୧୭ ବର୍ଷ ବୟସରେ କଙ୍ଗନା ଏହି ୩୯ବର୍ଷୀୟ ଅଭିନେତାଙ୍କ ସହ ବିତେଇଲେ ଅନେକ ରାତି,ଆଉ ଯେତେବେଳେ ପତ୍ନୀ ଜାଣିବାକୁ ପାଇଲେ ସେତେବେଳେ ସୃଷ୍ଟି ହେଲା ବଡ ଝାମେଲା

ହିନ୍ଦୀ ସିନେମାର ବେବାକ ତଥା ବିନ୍ଦାସ ଅଭିନେତ୍ରୀ କଙ୍ଗନା ରନୌତ୍ ତାଙ୍କ ଅଭିନୟ ପାଇଁ ଜଣାଶୁଣା । ଏଥି ସହିତ ତାଙ୍କର ବକ୍ତବ୍ୟ ଏବଂ ବୟାନ ମଧ୍ୟ ହେଡଲାଇନରେ ରହିଥାଏ । କିନ୍ତୁ କଙ୍ଗନାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କାହାଠାରୁ ଲୁକ୍କାୟିତ ନୁହେଁ । କଙ୍ଗନା ହୁଏତ ଆଜି ଏକାକୀ ଜୀବନ ବତାଉଛନ୍ତି କିନ୍ତୁ ସେ ଅନେକ କଳାକାରଙ୍କ ସହ ସମ୍ପର୍କ ରେ ରହିସାରିଛନ୍ତି ।

କଙ୍ଗନାଙ୍କ ନାମ ପ୍ରଥମେ ଜଣାଶୁଣା ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ସହ ଜଡିତ ଥିଲା । କଙ୍ଗନା ଏବଂ ଆଦିତ୍ୟ ଖୋଲାଖୋଲି ଭାବରେ ସେମାନଙ୍କ ସମ୍ପର୍କକୁ ସ୍ୱୀକାର କରିଥଲେ । ଆପଣଙ୍କୁ କହିରଖୁଛୁ ଯେ ଆଦିତ୍ୟ କଙ୍ଗନାଙ୍କ ଠାରୁ ୨୨ବର୍ଷ ବଡ ଏବଂ ସେ ମଧ୍ୟ ବିବାହିତ ଅଟନ୍ତି । ଏହା ସତ୍ତ୍ୱେ କଙ୍ଗନା ଓ ଆଦିତ୍ୟ ପରସ୍ପରକୁ ଭଲ ପାଉଥିଲେ ।

କଙ୍ଗନା ଏବଂ ଆଦିତ୍ୟଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଦିତ୍ୟ ପଞ୍ଚୋଲିଙ୍କ ପତ୍ନୀ ଜରିନା ୱାହାବଙ୍କୁ ଜଣାଥିଲା । କିନ୍ତୁ ଆଦିତ୍ୟ ଏବଂ କଙ୍ଗନାଙ୍କ ମଧ୍ୟରେ ଥିବା ସମ୍ପର୍କ ଅଧିକ ଦିନ ରହି ପାରି ନଥିଲା । ଉଭୟଙ୍କ ସମ୍ପର୍କ ମଧ୍ୟ ବହୁତ ବିବାଦୀୟ ଥିଲା ।ବ୍ରେକଅପ୍ ପରେ ଦୁହେଁ ପରସ୍ପର ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଏହି ପରିସ୍ଥିତିରେ ସବୁକିଛି ଜାଣିବା ପରେ ମଧ୍ୟ ଜରିନା ତାଙ୍କ ସ୍ୱାମୀ ଆଦିତ୍ୟଙ୍କୁ ସମର୍ଥନ କରିଥିଲେ ।

କଙ୍ଗନା ଏବଂ ଆଦିତ୍ୟ ସେତେବେଳେ ସମ୍ପର୍କରେ ଥିଲେ ଯେତେବେଳେ କଙ୍ଗନା ହିନ୍ଦୀ ସିନେମା ପାଇଁ ସଂପୂର୍ଣ୍ଣ ନୂଆ ଥିଲେ । ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର ଆରମ୍ଭରୁ ହିଁ କଙ୍ଗନା ରାନାୱତ ଆଦିତ୍ୟ ପାଞ୍ଚୋଲିଙ୍କୁ ଭଲ ପାଇସାରିଥିଲେ । କଙ୍ଗନା ଜାଣିଥିଲେ ଯେ ଆଦିତ୍ୟ ବିବାହିତ ଏବଂ ତାଙ୍କର ବଡ ବଡ଼ ପିଲା ମଧ୍ୟ ଅଛନ୍ତି,ତଥାପି ତାଙ୍କୁ ଏହି ସମ୍ପର୍କରେ କୌଣସି ଅସୁବିଧା ନଥିଲା ।

