ ପାଚିଥିବା କଦଳୀ ମଧ୍ୟ ଅଟେ କ୍ଷତିକାରକ,ଜାଣନ୍ତୁ…

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ସବୁଠାରୁ ଅଧିକ ପାଚିଥିବା କଦଳୀ ଶରୀର ପ୍ରତି ସର୍ବାଧିକ କ୍ଷତିକାରକ ଅଟେ। ଏହାର ଚୋପାରେ ଅସିଥିବା ଟିକେ ଟିକେ ପଚିବା ଭଳି ରଙ୍ଗ ଆସିଥାଏ। ଯାହା ମାଧ୍ୟମରେ ଆପଣ ଜାଣିପାରିବେଯେ କଦଳୀ ଅଧିକ ପାଚିଛି ନା କମ। କଦଳୀ ଅଧିକ ପାଚିଗଲେ ତାର ସ୍ୱସ୍ଥ ଷ୍ଟାର୍ଚ କମିଯାଇଥାଏ ଓ ଏହା ସୁଗାରରେ ପରିବର୍ତ୍ତନ ହୋଇଯାଇଥାଏ। ଅତ୍ୟାଧିକ ପାଚିଥିବା କଦଳୀରେ ସୁଗାର ମାତ୍ରା ୧୭.୪ ପ୍ରତିଶତ ଥାଏ। ସେତେବେଳେ ସାଧାରଣତଃ ପାଚିଥିବା କଦଳୀରେ ସୁଗାରର ମାତ୍ରା ୧୪.୪ ପ୍ରତିଶତ ଅଟେ।

ଆବଶ୍ୟକତା ଠାରୁ ଅଧିକ ପାଚିଥିବା କଦଳୀରେ ଫାଇବାରର ମାତ୍ରା କମ ଥାଏ। ଏଥିରେ ମାତ୍ର ୧.୯ ପ୍ରତିଶତ ଫାଇବର ମିଳିଥାଏ। ଅନ୍ୟପଟେ ଅଳ୍ପ କଞ୍ଚାଥିବା କଦଳୀରେ ୩.୧ ପ୍ରତିଶତ ଫାଇବର ଥାଏ। ସେହିଭଳି କମ ପାଚିଥିବା କଦଳୀରେ କେବଳ ଫାଇବରର ମାତ୍ରା କମ ନଥାଏ। ଏହାସହ ଏଥିରେ ଭିଟାମିନ-ଏ, ଭିଟାମିନ-ବି୬ ଓ ଭିଟାମିନ -କେ ମଧ୍ୟ କମମାତ୍ରାରେ ମିଳିଥାଏ। ରକ୍ତରେ ସର୍କରାର ପରିମାଣ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣ ଅଧିକ ପାଚିଲା କଦଳୀ ଖାଇପାରିବେ। ଆପଣ ଯଦି ଡାଇବେଟିକ ରୋଗୀ ତେବେ ପାଚିଲା କଦଳୀ ଖାଇବା ଠାରୁ ନିଜକୁ ଦୂରରେ ରଖନ୍ତୁ।

Leave a Reply

Your email address will not be published. Required fields are marked *