ଏଥିପାଇଁ ରାନୀ-ମୁଖାର୍ଜୀଙ୍କ ସହ ଫିଲ୍ମି କରନ୍ତି ନାହିଁ ଅକ୍ଷୟ କୁମାର,କଣ ଆପଣଙ୍କୁ ଏହାର କାରଣ ଜଣା କି ?

ବଲିଉଡ ଇଣ୍ଡଷ୍ଟ୍ରିର “ଖିଲାଡୀ” କୁହାଯାଉଥିବା ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କୁ କିଏ ବା ନ-ଜଣେ | ଅକ୍ଷୟ କୁମାର ବଲିଉଡର ସେ ଅଭିନେତା ଅଟନ୍ତି ଯିଏ ଗୋଟେ ବର୍ଷରେ ଦୁଇରୁ ତିନି ଫିଲ୍ମି ନିଜ ଦର୍ଶକଙ୍କ ପାଇଁ ନେଇକରି ଆସନ୍ତି | ଏତିକି ହିଁ ନୁହଁ ବରଂ ତାଙ୍କର ସବୁ ଫିଲ୍ମି ବକ୍ସ ଅଫିସ ରେ ହିଟ ମଧ୍ୟ ହୋଇଥାଏ ଆଉ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି |

ଅକ୍ଷୟ କୁମାରଙ୍କ ଯୋଡି ସମସ୍ତଙ୍କ ସହ ଖୁବ ପସନ୍ଦ କରାଯାଇଛି | କିନ୍ତୁ ଅକ୍ଷୟ କୁମାର କେବେ ମଧ୍ୟ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାନୀ-ମୁଖାର୍ଜୀଙ୍କ ସହ କାମ କରିନାହନ୍ତି | ହଁ ଆଜ୍ଞା, କରିସ୍ମା କପୁର, ମାଧୁରୀ ଦୀକ୍ଷିତି, ଶିଳ୍ପା ସେଠି ଆଉ ରବିନା ଟଣ୍ଡନଙ୍କ ପରି ଅନେକ ପପୁଲାର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିସାରିଥିବା ଅକ୍ଷୟ କୁମାର କେବେ ମଧ୍ୟ ରାନୀ-ମୁଖାର୍ଜୀଙ୍କ ସହ କୌଣସି ଫିଲ୍ମି କରିନାହାନ୍ତି କାହିଁକି ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ | ତେବେ ଆସନ୍ତୁ ଜାଣିବା କି ଏମିତି କଣ ଅଛି ଯେଉଥି ପାଇଁ ରାନୀ-ମୁଖାର୍ଜୀ-ଅକ୍ଷୟ କୁମାର କେବେ ମଧ୍ୟ ମିଶିକରି କାମ କରିନାହାନ୍ତି?

ସର୍ବପ୍ରଥମେ ତ ଆମେ ଆପଣଙ୍କୁ ଏହି କଥା କହିରଖୁଛୁ କେ ଅକ୍ଷୟ କୁମାର ତାଙ୍କ କ୍ୟାରିୟର ଆରମ୍ଭ “ସୌଙ୍ଗଧ” ଫିଲ୍ମିରୁ କରିଥିଲେ | କିନ୍ତୁ ତାଙ୍କର ଏହି ଫିଲ୍ମି ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା | ଏହା ପରେ ଅକ୍ଷୟ କୁମାର “ଖିଲାଡିଓ କି ଖିଲାଡୀ” ଫିଲ୍ମିରେ ନଜର ଆସିଲେ ଯାହା ମଧ୍ୟମରେ ତାଙ୍କୁ ବହୁତ ଲୋକପ୍ରିୟତା ହାସଲ ହୋଇଥିଲା |

ଏହା ପରେ ଅକ୍ଷୟ କୁମାର ହିନ୍ଦୀ ସିନେମା ଜଗତକୁ ଏକରୁ ଅଧିକ ଭଲ ଫିଲ୍ମି ଦେଲେ | ସେହିଠାରେ ଯେତେବେଳେ ଅଭିନେତ୍ରୀ ରାନୀ-ମୁଖାର୍ଜୀଙ୍କ ସହ କାମ କରିବାର ସମୟ ଆସେ ସେତେବେଳେ ଅକ୍ଷୟ କୁମାର ତାଙ୍କ ପଦ ପଛକୁ କରିନିଅନ୍ତି |

