ବାପା କଲେ ନିଜ ପୁଅକୁ ଅପହରଣ,15 ଦିନର ଛୁଆକୁ ମାଆଠାରୁ କଲେ ଅଲଗା, କାରଣ ଜାଣିଲେ ହୋଇଯିବେ ଭାବୁକ

ଅପହରଣ ସହ ଜଡିତ ଅନେକ ଘଟଣା ଆପଣ ନିଶ୍ଚୟ ଶୁଣିଥିବେ ଏବଂ ପଢିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ପଞ୍ଜାବର ଅମ୍ବାଲା ଜିଲ୍ଲାର ଏକ ନିଆରା ଘଟଣା କହିବାକୁ ଯାଉଛୁ। ଏଠାରେ ଜଣେ ପିତା ନିଜ ପୁଅକୁ ଅପହରଣ କରିଥିଲେ। ଅନ୍ୟପକ୍ଷରେ ପୁଅକୁ ଅପହରଣ ପରେ ପତ୍ନୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ପୋଲିସ ଷ୍ଟେସନରେ ଦାଖଲ କରିଥିଲେ। ବାପାଙ୍କ ଦ୍ୱାରା ପୁଅକୁ ଅପହରଣ କରିବାର କାରଣ ବିଷୟରେ ଯେତେବେଳେ ପୋଲିସ ଜାଣିବାକୁ ପାଇଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ନଣନ୍ଦକୁ ପିଲା ଦେବା ପାଇଁ ଚାହୁଁଥିଲେ ଶଶୁରଘର ଲୋକ।

ବାସ୍ତବରେ ପୀଡିତା ମାଆ ସପନା ପ୍ରାୟ ଦଶ ମାସ ପୂର୍ବରୁ ବରାଡ଼ା ର ଉମେଶ କୁମାରଙ୍କୁ ବିବାହ କରିଥିଲେ। ବିବାହର ଦଶମାସ ପରେ 31 ଜାନୁଆରୀରେ ସପନା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତେବେ ପୁଅର ଜନ୍ମର କିଛି ଦିନ ପରେ ତାଙ୍କ ନଣନ୍ଦ ଏହି ପିଲାକୁ ମାଗିବାକୁ ଆରମ୍ଭ କଲେ। ଏହା ସେତେବେଳେ ସୀମା ପାର୍ ହେଲା ଯେତେବେଳେ ସପନାଙ୍କ ସ୍ୱାମୀ ଏବଂ ଶାଶୁ ମଧ୍ୟ ପିଲାଟିକୁ ନଣନ୍ଦକୁ ଦେବାକୁ ଚାପ ପକାଇଲେ।

ପ୍ରତିଦିନ କରୁଥିଲେ ମାରପିଟ।

ପୀଡ଼ିତାଙ୍କ କହିବାନୁସାରେ ଫେବୃଆରୀ 13 ର ରାତିରେ ତାଙ୍କ ସ୍ୱାମୀ ଉମେଶ, ଶାଶୁ ଏବଂ ନଣନ୍ଦ ଶିଶୁକୁ ମାଗିବା ଆରମ୍ଭ କଲେ। ଯେତେବେଳେ ସପନା ତାଙ୍କ ପିଲାକୁ ଦେବାକୁ ମନା କଲେ ଶାଶୁଘର ଲୋକ ତାଙ୍କୁ ମାଡ଼ ମାରିଥିଲେ। ଏପରି ପରିସ୍ଥିତିରେ ଫେବୃଆରୀ 14 ରେ ସପନା ତାଙ୍କ ପିତା ଏବଂ ଭାଇଙ୍କୁ ବରାଡା ଡାକିଥିଲେ। ତାପରେ ସମସ୍ତେ ଏହି ପ୍ରସଙ୍ଗରେ ଅଭିଯୋଗ ପଞ୍ଜିକରଣ କରିବାକୁ ବରାଡା ପୋଲିସ ଷ୍ଟେସନକୁ ଯାଇଥିଲେ।

ଭଉଣୀ ପାଇଁ ଭାଇ କଲା ନିଜ ପିଲାର ଅପହରଣ।

ଅଭିଯୋଗ ଦାଖଲ କରି ସପନା ଫେରିବା ପରେ ତାଙ୍କ ପିଲା ନିଖୋଜ ହୋଇଯାଇଥିଲା। ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକ ତାଙ୍କ 15 ଦିନର ଶିଶୁକୁ ଅପହରଣ କରି ନେଇ ଯାଇଥିଲେ। ସପନା ପୁଣି ଥରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୋଲିସ ବର୍ତ୍ତମାନ ଶିଶୁକୁ ଖୋଜୁଛି। ବର୍ତମାନ ପିଲା ଏବଂ ସପନାଙ୍କ ଶାଶୁଘର ଲୋକଙ୍କ ବିଷୟରେ କୌଣସି ଖବର ନାହିଁ। ଅନ୍ୟପକ୍ଷରେ ସପନା ନିଜର ପିଲାକୁ ଛାତିରେ ଜାବୁଡି ଧରିବାକୁ ତଡପୁଛନ୍ତି।

20 ବର୍ଷ ହେବ ଖାଲି ଅଟେ ନଣନ୍ଦର କୋଳ।

ବର୍ତ୍ତମାନ ଆପଣ ନିଶ୍ଚୟ ଭାବୁଥିବେ ଏପରି କଣ ଘଟିଲା ଯେ ସମସ୍ତେ ନଣନ୍ଦକୁ ପିଲା ଦେବା ପାଇଁ ସପନାଙ୍କୁ ଚାପ ପକାଉଥିଲେ। ଗତ 20 ବର୍ଷ ଧରି ସପନାଙ୍କ ନଣନ୍ଦର କୋଳ ଖାଲି ଅଟେ। ସେ ଏପର୍ଯ୍ୟନ୍ତ ମାଆ ହେବାର ଆନନ୍ଦ ପାଇନାହାଁନ୍ତି। ଏପରି ପରିସ୍ଥିତିରେ ଯେତେବେଳେ ସପନା ଗର୍ଭବତୀ ହୋଇଥିଲେ ସେହି ଦିନଠାରୁ ତାଙ୍କ ଆଖି ସପନାଙ୍କ ପିଲା ଉପରେ ଆସିଥିଲା। ଏହି କାର୍ଯ୍ୟରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ସପନାଙ୍କ ଅନୁଯାୟୀ ଯେତେବେଳେ ସେ ଗର୍ଭବତୀ ଥିଲେ ଦୀପାବଳି ଅବସରରେ ମଧ୍ୟ ତାଙ୍କ ଶାଶୁଘର ଲୋକ ତାଙ୍କୁ ମାରପିଟ କରିଥିଲେ।

ସପନାଙ୍କ ଅଭିଯୋଗ ଉପରେ ପୋଲିସ ଶାଶୁଘରର 11 ଜଣଙ୍କ ବିରୋଧରେ ମାରପିଟ, ଅପହରଣ, ଯୌତୁକ ନିର୍ଯ୍ୟାତନା ଏବଂ ଷଡଯନ୍ତ୍ର ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *