ଭାରତରେ ଏମିତି ଏକ ଗାଁ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି କରନ୍ତି ଦୁଇ ଦୁଇଟି ବିବାହ, କାରଣ ବଡ ଆଶ୍ଚର୍ଯ୍ୟକର

ଭାରତର ଅଜବ ରୀତି ରିବାଜରେ ପରିପୂର୍ଣ ଅଟେ। ପ୍ରତ୍ୟେକ ରାଜ୍ୟରେ ଅନେକ କଥା ଶୁଣିବାକୁ ମିଳିଥାଏ ଓ ତାହା ଏମିତିକି ଶୁଣୁଥିବା ଓ ଦେଖୁଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ସେମିତି ଆମ ଦେଶରେ ଦୁଇଟି ବିବାହ ବେଆଇନ ଅଟେ। କିନ୍ତୁ ଏଠାରେ ଏକ ଏମିତି ଗାଆଁ ଅଛି ଯେଉଁଠି ଲୋକ ଦୁଇଟି ବିବାହ କରିପାରିବେ। ଆଜ୍ଞା ହଁ…ଏହି ଗାଁରେ ପାଖାପାଖି ପ୍ରତ୍ୟେକ ଘରର ଲୋକଙ୍କୁ ଦୁଇଟି ଲେଖାଏଁ ସ୍ତ୍ରୀ ମିଳିବେ।

ଯଦି ଆପଣଙ୍କୁ ଏମିତି ଲାଗୁଛି ତେବେ ଏଠାରେ ଲୋକ ଦୁଇଟି ବିବାହ ସଉକରେ କରୁଥିବେ ନା କରୁନଥିବେ। ଏହି ସଉକରେ ନୁହେଁ ବରଂ ବାଧ୍ୟତାରେ ଦୁଇଟି ବିବାହ କରନ୍ତି। ରାଜସ୍ଥାନର ବାଡମେରରେ ଏକ ଏମିତି ଗାଆଁ ଅଛି ଯାହା ଉପରେ ପାଖାପାଖି ୭୦ଟି ଘର ଅଛି ଓ ସେଠାରେ ରହୁଥିବା ଅଳ୍ପସଂଖ୍ୟକ ସମୁଦାୟ ଅଛି।

ଏହି ଗାଁରେ ଏକ ଆଶ୍ଚର୍ୟ୍ଯକର ପରମ୍ପରା ଅନେକ ବର୍ଷରୁ ଚାଲି ଆସୁଛି। ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୁଇଟି ବିବାହ କରିବାକୁ ପଡ଼ିଥାଏ। ଏହାର କାରଣ ସନ୍ତାନ ପ୍ରାପ୍ତି ହୁଏ। ଏଠାରେ ପ୍ରତ୍ୟେକ ଯୁବକ ଦୁଇ ଦୁଇଟି ବିବାହ କରନ୍ତି। କାରଣ ଏହା ପ୍ରଥମ ପତ୍ନୀଙ୍କ ଠାରୁ ସନ୍ତାନର ସୁଖ ମିଳେନାହିଁ। ଏହି ପରମ୍ପରାକୁ ଗାଆଁ ଲୋକ ଭଗବାନଙ୍କ ଦୟା ମାନନ୍ତି।

ଏହି ଗାଁରେ କିଛି ପରିବାର ଏମିତି ମଧ୍ୟ ଅଛନ୍ତି ଯେଉଁମାନେ କେବଳ ଏକ ବିବାହ କରିଛନ୍ତି କିନ୍ତୁ ତାଙ୍କୁ କେବେବି ସନ୍ତାନର ସୁଖ ମିଳିନାହିଁ। ଏହି କାରଣରୁ ଏହି ଗାଁରେ ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଲେଖାଏଁ ବିବାହ କରନ୍ତି। ଖାସ କଥା ହେଉଛିକି ଏହି ଗାଁରେ ପ୍ରଥମ ସ୍ତ୍ରୀଙ୍କୁ ନିଜର ସ୍ୱାମୀଙ୍କର ଦ୍ବିତୀୟ ପତ୍ନୀଙ୍କ ଠାରୁ କୌଣସି ସମସ୍ୟା ହୁଏନାହିଁ।

ଗାଁରେ ବୃଦ୍ଧ ୬୫ ବର୍ଷୀୟ ଆରବ ଖାନ କୁହନ୍ତିକି ଗାଁ ସହିତ ଏହି ସଂଯୋଗ ଅନେକ କାହାଣୀ ସହିତ ଜଡ଼ିତ। ଅନେକ ବର୍ଷ ପୂର୍ବେ ଗାଁକୁ ଲାଲା ମିଠାଙ୍କ ଘର ଅନେକ ବର୍ଷ ପର୍ଯ୍ୟନ୍ତ ସନ୍ତାନ ହୋଇନଥିଲା। ପରିଜନ ଅନେକ ଥର ତାଙ୍କ ଉପରେ ଦ୍ଵିତୀୟ ବିବାହ କରିବା ପାଇଁ ଚାପ ପକାଇଲେ। କିନ୍ତୁ ମିଠା ପରିଷ୍କାର ଭାବରେ ମନା କରିଦେଲେ। ପାଖାପାଖି ୫୫ ବର୍ଷ ବୟସରେ ତାଙ୍କର ପତ୍ନୀଙ୍କର ନିଧନ ହୋଇଗଲା, ତାପରେ ପରିଜନଙ୍କ ଚାପରେ ମିଠା ଦ୍ଵିତୀୟ ବିବାହ ପାଇଁ ରାଜି ହୋଇଗଲେ।

ବିବାହର ଏକ ବର୍ଷ ପରେ ତାଙ୍କ ଘରେ ଏକ ଝିଅ ଜନ୍ମ ହେଲା ଓ ତିନୋଟି ପୁଅ ମଧ୍ୟ ଜନ୍ମ ହେଲେ। ଏହା ପରେ ପ୍ରତ୍ୟେକ ପରିବାରରେ ପ୍ରଥମ ବିବାହ ପରେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଯଦି କାହାରିକୁ ସନ୍ତାନ ନ ହୁଏ ତେବେ ଦ୍ବିତୀୟ ବିବାହ ପରେ ଦ୍ଵିତୀୟ ସ୍ତ୍ରୀଙ୍କ ଠାରୁ ପ୍ରତ୍ୟେକ ପରିବାରରେ ଏକ ସନ୍ତାନ ଜନ୍ମ ହୁଏ।

ଆଶ୍ଚର୍ଯ୍ୟର କଥା ହେଉଛିକି ଏହା ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ନିଜର ସ୍ବାମୀଙ୍କର ଦ୍ଵିତୀୟ ପତ୍ନୀଙ୍କ ଠାରୁ କୌଣସି ଅସୁବିଧା ହୁଏ ନାହିଁ। ଦୁଇଟି ସ୍ତ୍ରୀ ମିଳିମିଶି ରୁହନ୍ତି।

Leave a Reply

Your email address will not be published. Required fields are marked *