ଆଦିତ୍ୟଙ୍କ ସହ ସମ୍ପର୍କ ରେ ଥିବା ସମୟରେ କଙ୍ଗନା ରାନାୱତଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା । ଆଉ ସେତେବେଳେ ଆଦିତ୍ୟଙ୍କୁ ୩୯ ବର୍ଷ ବୟସ ହୋଇଥିଲା । ୨୦୦୪ ମସିହାରେ ଦୁହେଁ ପ୍ରଥମ ଥର ପାଇଁ ଭେଟିଥିଲେ ଏବଂ ଏହା ପରେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ମତଭେଦ ହେବାର କାରଣ ହେଉଛି ଆଦିତ୍ୟ କଙ୍ଗନାଙ୍କୁ ସମ୍ମାନ ନକରିବା ଏବଂ ତାଙ୍କୁ ମାରପିଟ କରିବା ବୋଲି ବିଶ୍ୱାସ କରାଯାଏ ।

ଥରେ ଆଦିତ୍ୟ କଙ୍ଗନାଙ୍କ ଉପରେ ହାତ ଉଠାଇଦେଇଥିଲେ ଆଉ ଯେତେବେଳେ ଆଦିତ୍ୟ କଙ୍ଗନାଙ୍କୁ ହଇରାଣ କରୁଥିଲେ ସେତେବେଳେ କଙ୍ଗନା ଆଦିତ୍ୟଙ୍କ ପତ୍ନୀ ଜରିନାଙ୍କୁ ସାହାଯ୍ୟ ମାଗିଥିଲେ କିନ୍ତୁ ସେ ସାହାଯ୍ୟ କରିବାକୁ ସମ୍ପୂର୍ଣ୍ଣ ରୂପେ ମନା କରିଦେଇଥିଲେ। ଥରେ କଙ୍ଗନା ଏକ ବଡ ଖୁଲାସା କରି କହିଥିଲେ କି ତାଙ୍କୁ ଆଦିତ୍ୟ ଘରେ ବନ୍ଦ କରିଦେଇଥିଲେ ଆଉ ସେହି ସମୟରେ ତାଙ୍କୁ ପ୍ରଥମ ମହଲାର ଝରକାରୁ ଡେଇଁବା ଛଡା ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ।

ଅନ୍ୟପକ୍ଷରେ ଆଦିତ୍ୟ କଙ୍ଗନାଙ୍କ ବିଷୟରେ କହିଥିଲେ କି କଙ୍ଗନା ହେଉଛନ୍ତି ପାଗଳ ଆଉ ଅଭିନେତା କଙ୍ଗନାଙ୍କ ଉପରେ ତାଙ୍କୁ ବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି । ଏଥି ସହିତ ଅଭିନେତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ଧମକ ଦେଇଥିଲେ । ଆଦିତ୍ୟଙ୍କ ପତ୍ନୀ ମଧ୍ୟ କଙ୍ଗନାକୁ ଘେରି ରହିବା ପାଇଁ କୌଣସି ବାଟ ଛାଡି ନଥିଲେ।

ଜରିନା କହିଥିଲେ ଯେ ତାଙ୍କୁ ତାଙ୍କ ସ୍ୱାମୀ ଏବଂ କଙ୍ଗନାଙ୍କ ସମ୍ପର୍କ ବିଷୟରେ ସବୁ ଜଣାଥିଲା କିନ୍ତୁ ଏହା ସତ୍ତ୍ୱେ ଜରିନା ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରିଥିଲେ ଏବଂ କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବାକୁ କହିଥିଲେ । କହିରଖୁଛୁ କି ଆଦିତ୍ୟ ମଧ୍ୟ କଙ୍ଗନାଙ୍କ ସହ ଲିଭିଙ୍ଗରେ ରହୁଥିଲେ । ସେ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ଏକ ସମୟରେ କଙ୍ଗନାକୁ ଅଧିକ ପସନ୍ଦ କରିଥିଲେ ।

କଙ୍ଗନାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଏକତା କପୁରଙ୍କ ଶୋ ‘ଲକ୍ ଅପ୍’କୁ ସେ ହୋଷ୍ଟ କରିବାକୁ ଯାଉଛନ୍ତି ।ଶୋ ’ଫେବୃଆରୀ ୨୭ ରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ୍ ହେବାକୁ ଯାଉଛି । ଏହାକୁ ନେଇ ଅଭିନେତ୍ରୀ ଅନେକ ହେଡଲାଇନରେ ସୃଷ୍ଟି କରିଛନ୍ତି । ଏଥି ସହିତ ତାଙ୍କର ଆଗାମୀ ଚଳଚ୍ଚିତ୍ରର ନାମ ହେଉଛି ‘ତେଜସ୍’ ଯାହା ଚଳିତ ବର୍ଷ ମୁକ୍ତିଲାଭ କରିବ।

Leave a Reply

Your email address will not be published. Required fields are marked *