ରାଜବୀର ମା’ଙ୍କ ଆଉ ଏକ ଭାଇରଲ ଭିଡ଼ିଓ , ହରିୟାଣାରେ ଟଙ୍କା କଲେକ୍ସନ ପାଇଁ ଫୋନରେ କଥାବାର୍ତା..

ଦୁନିଆ ରେ ଭଗବାନ ବୋଲି ପ୍ରଥମେ ମାଆ ବାପା ଙ୍କୁ କୁହାଯାଏ। ମାଆ ବାପା ଗୋଟେ ପିଲା କୁ ଜନ୍ମ ଦେବା ଠାରୁ ଆରମ୍ଭ ପିଲା ଟି ବଡ ହେବା ପର୍ଯ୍ୟନ୍ତ କେତେ ଦୁଃଖ କଷ୍ଟ ତା ପାଇଁ ସହ୍ୟ କରିଥାଆନ୍ତି। ଗୋଟେ ପିଲା ଯେତେବେଳେ ମାଆ ପେଟରେ ରହିଥାଏ ସେତେବେଳେ ସେହି ମାଆ ଟି ପିଲା ଟି କୁ ଦଶ ମାସ ଧରି ନିଜ ଗର୍ଭ ରେ ତାକୁ ପାଳିଥାଏ।

ସେହି ସମୟ ରେ କେତେ କଷ୍ଟ, କେତେ ଯନ୍ତ୍ରଣା, କେତେ ଦୁଃଖ ତାକୁ ସହ୍ୟ କରିବାକୁ ପଡିଥାଏ, ହେଲେ ମାଆ ଟି ନିଜର ଦୁଃଖ କଷ୍ଟ କୁ ନଦେଖି ପିଲା ର ଭଲ କଥା ଚିନ୍ତା କରୁଥାଏ। କିପରି ଭାବେ ପିଲା ଟି ଭଲ ରେ ଭଲରେ ଜନ୍ମ ହୋଇଯିବ, ଭଲ ରେ ଏହି ଦୁନିଆ ଆଲୋକ ଦେଖିବ। ଆଉ ପିଲାଟି ଯେତେବେଳେ ଜନ୍ମ ହୁଏ ସେତେବେଳେ ପିଲା ଟି ର ମୁହଁ କୁ ଦେଖି ମାଆ ଟି ର ସେହି ଦୁଃଖ କଷ୍ଟ ସବୁ ଦୂର ହୋଇଯାଏ। ଆଉ ତାପରେ ଅନେକ ଦୁଃଖ କଷ୍ଟ କୁ ସହି ବାପା ମାଆ ଦୁହେଁ ନିଜ ପିଲା ଟି କୁ ସବୁ ଦୁଃଖ କଷ୍ଟ ରୁ ଦୂରରେ ରଖି ଥାଆନ୍ତି।

ବାପା ମାଆ ମାନେ ସବୁବେଳେ ଏହି ଭାବନା ରେ ଥାଆନ୍ତି କି ଆମ ପିଲା ସବୁବେଳେ ଭଲ ରେ ଥାଉ, ସବୁବେଳେ ହସୁଥାଉ, ଭଗବାନ ତା କଷ୍ଟ ସବୁ ଆମକୁ ଦେଇ ଦିଅନ୍ତୁ ପଛେ କିନ୍ତୁ ଏହି ତାକୁ ସବୁବେଳେ ଭଲରେ ରଖି ଥାଆନ୍ତୁ।ପିଲା ଟି ବୟସ ରେ ଯେତେ ବଡ ହୋଇଗଲେ ବି ନିଜ ମାଆ ବାପା ଙ୍କ ପାଇଁ ସିଏ ସବୁବେଳେ ଛୋଟ ପିଲା ହୋଇଥାଏ।

ଏବେତ କଳିଯୁଗ ଚାଲିଛି, ଏବେର ଦୁନିଆରେ ତ ସବୁକିଛି ସ୍ୱାର୍ଥ ଅନୁସାରେ ହେଉଛି, ଏପରିକି ବାପା ମାଆ ମାନେ ମଧ୍ୟ ନିଜ ସ୍ୱାର୍ଥ ପାଇଁ ନିଜର ଜନ୍ମ କଲା ପିଲାର ଜୀବନ ନେବାକୁ ପଛଉ ନାହାଁନ୍ତି। ହେଲେ ଏପରିବି ମାଆ ବାପା ଅଛନ୍ତି ଯେଉଁମାନେ କି ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ରାସ୍ତା କଡରେ ଭିକ ମାଗିବାକୁ ବି ପଛଉ ନାହାଁନ୍ତି।

ସରି ସରି ଆସୁଛି ରାଜବୀରର ସମୟ, ହାତରେ ଆଉ ମାତ୍ର ଦେଢ଼ମାସ, ବାପା ମାଆ ବି ଧୈର୍ଯ୍ୟ ହରା ହୋଇଗଲେଣି। କେତେବେଳେ ଭଗବାନଙ୍କୁ ଡାକୁଛନ୍ତି ତ ଆଉ କେତେବେଳେ ହାତ ଯୋଡି ଲୋକଙ୍କ ଆଗରେ ଭିକ ମାଗୁଛନ୍ତି। ୧୬ କୋଟି ଟଙ୍କା ହେଲେ ପୁଅର ଜୀବନ ବଞ୍ଚିବ, ଏବେ ମାଆ ରାଜବୀରକୁ କହୁଛନ୍ତି ସେ ନିଜେ ହାତ ଯୋଡି ଲୋକଙ୍କୁ ଗୁହାରି କରୁ। ଆପଣମାନେ ଜାଣି ସାରିବେଣି ଆମେ କାହା କଥା କହୁଛୁ, ଆମେ ସେଇ ଛୋଟ ପିଲା ରାଜବୀରର କଥା କହୁଛୁ।

ଯାହାର ଜୀବନ କାଳ ସରି ସରି ଆସୁଥିବା ବେଳେ ତାର ମାଆ ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ନିଜର ସମସ୍ତ ପ୍ରକାରର ଚେଷ୍ଟା ଲଗାଇ ଦେଇଛନ୍ତି। ଏବେ ଆଉ ଏକ ଭିଡିଓ ଦେଖିବାକୁ ମିଳୁଛି, ଯେଉଁଥିରେ ରାଜବୀରଙ୍କ ମାଆ ନିଜ ପୁଅ ପାଇଁ ହରିୟାଣାରୁ ଟଙ୍କା ମାଗିବାକୁ ଜଣଙ୍କୁ ଫୋନ୍ ରେ କହୁଛନ୍ତି। ସିଏ ମଧ୍ୟ କିଭଳି ଭାବରେ ଟଙ୍କା ଅଧିକ ଆସି ପାରିବ, କିଭଳି ଲୋକମାନେ ଟଙ୍କା ଦେବେ ସେହି ବିଷୟରେ ତାଙ୍କୁ ବୁଝାଉଛନ୍ତି।

ଆପଣମାନେ ବି ସମସ୍ତେ କୁନି ପିଲା ରାଜବୀରର ଜୀବନ ବଞ୍ଚାଇବା ପାଇଁ କିଛି କିଛି ଦିଅନ୍ତୁ, ହୁଏତ ଆପଣଙ୍କର ଛୋଟ ଉପକାର ଗୋଟେ ପିଲାର ଜୀବନ ବଞ୍ଚାଇ ଦେଇପାରେ।

Leave a Reply

Your email address will not be published. Required fields are marked *