୧୭ ହଜାର ନୁହେଁ ବରଂ ମାସକୁ ୧୦ ହଜାର ଟଙ୍କା ତପସ୍ୱିନୀକୁ ଦେବେ ସୁମିତ,ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ

ତପସ୍ଵିନୀ ଓ ତାଙ୍କର ପତିଙ୍କ ମଧ୍ୟରେ ଚାଲିଥିବା ମନ ମାଳିନ୍ୟ ବା କଳହ ସମ୍ପର୍କରେ ସମସ୍ତଙ୍କୁ ଭଲ ଭାବରେ ଜଣା । ତେବେ ସେମାନେ କୋର୍ଟରେ ବିବାହ କରିବାର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ଏହାପରେ ସେମାନଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ସହିତ ଏହାପରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା ।

ଏହା ସହିତ ସେମାନଙ୍କର କଳହ ଏତେ ଅଧିକ ବଢ଼ି ଯାଇଥିଲା କି ସେମାନଙ୍କର ଏହି ଘଟଣା କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ତେବେ ଏହାପରେ କୋର୍ଟ ମଧ୍ୟ ଏହାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ । ପୁଣି ସୁମିତ ଫେରାର ହୋଇ ଯାଇଥିଲେ । ଏହାପରେ ତପସ୍ଵିନୀ ଙ୍କୁ ମଧ୍ୟ ସେହି ଅତିଥି ଭବନ ରୁ ବାହାର କରି ଦିଆ ଯାଉଥିଲା । ହେଲେ ପରେ ତପସ୍ଵିନୀ ନିଜ ଖର୍ଚ୍ଚ ନିଜେ ବହନ କରି ରହୁଥିଲେ । ତାଙ୍କ ପାଇଁ ତାଙ୍କ ସ୍ଵାମୀ ମଧ୍ୟ କିଛି ଖର୍ଚ୍ଚ ଉଠାଇ ନଥିଲେ ।

ହେଲେ ବାସ୍ତବ ରେ ଝିଅ ଟିଏ କେତେ କଷ୍ଟ ପାଇ ପରେ ତାହା ଆପଣ ମାନେ ତପସ୍ଵିନୀ ଙ୍କ ଠାରୁ ହିଁ ଜାଣି ପାରିବେ । ଏବେ ଭି ତପସ୍ଵିନୀ ଙ୍କ ମୁହଁ ରୁ ଗୋଟିଏ କଥା ସମସ୍ତେ ଶୁଣିବା ପାଇଁ ପାଇବେ କି ସେ କେବେ ଭି ଏଥି ପାଇଁ ଆହ୍ଲାଇବେନି । ସେ ନିଜ ଜିଦ୍ ରେ ଅଟଳ ହୋଇ ରହିଛନ୍ତି । ସେ ନିଜ ସ୍ବାମୀ ଙ୍କୁ ହିଁ ପାଇ ରହିବେ ବୋଲି କହିଛନ୍ତି ।

ହେଲେ ତପସ୍ଵିନୀ ତା ପରେ ପରେ ଆସି ନିଜ ଶ୍ଵଶୁର ଘର ସାମ୍ନା ରେ ବସିଥିଲେ ନ୍ୟାୟ ଭିକ୍ଷା ପାଇଁ । କି ତାଙ୍କ ଶ୍ବଶୁର ଘର ଲୋକ ଓ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ଖୁସି ଖୁସି ରେ ଆପଣାଇ ନିଅନ୍ତୁ । ତେବେ ସବୁ କିଛି ଘଟଣା ପରେ ମଧ୍ୟ ତପସ୍ଵିନୀ ଆସି ପୁଣି ଥରେ ବସିଥିଲେ ସୁମିତ ଙ୍କ ଘର ସାମ୍ନା ରେ । ତେବେ ରାୟ ରେ ଥିଲା ଯେ ତପସ୍ଵିନୀ ରହିବେ ସୁମିତ ଙ୍କ ଘରେ , ସୁମିତ ପାଖରେ । ତେବେ ସୁମିତ, ତପସ୍ଵିନୀ ଙ୍କୁ ମାସକୁ ୧୭୦୦୦ ଟଙ୍କା ଦେବାକୁ ପଡିବ । ତପସ୍ଵିନୀ ଙ୍କୁ ଖର୍ଚ୍ଚ ଆଦି ବାବଦ କୁ ।

ଏହି ରାୟ ଥିଲା ହାଇ କୋର୍ଟ ଓ ସୁପ୍ରିମ କୋର୍ଟ ଉଭୟ ପକ୍ଷରୁ । ତେବେ ଏହି ରାୟ ରହିଛି ନିଶ୍ଚୟ ତପସ୍ଵିନୀ ଙ୍କ ସହିତ । ସୁମିତ ଓ ତାଙ୍କ ବାପା ଙ୍କ ଇଚ୍ଛା ପୂରଣ ହେଲାନାହିଁ । ତେବେ ବର୍ତମାନ ରାୟ ଏହିପରି ରହିଛି ବୋଲି ଗଣମାଧ୍ୟମ ରୁ ଜଣା ପଡ଼ୁଚି । ଚଳିତ ମାସ ୧୦ ତାରିଖ ଦିନ ସୁମିତଙ୍କ ପକ୍ଷରୁ ତପସ୍ଵିନୀଙ୍କୁ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଉକ୍ତ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା ।

ତେବେ ଏହି ଭରଣପୋଷଣ ଟଙ୍କାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ଏହାକୁ ୧୦ ହଜାରକୁ ହ୍ରାସ କରାଯାଇଛି । ତେଣୁ ସୁମିତ ବର୍ତ୍ତମାନ ଠାରୁ ମାସିକ ୧୦ ହଜାର ତାଙ୍କ ତପସ୍ଵିନୀଙ୍କୁ ଦେବେ । ଏହାସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ଵିନୀ ଶାଶୁଘରେ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ପୁଣି ଆସ୍କା ରେ ଘର ଭଡ଼ା ନେଇ ରହିବେ ।

Leave a Reply

Your email address will not be published. Required fields are marked *