ମୃତ୍ୟୁ ପୂର୍ବରୁ ଭିଡିଓ ଜାରି କଲେ ଯୁବକ,ଦେଖନ୍ତୁ ଭିଡ଼ିଓ

କିଛିଦିନ ତଳେ ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପ୍ରେମରେ ଧୋକା ଖାଇ ଆ-ତ୍ମ-ହ-ତ୍ୟା କରିଥିବା କରିଥିବା ବେଳେ ନିକଟରେ ପୁଣି ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ପୁଣି ଜଣେ ଯୁବକ ପ୍ରେମରେ ଧୋକା ପାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ହେଉଛନ୍ତି ଅନୁଗୁଳ ଜିଲ୍ଲା ସୌଭାଗ୍ୟନଗରର ୨୭ ବର୍ଷୀୟ ଅଭିଜିତ ପଟ୍ଟନାୟକ। ଅଭିଜିତ ସ୍କୁଲ୍ ସମୟରୁ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଏବଂ କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା।

ଅନୁଗୁଳ ସୌଭାଗ୍ୟନଗର ଠାରେ ରବିବାର ରାତିରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଅଭିଜିତ ପଟ୍ଟନାୟକ। ସୂଚନା ମୁତାବକ, ଅଭିଜିତ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ରବିବାର ସଂଧ୍ୟାରେ ଅଭିଜିତ ସାଙ୍ଗ ମାନଙ୍କ ସହ ମିଶି ଭୋଜି କରିଥିଲେ ଏବଂ ଘରକୁ ଫେରି ଶୋଇ ଥିଲେ। ରବିବାର ଦିନ ସାଙ୍ଗମାନଙ୍କ ସମୟ ବିତାଇ ରାତି ୧୧ରେ ଘରେ ପହଞ୍ଚିଥିଲେ।

ପରଦିନ ଅର୍ଥାତ୍ ଫେବୃଆରୀ ୧୪, ସୋମବାର ଦିନ ସକାଳ ୮ ପର୍ଯ୍ୟନ୍ତ ତାଙ୍କ ରୁମ୍ କବାଟ ବନ୍ଦ ଥିବାରୁ ଘର ଲୋକ ସନ୍ଦେହ କରି କବାଟ ବାଡେଇଥିଲେ।ସେ ତାଙ୍କ ମାଆ ଙ୍କ ଶାଢ଼ୀ ବେକରେ ବାନ୍ଧି ଝୁଲି ପଡିଥିଲେ।ଘରେ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା। ଏଥିରେ ଅଭିଜିତ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ ବୋଲି ଲେଖିଥିଲେ।

https://youtu.be/tJwFwW9TxPU

ବ୍ୟାଙ୍କର ସମସ୍ତ ତଥ୍ୟ ଲେଖିଦେବା ସହ ଜମା ଥିବା ଅର୍ଥ ଝିଆରୀ ନାମରେ କରିଦେବାକୁ ଅଭିଜିତ ମଧ୍ୟ ଲେଖିଥିଲେ। ଅଭିଜିତଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଏହା ସହିତ ନିଜ ମୋବାଇଲ ଓ ସୋସିଆଲ ମିଡ଼ିଆ ପାସୱାର୍ଡ, ପ୍ରେମିକାଙ୍କ ନାମ ମଧ୍ୟ ଲେଖିଥିଲେ। ପୋଲିସ୍ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଯାହା ଜଣାପଡିଛି ଅଭିଜିତ ବହୁତ ଭଲ ପିଲା ଥିଲେ ଏବଂ ସମସ୍ତଙ୍କ ସହ ଖୁସିରେ ମିଳାମିଶା କରିଦେଉଥିଲେ।

ତାଙ୍କ ମୃ-ତ୍ୟୁ ଖବର ପାଇବା ପରେ ତାଙ୍କ ଘରେ ଗହଳି ଦେଖାଦେଇଛି ଏବଂ ଦୁଃଖର ଲହରୀ ଖେଳିଯାଇଛି।ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏଥିନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବର ପଞ୍ଚାନାମା କରିଥିଲା। ତେବେ ଅଭିଜିତଙ୍କ ମୃତ୍ୟୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ପୁଲିସ୍ ଘଟଣାର ତଦନ୍ତ କରୁଅଛି।

Leave a Reply

Your email address will not be published. Required fields are marked *