ମିଡ଼ିଆରେ ସତ ମାନିଲେ ରାଜବିରଙ୍କ ମାଆ – ମୋ ସ୍ବାମୀଙ୍କ ଗ୍ଲାସ୍ ରେ ମଦ ଥିଲା, ମୋ ଭୁଲ୍ ଶାସ୍ତି ମୋ ରାଜବୀର କୁ ଦିଅନ୍ତୁ ନାହିଁ

ରାଜବୀରଙ୍କ ମୁହଁକୁ ଦେଖିବାକୁ ଏବେ ଆଉ କାହା ମୁହଁ ନାହିଁ । ରାଜବୀରଙ୍କ ଏହି ଟଳମଳ ଆଖି ହୁଏତ ଆଉ କେତେଦିନ ବା କେତେସମୟ ଦେଖିବାକୁ ମିଳିପାରେ । ଜୀବନ ମରଣ ଭିତରେ ଆଉ ମାତ୍ର ଦିନ କେତୋଟି ବାକି ଅଛି । ରାଜବୀରଙ୍କ ଏହି ଅବସ୍ଥା ଦେଖିଲେ ନିଜକୁ ଅସହାୟ ଲାଗୁଛି । ଏମିତି ଲାଗୁଛି କିଏ ଚାଲିଯିବା ଆଗରୁ କାନ୍ଦି କାନ୍ଦି ବଞ୍ଚିବାକୁ ନେହୁରା ହେଉଛି । କିନ୍ତୁ ଗରିବ ସାଧାରଣ ମଣିଷଟିଏ ଦେଖିବା ଓ ଶୁଣିବା ଛଡା ତା ପାଖରେ ଆଉ କିଛି ବାଟ ନାହିଁ ।

୧୬ କୋଟି ଟଙ୍କାର ଇଞ୍ଜେକ୍ସନ ପାଇଁ ସାଧାରଣ ମଣିଷଟେ ପାଖରେ କୁଆଡୁ ବା ସକ୍ଷମ ଆସିବ । ବାପା ମା ଅହରହ ଚେଷ୍ଟା କଲା ପରେ ମଧ୍ୟ ହୋଇପାରୁନାହିଁ ଟଙ୍କା ଯୋଗାଡ । ହାତ ଯୋଡ଼ି, କାନି ପତେଇ ରାଜବୀରଙ୍କ ଜୀବନ ଭିକ୍ଷା ମାଗୁଛନ୍ତି ମା ଜଣଙ୍କ । ତେବେ ବନ୍ଧୁଗଣ ପୁଅକୁ ଭଲ କରିବାକୁ ଦରକାର ୧୬ କୋଟି ।ଏସସିବିରେ ବି ନାହିଁ ଏହାର ଚିକିତ୍ସା ବ୍ୟବସ୍ଥା । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ କହି ଫେରାଇ ଦେଲେ ଏସସିବି କର୍ତ୍ତୃପକ୍ଷ । ପାଖରେ ଟଙ୍କା ନାହିଁ । ସମୟ ବି ନାହିଁ ।  ଶେଷ ରେ ସେ ମାଆ ରାଜବୀର କୁ କହି କହି ନିଜେ ମଧ୍ୟ ହାତ ଯୋଡି ସାହାଯ୍ୟ ମାଗୁଛନ୍ତି । ତେବେ ସୂଚନାଯୋଗ୍ୟ ଯେ ୧୯ ମାସର ରାଜବୀର ରଣା ବିରଳ ଜେନେଟିକ ରୋଗରେ ପୀଡ଼ିତ ।

ତେବେ ଏସବୁ ମଧ୍ୟରେ ଦେଖା ଦେଇଛି ଟଙ୍କା କଲେକ୍ସନ କୁ ନେଇ ଗଣ୍ଡଗୋଳ ଓ ବିବାଦ । ରାଜବୀରର ଟଙ୍କା ହାତେଇବା ପାଇଁ ଚାଲିଛି ଏବେ ବିଭିନ୍ନ ପ୍ରକାର ଷଡଯନ୍ତ୍ର । ତାଙ୍କ ଉପରେ ଉଠିଥିବା ବିବାଦ କୁ ନେଇ ସେ ମିଡ଼ିଆ ରେ ସତ ମାନିଛନ୍ତି । ପୂର୍ବରୁ ରାଜବିର ଙ୍କ ବାପା ମଦ ପିଉଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଅନେକ ବିବାଦ ଉଠାଇ ଥିଲେ ଲୋକେ । ରାଜବୀର ଙ୍କ ମା ଏହାକୁ ନେଇ ମିଛ କହିଥିଲେ । ମାତ୍ର ବର୍ତ୍ତମାନ ସେ ମିଡ଼ିଆ ରେ ସତ ମାନିଛନ୍ତି । ସେ କହିଛନ୍ତି ଯେ ସେ ମଦ ପିଉଥିଲେ ।

ହେଲେ ଏହା ବ୍ୟକ୍ତିଗତ କଥା । ଏହା ରାଜବିର ସହିତ ଯୋଡ଼ନ୍ତୁ ନାହି । ମୋ ପୁଅ କୁ ବଞ୍ଚାଇ ଦିଅନ୍ତୁ । ମୋତେ ବିଭିନ୍ନ ଧମକ ଦେଉଛନ୍ତି । ରାଜ୍ୟ ସରକାର ଙ୍କୁ ଅନୁରୋଧ କରି କହିଛନ୍ତି ଯେ ଯେତିକି ପଇସା ହୋଇଛି ଆଉ ପଇସା ଦେଇ ମୋ ପୁଅ କୁ ଇଞ୍ଜେକ୍ସନ ଦେଇ ଦିଅନ୍ତୁ । ମୋ ଭୁଲ୍ ପାଇଁ ମୋ ପୁଅ କୁ ଦଣ୍ଡ ଦିଅନ୍ତୁ ନାହି । ସ୍ବାମୀ ଜଣେ ଡେଲିବରି ବୟ । କଟକ ର ଦେବବ୍ରତ ଷଡ଼ଙ୍ଗୀ ମୋତେ ଧମକ ଦେଉଥିଲେ କହୁଥିଲେ ନବୀନ ପଟ୍ଟନାୟକ ଙ୍କ ଗାଡ଼ି କୁ ଡ଼ିଆଁ ମାରନ୍ତୁ । ୪୦ ହଜାର ଟଙ୍କା ମାଗିଛନ୍ତି ମିଡ଼ିଆ ଙ୍କ ଖର୍ଚ୍ଚ ପାଇଁ । ପୁଅ କୁ ରାଜନୀତି ସହିତ ଯୋଡ଼ନ୍ତୁ ନାହି ବୋଲି ମିଡ଼ିଆ ରେ କହିଥିଲେ ରାଜବିର ଙ୍କ ମା ।

Leave a Reply

Your email address will not be published. Required fields are marked *