”ମୋର ଟଙ୍କା କଣ ହବ ସୁମିତ ମୋ ପାଖକୁ ଆସିଲେ ମୋର ସବୁ ଦୁଃଖ ଦୂର ହୋଇଯିବ” ।

ଡାକ୍ତର ସୁମିତ-ତପସ୍ୱିନୀଙ୍କ ବୈବାହିକ ବିବାଦ ମାମଲା । ସୁମିତଙ୍କ ସହ ତାଙ୍କ ନିଜ ଘରେ ରହିବେ ତପସ୍ୱିନୀ । ଏହାସହ ଖର୍ଚ୍ଚ ପାଇଁ ତପସ୍ୱିନୀଙ୍କୁ ମାସକୁ ୧୭ ହଜାର ଟଙ୍କା ଦେବେ ସୁମିତ । ପ୍ରତି ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା କୋର୍ଟ ଶୁଣାଇଲେ ରାୟ ।

କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକଙ୍କ ସୂଚନା । ଟେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ବ୍ରହ୍ମପୁରରେ ତପସ୍ୱିନୀ ଓ ସୁମିତଙ୍କ ବୈବାହିକ ଜୀବନକୁ ବିବାଦ ଜୋର ଧରିଥିଲା । ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ମଧ୍ୟ ହୋଇଥିଲା ।

ତାପରେ ସେହି ମାମଲା କୋର୍ଟରେ ଶୁଣାଣି ହୋଇଥିଲା । ଶ୍ୱଶୁର ଘର ଆଗରେ ଦିର୍ଘ ୪୪ ଦିନର ଧାରଣା ପରେ ଆଜି ତପସ୍ୱିନୀ ଓ ସୁମିତଙ୍କ ମାମଲାରେ ଏକ ବଡ଼ ରାୟ ସୁଣାଇଥିଲେ ଜିଲ୍ଲା କୋର୍ଟ । ଯାହାକି ତପସ୍ୱିନୀଙ୍କ ଦୀର୍ଘ ଦିନ ଅପେକ୍ଷାର ଏକ ସଫଳତା ମିଳି ପାରିଥିଲା । ତପସ୍ୱିନୀ ଏବେ ବ୍ରହ୍ମାନଗର ସ୍ଥିତ ତାଙ୍କ ସ୍ୱାମୀ ସୁମିତଙ୍କ ଘରେ ଅଛନ୍ତି । ସୁମିତ ତାଙ୍କୁ ପ୍ରତି ମାସ ୧୭ ହଜାର ଟଙ୍କା ଦେବେ ବୋଲି ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଥିଲେ ।

ଏବେବି ସେମିତି ହିଁ ଅଡୁଆ ଭିତରେ ଛନ୍ଦି ହୋଇ ରହିଛି ସୁମିତ୍ ଆଉ ତପସ୍ୱିନୀ ପାରିବାରିକ ବିବାଦ ମାମଲା । ଏହାରି ମଧ୍ୟରେ ଆଜି କୋର୍ଟ ଆସି ମାସିକ ଭରଣପୋଷଣ ବାବଦକୁ ଟଙ୍କା ନେଇଛନ୍ତି ଡିମ୍ପଲ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୂଯାଇ ଡାକ୍ତର ସୁମିତ୍ ସାହୁ ଫେବୃଆରୀ ୧୦ ତାରିଖରେ ଡିମ୍ପଲ ଓରଫ ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ୧୭ ହଜାର ଟଙ୍କା ଜମା କରିଥିବା ବେଳେ ଆଜି ତପସ୍ୱିନୀ ଆସି ଏହାକୁ ଗ୍ରହଣ କରିଛନ୍ତି ।

ତପସ୍ଵିନୀ ମିଡ଼ିଆ ସାମ୍ନାରେ କହିଥିବା ସୂଚନା ଅନୁସାରେ ତାଙ୍କର ଦେହ ଭଲ ନଥିବାରୁ ସେ ଟଙ୍କା ନେବାକୁ ପୂର୍ବରୁ ଆସି ପାରି ନଥିଲେ । ସେ ଏହା ମଧ୍ୟ କହିଥିଲେ କି ଟଙ୍କା ତାଙ୍କ ପାଇଁ ଆଦୌ ଜରୁରୀ ନୁହେଁ । ସେ କେବଳ ତାଙ୍କ ସ୍ଵାମୀଙ୍କ ସହ ମିଶିକରି ରହିବାକୁ ଚାହୁଁଛନ୍ତି । ଯାହା ସେ ଆଗରୁ ମଧ୍ୟ କହି ଆସୁଥିଲେ ଆଉ ଏବେ ମଧ୍ୟ କହୁଛନ୍ତି ।

ତେବେ ଏବେ ତପସ୍ୱିନୀ ସୁମିତ୍‌ଙ୍କ ଘରେ ରହୁଥିବା ବେଳେ ଖୁବ୍‌ଶୀଘ୍ର ସେମାନେ ଏକାଠି ହୋଇପାରନ୍ତି ବୋଲି କହିଛନ୍ତି ତପସ୍ୱିନୀ । ସୁମିତ୍‌ଙ୍କ ବାପା ଓ ତପସ୍ୱିନୀଙ୍କ ମଧ୍ୟରେ ମନମାଳିନ୍ୟ ଧିରେ ଧିରେ ହ୍ରାସ ପାଉଥିବାର ସୂଚନା ଦେଇଛନ୍ତି ଡିମ୍ପଲ ଯାହାକୁ ନେଇ ସେ ଆଶା କରୁଛନ୍ତି ଯେ ଖୁବ୍‌ଶୀଘ୍ର ସୁମିତ୍ ଓ ସେ ଏକାଠି ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *