ଚାଲନ୍ତୁ ସାକ୍ଷାତ କରିବା ଦେଢ଼ ବର୍ଷର ଗୁଗଲ ବୟେ ସହ,ଆଖି ପିଛୁଳାକେ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଟ୍ରକ ଡ୍ରାଇଭରଙ୍କ ପୁଅ ।

ଇଣ୍ଟରନେଟ୍ ର ଦୁନିଆରେ ଯଦି ଆମକୁ କୌଣସି ପ୍ରଶ୍ନର ଉତ୍ତର ଦରକାର ହୋଇଥାଏ ତେବେ ଆମେ ଗୁଗୁଲ୍ କୁ ପଚାରିଥାଉ । ଆମକୁ ସଠିକ୍ ଉତ୍ତର ମିଳିଯାଇଥାଏ ଆଉ ଏହା ମଧ୍ୟ ବିନା ବିଳମ୍ବରେ, କିନ୍ତୁ ଯଦି ଆମେ କହିବୁ କି ୨୦ ମାସର ପିଲା ଅର୍ଥାତ୍ ପ୍ରାୟ ଦେଢ଼ ବର୍ଷର ପିଲା ମଧ୍ୟ ଗୁଗୁଲ୍ ଭଳି ଦ୍ରୁତ ଅଟେ । ଆଉ ସେ ବି ଆଖି ପିଛୁଳାକେ ପ୍ରଶ୍ନଗୁଡିକର ଉତ୍ତର ଦେଇଥାଏ, ତେବେ ଆପଣ ନିଶ୍ଚିତ ଭାବରେ ଜାଣିବାକୁ ଚାହିଁବେ ଯେ ସେ କିଏ ।

ଏହି ଚମତ୍କାର ପ୍ରତିଭା କୌଣସି ଧନୀ ପିଲା କିମ୍ବା ବଡ ଘରର ନୁହେଁ ବରଂ ଏକ ଗରିବ ପରିବାରର ଅଟେ । ସେ ଜଣେ ଟ୍ରକ୍ ଡ୍ରାଇଭରର ପିଲା, କିନ୍ତୁ ଆଜିକାଲି ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଏହି ଅଞ୍ଚଳରେ ତାର ବହୁତ ଚର୍ଚ୍ଚା ହେଉଛି । ଯଦି ଆପଣ ମଧ୍ୟ ତା ସହ ଜଡିତ ଜିନିଷ ଜାଣିବାକୁ ଚାହାଁନ୍ତି,ତେବେ ଆସନ୍ତୁ ଆମେ ଆପଣଙ୍କୁ ଏହି ପିଲା ବିଷୟରେ ଅଧିକ ସୂଚନା ଦେଉଛୁ ।

ଝାରଖଣ୍ଡରେ ରୁହେ ଗୁଗଲ ବୟେ

ବୟସ ମାତ୍ର ୨୦ମାସ ଅର୍ଥାତ୍ ପ୍ରାୟ ଦେଢ଼ ବର୍ଷ କିନ୍ତୁ ମସ୍ତିଷ୍କ ଏତେ ଦ୍ରୁତ ଅଟେ ଯେ ଗୁଗଲ ବି ଫେଲ ହେଇଯିବ । ଆଜ୍ଞା ହଁ, ଭେଟନ୍ତୁ ଝାରଖଣ୍ଡର ଗୁଗୁଲ୍ ବୟ ଅଙ୍କୁଷଙ୍କ ସହ ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ତାଙ୍କର ପ୍ରଶଂସକ ହେଇଯିବେ । ତାର ଦ୍ରୁତ ସ୍ମୃତିଶକ୍ତି କୁ ଜାଣି ଲୋକମାନେ ତାକୁ ଗୁଗୁଲ୍ ବୟ ଆଉ ଛୋଟ କୌଟିଲ୍ୟ ମଧ୍ୟ ଡାକୁଛନ୍ତି ।

ଅଙ୍କୁଷ ଗରିବ ପରିବାରର ଅଟେ ଏବଂ ତାଙ୍କ ପିତା ଟ୍ରକ୍ ଚଳାନ୍ତି । କିନ୍ତୁ ୨୦ ମାସ ପୂର୍ବେ ତାଙ୍କ ଘରେ ଜନ୍ମ ହୋଇଥିବା ପିଲାଟି ପ୍ରତିଭାରେ ବହୁତ ଧନୀ ଅଟେ । ଅଙ୍କୁଷ ତାଙ୍କର ଦ୍ରୁତ ସ୍ମୃତି ଶକ୍ତି ସହିତ ଗୋଟିଏ ଥରରେ ହିଁ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦିଏ।ଗିରଡିହ ଜିଲ୍ଲାରେ ରହୁଥିବା ଏହି ଶିଶୁ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥାଏ । ନିଜର ଏହି ପ୍ରତିଭାର ଶକ୍ତି ଆଧାରରେ ଏହି ଛୋଟ ପିଲାଟି ସମଗ୍ର ଅଞ୍ଚଳରେ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି ।

ମନ ରଖିସାରିଛି ସମ୍ପୂର୍ଣ ବହି

ଗୁଗୁଲ୍ ବଏ ଅଙ୍କୁଶଙ୍କ ମେମୋରୀ ଏତେ ତୀକ୍ଷ୍ଣ ଯେ ସେ ଗୁଡ୍ ଇଂରାଜୀ ନାମକ ପୁରା ବହିକୁ ସ୍ମରଣ କରି ରଖିଛନ୍ତି । ତାଙ୍କ ପରିବାର ସଦସ୍ୟ ଥରେ ତାଙ୍କୁ ଯାହା କହିଦିଅନ୍ତି, ସେ ତାକୁ ସମ୍ପୂର୍ଣ୍ଣରୂପେ ମନେ ରଖିଦିଅନ୍ତି ଯେପରି ଏହା ତାଙ୍କ ମନରେ ଛପି ଯାଇଛି । ବହିରେ ଦେଖାଯାଇଥିବା ସମସ୍ତ ଚିତ୍ର ପଶୁ, ପକ୍ଷୀ କିମ୍ବା ପନିପରିବା ଏବଂ ଫଳ ତାଙ୍କର ସବୁ ନା ମନେ ଅଛି । ସେ ସମସ୍ତଙ୍କ ନାମ ଇଂରାଜୀରେ କୁହେ ।

କେବଳ ଏତିକି ନୁହେଁ, ସିଏମ ହୁଅନ୍ତୁ କିମ୍ବା ପିଏମ,ତାକୁ ସମସ୍ତଙ୍କ ନାମ ମନେ ଅଛି। ଚିତ୍ର ଦେଖି ସେ ଶୀଘ୍ର ସବୁ ନାମ କହିଦିଏ । କୌଣସି ବି ପ୍ରଶ୍ନ ପଚାର, ସେ ଆଖି ପିଛୁଳାକେ ତାର ଉତ୍ତର ଦେଇଦିଏ । ତାଙ୍କ ସ୍ମରଣଶକ୍ତି ର ନମୁନା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି

ପିତା ରୁହନ୍ତି ବାହାରେ,ମା ପଢ଼ାନ୍ତି ଅଙ୍କୁଶଙ୍କୁ

ଅଙ୍କୁଷଙ୍କ ପିତା ଜଣେ ଟ୍ରକ୍ ଡ୍ରାଇଭର ଏବଂ ତାଙ୍କର କାର୍ଯ୍ୟ ହେତୁ ସେ ଓଡିଶାରେ ରୁହନ୍ତି । ଅଙ୍କୁଷଙ୍କ ମା ତାଙ୍କ ଶିକ୍ଷାର ଯତ୍ନ ନିଅନ୍ତି । ସେ ଅଙ୍କୁଶଙ୍କ ପାଇଁ ବହି ଆଣନ୍ତି ଆଉ ତାଙ୍କୁ ଶିକ୍ଷା ଦିଅନ୍ତି । ଏହା ସହିତ ଅଙ୍କୁଷଙ୍କ ଜେଜେମାଆ ମଧ୍ୟ ତାଙ୍କୁ ବହୁତ କିଛି ଶିଖାନ୍ତି । ଅଙ୍କୁଷଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ନିଜ ମା’ଙ୍କ କୋଳରେ ବସି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି । ତାଙ୍କ ତୁଳନା ପ୍ରସିଦ୍ଧ ହେଇଯାଇଥିବା କୋଟିଲ୍ୟ ସହିତ କରାଯାଉଛି । ତାଙ୍କର ତୀକ୍ଷ୍ଣ ମସ୍ତିଷ୍କ ହେତୁ ସେ ମଧ୍ୟ ବହୁତ ପ୍ରସିଦ୍ଧ ହେଇଗଲେ ।

Leave a Reply

Your email address will not be published. Required fields are marked *