ପ୍ରକୃତରେ, ଗୋଟେ ସମୟ ଏମିତି ମଧ୍ୟ ହୋଇଥିଲା ଯେତେବେଳେ ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିୟରର ଆରମ୍ଭ କରୁଥିଲେ, ଯେତେବେଳେ କି ରାନୀ-ମୁଖାର୍ଜୀ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ସୁନ୍ଦରୀ ଥିଲେ,ଆଉ ସମସ୍ତେ ତାଙ୍କ ସହ କାମ କରିବାକୁ ଆଗ୍ରହୀ ଥିଲେ |

ଏହା ମଧ୍ୟରେ ରାନୀ-ମୁଖାର୍ଜୀ ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ମନା କରିଦେଲେ | ରିପୋର୍ଟ ଅନୁଯାୟୀ ଫିଲ୍ମି “ଆୱାରା ପାଗଳ ଦିୱାନା” ର ଅକ୍ଷୟ କୁମାରଙ୍କ ଆପୋଜିଟରେ ରାନୀ-ମୁଖାର୍ଜୀଙ୍କୁ କାମ କରିବାର ଥିଲା,କିନ୍ତୁ ସେ କିଛି କାରଣ ବଶତଃ ଏହା ପାଇଁ ମନା କରିଦେଇଥିଲେ

କୁହାଯାଏ କି ଏହା ପରେ ଅକ୍ଷୟ କୁମାର ରାନୀ-ମୁଖାର୍ଜୀଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ ସେ ପୁଣି କେବେ ମଧ୍ୟ ରାନୀଙ୍କ ସହ କାମ କରିବେନି ବୋଲି ରାଣ ଖାଇ ନେଇ ଥିଲେ | ହେଲେ ଏହି କଥାରେ କେତେ ସତ୍ୟତା ଅଛି, ତାହା କେହି ମଧ୍ୟ ଜାଣିନାହାଁନ୍ତି | କିନ୍ତୁ ଏମିତି ଅନୁମାନ କରାଯାଏ ଯେ ଏହି ଫିଲ୍ମି ପରେ ରାନୀ-ଅକ୍ଷୟ ଦୁହେଁ ପରସ୍ପର ସହ କାମ କରିବା ଠିକ ବୋଲି ଭାବିଲେନି |

ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତ ଅକ୍ଷୟ କୁମାରଙ୍କ ଅଫେୟାର ଶିଳ୍ପା ସେଠି ଆଉ ରବିନା ଟଣ୍ଡନ ସହ ବହୁତ ଚର୍ଚ୍ଚାରେ ଥିଲା | ଏହାପରେ ଅକ୍ଷୟ କୁମାର ରାଜେଶ ଖାନ୍ନା ଆଉ ଡିମ୍ପଲ କାପାଡିଆଙ୍କ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ |

ଯଦି ଆମେ ତାଙ୍କ କାମ ବିଷୟରେ କହିବା ତେବେ ଅକ୍ଷୟ କୁମାର ଖୁବ୍ ଶୀଘ୍ର ‘ବୋଲ୍ ବଚ୍ଚନ’, ‘ରକ୍ଷାବନ୍ଦନ’, ‘ମିଶନ୍ ସିଣ୍ଡରେଲା’, ‘ଓ ମାଇଁ ଗଡ଼-୨’ ଭଳି ଫିଲ୍ମରେ ନଜର ଆସିବେ | ଶେଷ ଥର ପାଇଁ ତାଙ୍କୁ ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲି ଖାନଙ୍କ ଫିଲ୍ମି ‘ଅତରଙ୍ଗି ରେ’ ରେ ନଜର ଆସିଥିଲେ ଯାହା ସଫଳ ଭାବେ ପ୍ରମାଣିତ ହୋଇଛି | ଏହି ଫିଲ୍ମିରେ ମୁଖ୍ୟ ଭୂମିକାରେ ସାଉଥ ଅଭିନେତା ଧନୁଷ ମଧ୍ୟ ନଜର ଆସିଥିଲେ |

Leave a Reply

Your email address will not be published. Required fields are marked *