ସୋସିଆଲ ମିଡ଼ିଆରେ ପଶୁ ମାନଙ୍କର କିଛି ଫନି ଭିଡିଓ, ଯାହାକୁ ଦେଖିଲେ ହସି ହସି ଗଡିଯିବେ।

ଆମେମାନେ ସୋସିଆଲ୍ ମିଡିଆରେ ଅନେକ ସମୟରେ ଏପରି କିଛି ଭିଡିଓ ଦେଖିବାକୁ ପାଇଥାଉ, ଯେଉଁଥିରେ ଜୀବଜନ୍ତୁ ମାନେ ନିଜର କିଛି ଓଲଟା ସିଧା କାମ ପାଇଁ ଆମକୁ ହସାଇ ଥାଆନ୍ତି। ଆମେମାନେ ଆଜି ଆପଣମାନଙ୍କୁ ସେହିପରି କିଛି ଜୀବଜନ୍ତୁଙ୍କ ଓଲଟା ସିଧା କାର୍ଯ୍ୟ ସମ୍ପର୍କରେ କହିବୁ, ଯାହାକୁ ଶୁଣି ଆପଣମାନେ ହସି ହସି ଗଡିଯିବେ।

:- ଗୋଟିଏ ଗଣ୍ଡା ଦଳ ଗ୍ରାମାଞ୍ଚଳ ଏରିଆକୁ ଚାଲି ଆସିଥିଲେ, କିନ୍ତୁ ସେଠାରେ ରହୁଥିବା ଏକ ଛୋଟ କୁକୁରକୁ ତା ଅଞ୍ଚଳରେ ସେମାନଙ୍କର ପ୍ରବେଶ ତାକୁ ଭଲ ଲାଗିଲାନି। ସେ ସେମାନଙ୍କୁ ସେଠାରୁ ଗୋଡାଇ ଗୋଡାଇ ବାହାର କରିଦେଲା। କୁକୁର ଟି ର ସାହାସ ଯେତିକି ଆଶ୍ଚର୍ଯ୍ୟକର ସେତିକି ମଜାଦାର ମଧ୍ୟ।

:- ଗୋଟିଏ ଛେଳି ଦଳଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ କି ନିଜର ମୁହଁରେ ମାସ୍କ ଲଗାଇଥିଲେ। କେହି ଜଣେ ଛେଳି ଦଳର ମାଲିକଙ୍କୁ ମଜାରେ କହିଦେଲା କି ଛେଳି ମାନେ ମାସ୍କ ନ ଲଗାଇଲେ ରୋଗରେ ପଡି ମରିଯିବେ, ସେଥିପାଇଁ ବୁଢ଼ା ମାଲିକ ସବୁ ଛେଳି ମାନଙ୍କୁ ମାସ୍କ ଲଗାଇ ଦେଇଛି। ହେଲେ ସେ ଏହି କଥା ଭୁଲି ଯାଇଛି ଯେ, ଛେଳି ମାନେ ମାସ୍କ ଲଗାଇ ଭଲା କେମିତି ଚରିବେ। ସିଏ ଯାହା ହେଲେ ବି ବୁଢ଼ାର ଏହି କାର୍ଯ୍ୟ ସମସ୍ତଙ୍କୁ ହସାଇ ଦେଇଛି।

:-ଆପଣମାନେ ଆପଣଙ୍କ ଜୀବନରେ କେବଳ ମଣିଷ ମାନଙ୍କୁ ଦେଖିଥିବେ, ଯେଉଁମାନେ ପାଣିରେ ଡିଆଁ ମାରି ସୁଇମିଂର ମଜା ନେଇଥାନ୍ତି। ହେଲେ ଏପରି ଏକ ଗାଈକୁ ଦେଖିବାକୁ ମିଳିଥିଲା ଯିଏକି ନିଜର ମାଲିକ ସହ ପାଣିରେ ଡିଆଁ ମାରି ସୁଇମିଂର ମଜା ନେଉଛି।

:- ଏକ ସ୍ଥାନରେ ଜଣେ ବ୍ୟକ୍ତି ମାଙ୍କଡ ମାନଙ୍କୁ ଖାଇବାକୁ ଦେଉଥିଲେ, ଆଉ ସେହି ମଧ୍ୟରୁ ଏକ ମାଙ୍କଡ ଆଗ ଖାଇବା ନେବା ପାଇଁ ଦୌଡି ଆସିଥିଲା ଏବଂ ଖାଇବା ନେଇ ସେଠାରୁ ତୁରନ୍ତୁ ଦୌଡି ପଳାଇଥିଲା। କିନ୍ତୁ ବର୍ଷା ଯୋଗୁଁ ଏକ ଚିକ୍କଣ ସ୍ଥାନରେ ପାଣି ପଡି ଖସଡା ହୋଇଯାଇଥିବା କାରଣରୁ ସେ ସେଠାରେ ଏକ କଚଡା ଖାଇ ପଡି ଯାଇଥିଲା। ମାଙ୍କଡର ଏହା ପଡିବା ଦୃଶ୍ୟଟି ବହୁତ ଫନି ଥିଲା।

:- ଆଉ ଏକ ଭିଡିଓରେ ଏକ ଝିଟିପିଟିର ମଜାଳିଆ ଡ୍ୟାନ୍ସ ଭିଡିଓ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ବହୁତ ଲୋକ ହସି ହସି ଗଡି ଯାଇଥିଲେ ମଧ୍ୟ। ପ୍ରକୃତରେ ଝିଟିପିଟି ଏପରି ଫନି ଡ୍ୟାନ୍ସ କରିବା ପଛରେ କିଛି କାରଣ ମଧ୍ୟ ଥିଲା, ଝିଟିପିଟି ଉପରେ କିଛି ପିମ୍ପୁଡି ଚଢ଼ି ଯାଇଥିଲେ ଆଉ ସେମାନଙ୍କୁ ନିଜ ଉପରୁ କାଢ଼ିବା ପାଇଁ ସେ ଏପରି ଡ୍ୟାନ୍ସ କରୁଥିଲା।

Leave a Reply

Your email address will not be published. Required fields are marked *