ଭାରତୀ ସିଂଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ ହର୍ଷ ଲିମ୍ବାଚିୟା,ଏହି ମଜବୁରୀ ପାଇଁ ହୋଇଥିଲେ ବାହାଘର,ଦେଖନ୍ତୁ ଭିଡ଼ିଓ..ନିଜେ ହର୍ଷ କଲେ ଖୋଲାସା

ନିଜର ଚମତ୍କାର କମେଡି ସହିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କୁ କିଏ ବା ନ ଜାଣିଛି । ଭାରତୀ ସିଂ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି, ଯାହା ପରେ ସେ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି । ଆଜି ପରିସ୍ଥିତି ଏମିତି କି ଭାରତୀ ସିଂ ଘରେ ଘରେ ପରିଚିତ ଅଟନ୍ତି ଏବଂ ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରନ୍ତି । ଏଥିସହିତ ଲୋକମାନେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି ଏବଂ ଏହି ଦୁଇଜଣଙ୍କ ଯୋଡି ଉପରେ ପ୍ରାୟତ ପ୍ରେମ ବର୍ଷୁଥିବାର ଦେଖାଯାଏ ।

କହିରଖୁଛୁ କି ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରହିଥାନ୍ତି ଏବଂ ସେମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ‘ଲାଇଫ୍ ଅଫ୍ ଲିମ୍ବାଚିୟା’ରେ ମଧ୍ୟ ଏହି ଦୁଇଜଣ ପ୍ରାୟତ ମଜାଳିଆ ଭିଡିଓ ସେୟାର କରନ୍ତି,ଯେଉଁଥିରେ ଦୁହେଁ ପରସ୍ପର ସହିତ ମଜା କରିବା ଏବଂ ଫ୍ଲର୍ଟିଂ କରୁଥିବାର ନଜର ଆସିଥାନ୍ତି ।

ନିକଟରେ ଲିମ୍ବାଚିୟା ଆଉ ଭାରତୀ ସିଂ ଦୁହେଁ ସୋସିଆଲ ମିଡ଼ିଆ ରେ ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ହର୍ଷ କହୁଥିବାର ନଜର ଆସିଛନ୍ତି କି ସେ କେବେ ବି ଭାରତୀ ସିଂ ଙ୍କୁ ବିବାହ କରିବାକୁ ଚାହିଁନଥିଲେ । ଆସନ୍ତୁ ଜାଣିବା କଣ ରହିଛି ଖବରଟିର ସତ୍ୟତା

ବାସ୍ତବରେ, ଆଜିକାଲି ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଟିଭିର ସବୁଠାରୁ ଲୋକପ୍ରିୟ ସୋ ‘ଦେଶ କି ଶାନ ହୁନରବାଜ’ର ହୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି । ଉଭୟଙ୍କ କମେଡି ଦର୍ଶକଙ୍କୁ ହସିବାକୁ ବାଧ୍ୟ କରିଥାଏ । ଏହି ସମୟରେ ଏହି ଦମ୍ପତିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହର୍ଷ କହିଛନ୍ତି ଯେ ସେ ଭାରତୀ ସିଂଙ୍କୁ ବିବାହ କରିବାକୁ ଚାହୁଁନଥିଲେ ।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି ଦୁହେଁ ନିଜ ପିଲାଙ୍କ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ପ୍ରଶଂସକମାନଙ୍କୁ ଦେଉଛନ୍ତି । ତା’ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଯାଏ । ଏହା ଉପରେ ଭାରତୀ ସିଂ କୁହନ୍ତି କି, “ଯଦି ଏତେ ସମସ୍ୟା ଥିଲା ତେବେ ମୋତେ ବିବାହ କାହିଁକି କଲ ? ଏହା ଉପରେ ହର୍ଷ ଥଟ୍ଟା କରି କହିଛନ୍ତି ଯେ, “ ମୁଣ୍ଡ ଖରାପ ହୋଇଯାଇଥିଲା ମୋର,ମୁଁ ଆଜି ପର୍ଯ୍ୟନ୍ତ ଅନୁତାପ କରୁଛି।” ଦୁହେଁ ଏହି ଭିଡିଓରେ ମଜାଦାରରେ ଭରପୂର ଶୈଳୀରେ ନଜର ଆସିଛନ୍ତି

କହିରଖୁଛୁ କି ଏହି ଯୋଡିଙ୍କ ଘରେ ଖୁବ ଶୀଘ୍ର ଖୁସିର ଲହରୀ ଖେଳିବାକୁ ଯାଉଛି । ଭାରତୀ ସିଂ ପ୍ରେଗନେଣ୍ଟ ଅଛନ୍ତି ଆଉ ସେ ଏହି ଖୁସି ଖବର ଗୋଟିଏ ମଜାଦାର ଭିଡ଼ିଓ ମାଧ୍ୟମରେ ସେୟାର କରିଥିଲେ ।

ଭାରତୀ ସିଂ ଗର୍ଭାବସ୍ଥାରେ ମଧ୍ୟ କାମ କରୁଛନ୍ତି । କୌତୂହଳର ବିଷୟ ଏହା ହେଉଛି କି ଗର୍ଭାବସ୍ଥାରେ କାମ କରୁଥିବାର ପ୍ରଥମ କଳାକାର ଭାରତୀ ସିଂ ହୋଇଛନ୍ତି । ଏଥି ସହିତ, ପ୍ରଶଂସକମାନେ ମଧ୍ୟ ତାଙ୍କର ସାହାସ ​​ବୃଦ୍ଧି କରୁଥିବା ଦେଖାଯାଏ । କହିରଖୁଛୁ କି ଭାରତୀ ଏବଂ ହର୍ଷ ୨୦୧୭ ମସିହାରେ ଗୋଆରେ ଧୁମଧାମ ର ସହିତ ବିବାହ କରିଥିଲେ ।ବିବାହର ଚାରି ବର୍ଷ ପରେ ଡିସେମ୍ବର ୨୦୨୧ରେ ଏହି ଦମ୍ପତି ସେମାନଙ୍କର ପ୍ରେଗନେନ୍ସିର ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *