ଯଦି ଏହି ୪ଟି ଲକ୍ଷଣ ଦେଖୁଛନ୍ତି ତେବେ କେବେବି ଅଣଦେଖା କରନ୍ତୁ ନାହିଁ, ହୋଇପାରେ କ୍ୟାନ୍ସର !

ବର୍ତ୍ତମାନ ସମୟରେ କ୍ୟାନ୍ସର ଏକ ବଡ ବିପଦ ହୋଇଯାଇଛି। ଗତ ୪-୫ ବର୍ଷରେ କ୍ୟାନ୍ସରର ଆୟତ୍ତରେ ଆସୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଆମେ ଆଜି ଓଭାରୀୟାନ କ୍ୟାନ୍ସର ବିଷୟରେ କଥା ହେଉଛୁ। ଓଭାରୀୟାନ କ୍ୟାନ୍ସରରଅନେକ ମାମୁଲି ଲକ୍ଷଣ ଅଛି। ଯାହାକୁ ମହିଳାମାନେ ନଜର ଅନ୍ଦାଜ କରନ୍ତି। ଟାରଗେଟ ଓଭାରୀୟାନ କ୍ୟାନ୍ସରର ଏକ ସର୍ବେକ୍ଷଣରେ ମିଳିଛିକି ଅତିକମରେ ଦୁଇ ତୃତୀୟାଂଶ ମହିଳା ଫୁଲା, ପେଟରେ ବଥା, ପେଟ ପରିପୂର୍ଣ ଲାଗିବା ଓ ବାରମ୍ବାର ଟଏଲେଟ ଯିବାର ଅନୁଭବ କରିବା ପରି ଲକ୍ଷଣକୁ ଅବହେଳା କରିଥାଉ

ପେଟରେ ସମସ୍ୟାକୁ ବୁଝି ମହିଳାମାନେ ଅବହେଳା କରନ୍ତି:-

ସଂସ୍ଥା କହିଲାକି ସରକାରୀ ଯୋଜନାର ଉଦାସିନତା ସତ୍ତ୍ବେ ମହିଳା ଜାଗୃକ ନାହାନ୍ତି। ଏହି ଲକ୍ଷଣକୁ ପେଟ ସହ ଜଡ଼ିତ ସମସ୍ୟା ବୁଝି ଅଧିକାଂଶ ମହିଳା ଡାକ୍ତରଙ୍କୁ ସାକ୍ଷାତ କରନ୍ତି ନାହିଁ। ଏହା ପଛରେ ସବୁଠାରୁ ବଡ କାରଣ ହେଉଛିକି ଏହି ଲକ୍ଷଣ ବହୁତ ଅସ୍ପଷ୍ଟ ହୋଇଥାଏ କିମ୍ୱା ପେଟର ସମସ୍ୟା ସମାନ ଥାଏ।

ମହିଳା ଜାଗୃକତା ସଙ୍କଟରେ ଅଛି:-

ସଂସ୍ଥା ଚେତାବନୀ ଦେଇ କହିଲାକି ମହିଳା ଏକ ଜାଗୃକତା ସଂକଟ ଦେଇ ଯାଉଛି। ମୁଖ୍ୟ କାର୍ଯ୍ୟକାରୀ ଏନବେନ ଜୋନ୍ସ କହିଲେକି ଲକ୍ଷଣକୁ ଜାଣିବା ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ। ଆମକୁ ବଡ ସରକାର ସମର୍ଥିତ ଅଭିଯାନର ଆବଶ୍ୟକତା ଅଛି, ଯାହା ମହିଳାଙ୍କ ମଧ୍ୟରେ ଏହି ଲକ୍ଷଣ ପ୍ରତି ଜାଗୃକତା ଆଣିପାରିବ।

ଆରମ୍ଭ ସମୟରେ ଟ୍ରେସ ହୋଇପାରେ ଏହି ରୋଗ:-

ସେ କହିଲେକି ଯଦି ଆମେ ଏମିତି କରୁ, ତେବେ ଆମେ ଲକ୍ଷଣରେ ଧ୍ୟାନ ରଖି ରୋଗର ଆରମ୍ଭ ଚରଣରେ ଡାଇଗ୍ନୋସିସ କରିପାରିବେ, କମ ଲୋକଙ୍କୁ ଆପାତକାଳୀନ ସ୍ତରର ଟ୍ରିଟମେଣ୍ଟର ଆବଶ୍ୟକ ହୋଇଥାଏ ଓ ସବୁଠାରୁ ଜରୁରୀ ଓଭାରୀୟାନ କ୍ୟାନ୍ସରରେ କମ ମହିଳାଙ୍କର ମୃତ୍ୟୁ ହେବ।

ମାମୁଲି ଅସୁବିଧା ହୋଇପାରେ କ୍ୟାନ୍ସରର କାରଣ:-

୧୦୦୦ ମହିଳାଙ୍କ ଉପରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛିଯେ ପାଞ୍ଚରୁ କେବଳ ଜଣେ (୨୧ ପ୍ରତିଶତ) ଜାଣିଛନ୍ତିଯେ ଫୁଲା ଏକ ଟ୍ୟୁମରର ସମ୍ଭାବ୍ୟ ସଙ୍କେତ ଅଟେm ଦୁଇ-ତୃତୀୟାଂଶ (୬୮ ପ୍ରତିଶତ) ଜାଣି ନଥିଲେଯେ ପେଟରେ ଯନ୍ତ୍ରଣା ହେଉଛି ଏକ ସଂକେତ ଅଟେ। ଅନ୍ୟ ୯୭ ପ୍ରତିଶତ ଲୋକ ଜାଣିନଥିଲେ ଯେ ସର୍ବଦା ପୂର୍ଣ୍ଣ ଅନୁଭବ କରିବା ଓଭାରିୟାନ କ୍ୟାନ୍ସରର ଏକ ପ୍ରମୁଖ ଲକ୍ଷଣ ହୋଇପାରେ। ଏବଂ ୯୯ ପ୍ରତିଶତ ଲୋକ ସାଧାରଣ ଅପେକ୍ଷା ଅଧିକ ପରିସ୍ରା କରିବାର ଲକ୍ଷଣକୁ ଅଣଦେଖା କରନ୍ତି।

ଡାକ୍ତର ଦେଲେ ଏହି ଜରୁରୀ ପରାମର୍ଶ:-

ନର୍ଥମ୍ପଟନଶାୟର ଡ. ବିକ୍ଟୋରୀୟା ବାର୍ବର କହିଲେକି ଓଭାରିୟାନ କ୍ୟାନ୍ସରରେ ଲକ୍ଷଣ ଶୀଘ୍ର ଦେଖାଯାଇଥାଏ। ଯଦି ଆପଣ ଏଥି ମଧ୍ୟରୁ କିଛି ଅନୁଭବ କରୁଛନ୍ତି ତେବେ ଏହି ବିଷୟରେ ଆପଣଙ୍କୁ ନଜର ଡାକ୍ତରଙ୍କୁ କହିବା ଉଚିତ। ଏହା ଜରୁରୀ ଅଟେକି ଆପଣଙ୍କ ଡାକ୍ତର ଓଭାରିୟାନ କ୍ୟାନ୍ସରର ବିଷୟରେ ଜାଣିଥିବା ଦରକାର ଓ ଆପଣଙ୍କୁ ଭଲ ପରାମର୍ଶ ଦେଉଥିବା ଦରକାର।

Leave a Reply

Your email address will not be published. Required fields are marked *