ପୁରୁଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ପାନ । ଏହି ସମୟରେ ଖାଇଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ ।

ଆମ ସଂସ୍କୃତିରେ ପାନର ସ୍ଵତନ୍ତ୍ର ସ୍ଥାନ ରହିଛି । ଆଗତ ଅତିଥ୍ୟ, ଅଭ୍ୟାଗତ, ବନ୍ଧୁବାନ୍ଧବ, ବ୍ରାହ୍ମଣବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼ାଇ ଦେଇ ଅତିଥ ଚର୍ଜା ଆରମ୍ଭ କରନ୍ତି । ଈଷ୍ଟ ପୂଜନ, ପିତୃପିଣ୍ଡ, ଦାନ, ପ୍ରୀତିଭୋଜନ, ଯଜ୍ଞାଦି କର୍ମ ସାଧନ ଆଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ । ଓଡ଼ିଶାର ଘରେ ଘରେ ପାଳିତ ‘ରଜପର୍ବକୁ ପାନର ପର୍ବ’ କହିଲେ ଅତୁକ୍ତି ହେବ ନାହିଁ ।

ସୁବାସିତ କେତକି ଖଇର, ବଡ଼ଫାଳ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଆଦି ରଜପାନ ପାଇଁ ସଂଗ୍ରହ କରିବା ସହ ରଜବୁଲି ଆସୁଥବା ସମସ୍ତ ଅଭ୍ୟାଗତଙ୍କୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଅନୁଭବ କରେ । ପାନୁଆ ଲୋକଟେ ପାଇଁ ପାନ ଖଣ୍ଡେ ଭାରି ମୂଲ୍ୟବାନ୍ । ସକାଳୁ ପାନଟେ ନ ଚୋବାଇଲେ ପୂରା ଦିନର କାମ ସେମାନଙ୍କର ଓଲଟ ପାଲଟ ହୋଇଯାଏ ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ମୁଖବାସ ମିଳୁଛି ସତ କିନ୍ତୁ ପାନର ସ୍ଥାନକୁ କେହି ଅକ୍ତିଆର କରି ପାରୁନାହାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ପାନରେ କଣ କଣ ସବୁ ଜିନିଷ ଅଛି ଯାହା ଆମ ଶରୀରକୁ ଦରକାର ଅଛି । ପାନରେ ଭିଟାମିନ୍ ସି, ଲୌହ, କେରାଟିନ୍, ଫାଇବର୍, ପୋଟାସିୟମ୍, ଆୟୋଡିନ୍‌, ଥାୟାମିନ୍‌ ଆଦି ପୋଷକତତ୍ତ୍ବ ଭରପୁର ଅଛି ।

ପାନ ପତ୍ରରେ ଥିବା ଏହି ତତ୍ତ୍ବ ଶରୀରର ରକ୍ତଶର୍କରାକୁ ନିୟନ୍ତ୍ରଣରେ ରଖେ । ମଧୁମେହ ରୋଗୀ ପ୍ରତିଦିନ ପାନ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ । ବିଶେଷଜ୍ଞଙ୍କ ମତରେ ପାନରେ ଅନ୍ୟ କଡ଼ା ମସଲା ମିଶାଇ ଖାଆନ୍ତୁ ନାହିଁ । ନିୟମିତ ପାନ ଖାଉଥିବା ବ୍ୟକ୍ତିଙ୍କୁ ମୁଖ କର୍କଟ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ ।

ଏହା ଛଡା ମାଇଗ୍ରେନ୍ ରୋଗୀ ମିଠା ପାନ ଖାଇଲେ ସେମାନଙ୍କ ମୁଣ୍ଡବିନ୍ଧା ଅନେକାଂଶରେ କମ୍ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିିଛି । ତେବେ ପାନର ଆଉ କିଛି ଜବରଦସ୍ତ ଫାଇଦା କହିବାକୁ ଯାଉଛୁ ଯାହା କି କିଛି ବି ରୋଗ ଭଲ କରିପାରେ । ଏହା ଆଣ୍ଠୁ ଗଣ୍ଠିର ବାତ ତଥା ଦରଜ ଭଲ କରିଦେଇ ପାରେ । ଆପଣଙ୍କ ରକ୍ତରେ ଯଦି ଅସୁଧି ଅଛି ତ ତାହା ଆପଣଙ୍କୁ ଶହ ଶହ ପ୍ରକାର ର ରୋଗର ଶିକାର କରେଇ ପାରେ । ତେଣୁ ପାନ ଆପଣଙ୍କ ରକ୍ତ କୁ ସଫା କରିଥାଏ ।

ଏହା ଆପଣଙ୍କ ପେଟ ଦରଜ କୁ ବି ସମାପ୍ତ କରିଥାଏ ଏବଂ କୁଷ୍ଠ କାଠିନ୍ୟ ମଧ୍ୟ ଦୂର କରିଥାଏ । ପାନ ଆପଣଙ୍କ ଚର୍ମ ରୋଗ ବି ଭଲ କରି ଦେଇଥାଏ । ଖାଇବା ପରେ ପାନ ଖାଇଲେ ଏହା ହଜମ ପ୍ରକ୍ରିୟାକୁ ଠିକ୍ କରାଇଥାଏ । ଏସବୁ ବ୍ୟତୀତ ଏହା ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରନ୍ ର ମାତ୍ରା ବଢ଼ାଇବା ସହିତ ପୁରୁଷଙ୍କ ଯୌନ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ତେବେ ପାନ ଭିତରେ ଲୁଚି ରହିଛି ଏଭଳି ଔଷଧୀୟ ଗୁଣ ।

Leave a Reply

Your email address will not be published. Required fields are marked *