ପିଲା ନୁହେଁ ସେ ଭୂତ ଥିଲା ! ଦେଖନ୍ତୁ ଭିଡ଼ିଓ ……..

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି ମାଧ୍ୟମରେ ଅନେକ ସବୁ ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଆମେ ଆଜି ଆପଣ ମାନଙ୍କୁ ଏପରି କିଛି ଭିଡିଓ ସମ୍ପର୍କରେ କହିବୁ ଯାହା ସମ୍ପର୍କରେ ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହ ଡରି ମଧ୍ୟ ଯିବେ।

୧:- ରୋମ ଟାଙ୍କୁରି ଦେବା ପରି ଭିଡିଓ ଦେଖିବାକୁ ମିଳିଥିଲା ୨୦୧୯ ମସିହା, ଝାଡଖଣ୍ଡର ଜାମସେଦପୁର ସହରର ଏକ ଶୂନଶାନ୍ ରାସ୍ତାରେ। ଏହି ଘଟଣାଟି ରାତି ୧୨ଟା ବେଳେ ଘଟିଥିଲା, କିଛି ଯୁବକ ବାହାଘର ଭୋଜି ସାରି ଘରକୁ ଫେରୁଥିଲେ, ସେହି ସମୟରେ ଏକ ଝିଅ ମୁହଁ ତଳକୁ କରି ରାସ୍ତାରେ ଚାଲୁଥିଲା। ଯୁବକ ମାନେ ରାସ୍ତାରେ ଗାଡି ରଖି ଏତେ ରାତିରେ ଏକା ଏଠାରେ କଣ କରୁଛ ବୋଲି ପଚାରିବାରୁ ଝିଅଟି ଅଜବ ପ୍ରକାରର ବ୍ୟବହାର କରିଲା। ତାହାକୁ ଦେଖି ସେମାନେ ସେଠାରୁ ଡରି ପଳାଇ ଗଲେ।

https://youtu.be/CLepWx6t_-0

୨:- ଆଉ ଏକ ଭିଡିଓରେ, ଗୋଟେ ଝିଅ ରାତିରେ ଘରକୁ ଫେରେ ଏବଂ ନିଜର କାର୍ କୁ ସାଇଡ୍ କରି ରଖିଦେଇ ଗେଟ୍ ବନ୍ଦ କରି ଘରକୁ ପଳାଏ। ଏହାପରେ ସେହି କାର୍ ଟି ଆପେ ଆପେ ପଛକୁ ଯିବାକୁ ଲାଗେ, ଆଉ ଏହି ଭିଡିଓ ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ରହିଯାଇଥାଏ। ଆଉ ଏହାକୁ ପରେ ଘର ଲୋକ ଦେଖିଲା ପରେ ତାଙ୍କର ହୋସା ଉଡିଯାଏ।

୩:- ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଶୂନଶାନ୍ ସ୍ଥାନ ମାନଙ୍କରେ ଦେଖିବାକୁ ମିଳିଥାଏ, ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି କିଛି ଦିନ ପୂର୍ବରୁ ମ୍ୟାଚ ଚାଲୁଥିବା ସମୟରେ ଷ୍ଟାଡିୟମ୍ ରେ କିଛି ଏପରି ଘଟଣା ଦେଖିବାକୁ ମିଳିଥିଲା ଯାହାକି ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା। ହଠାତ୍ ମ୍ୟାଚ୍ ଚାଲୁଥିବା ବେଳେ ବୋଲିଂ ପୂର୍ବରୁ ୱିକେଟ୍ ର ବେଲ୍ ଖସିଗଲା ଆଉ ଷ୍ଟମ୍ପ୍ ମଧ୍ୟ ଟିକେ ପଛକୁ ନଇଁଗଲା।

୪:- ଆଉ ଏକ ସ୍ତାନରେ ରାତିରେ ପିଲାଟି ଖେଳିବାକୁ ବାହାରକୁ ଯାଇଥିଲା, ସେହି ସମୟରେ ପିଲାଟି ସ୍ଲାଇଡ୍ ରେ ତଳକୁ ଖସୁଥିଲା। ଏହାକୁ ପିଲାଟିର ବାପା ନିଜ ଫୋନ୍ ରେ ରେକର୍ଡ଼ କରି ରଖିଥିଲେ, ସେ ଯେତେବେଳେ ପରେ ଏହାକୁ ଦେଖିଥିଲେ ସେ ଦେଖିଥିଲେ ଯେ, ସ୍ଲାଇଡ୍ ରେ ତାଙ୍କ ପିଲା ପଛରେ ଆଉ ଜଣେ କିଏ ଥିଲା। ସେ ଏହାକୁ ଦେଖି ସମ୍ପୂର୍ଣ୍ଣ ଭାବେ ଡରି ଯାଇଥିଲେ।

Leave a Reply

Your email address will not be published. Required fields are marked *