ପୁଟିନଙ୍କ ସହିତ ଏହି ବ୍ରିଫକେସ ଛାଇ ପରି ରହିଥାଏ, ଏହା ପୁରା ଦୁନିଆକୁ ଧ୍ୱଂସ କରିଦେଇପାରେ,ଜାଣନ୍ତୁ ଏହା ଏତେ ଖାସ କାହିଁକି

ୟୁକ୍ରେନ ସହ ଚାଲିଥିବା ତିକ୍ତତା ମଧ୍ୟରେ ଋଷ ଏକ ଶକ୍ତିଶାଳୀ ପରମାଣୁ ଅଭ୍ୟାସ କରିବା ପାଇଁ ଯାଉଛି। ଏହି ଅଭ୍ୟାସ ସମୟରେ ଋଷ ମହାବିନାଶକାରୀ ବାଲିଷ୍ଟିକ ଓ କ୍ରୁଜ୍ କ୍ଷେପଣାସ୍ତ୍ରରେ ପରୀକ୍ଷା କରିପାରେ। ଏହି ସମୟରେ ଋଷର ପରମାଣୁ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବିଶ୍ୱସନୀୟତା ଉପରେ ପରୀକ୍ଷା କରାଯିବ।

ଏହି ଅଭ୍ୟାସର ମହତ୍ତ୍ୱ ଏହି କଥାରୁ ଜାଣିପାରିବେଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଅଭ୍ୟାସ ସମୟରେ ସେଠାରେ ଉପସ୍ଥିତ ରହିବେ। ଏହି ଅଭ୍ୟାସ ସମୟରେ ପୁଟିନଙ୍କର ଜଣାଶୁଣା ପରମାଣୁ ସୁଟକେସ୍ ବା ବ୍ରିଫକେସ ମଧ୍ୟ ସେଠାରେ ମହଜୁଦ ରହିବ। ଏହି ସୁଟକେସ ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରାଇବାର ଶକ୍ତି ରହିଛି। ତେବେ ଆସନ୍ତୁ ଜାଣିବା ଏହି ପରମାଣୁ ସୁଟକେସ ବିଷୟରେ ଓ ଏହା କେତେ ମାତ୍ରାରେ ବିପଜ୍ଜନକ ଅଟେ।

ଋଷ ପାଖରେ ସର୍ବାଧିକ ପରମାଣୁ ବୋମା ଅଛି, ଯାହା ପୃଥିବୀକୁ ଗୋଟିଏ ମୁହୂର୍ତ୍ତରେ ଅନେକ ଥର ଧ୍ୱଂସ ମଧ୍ୟ କରିପାରେ। ଋଷର ରାଷ୍ଟ୍ରପତି ଏହି ବ୍ରିଫକେସ ସାହାଯ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଏହି ପରମାଣୁ ସୁଟକେସ ଏକ ସାଧାରଣ ବ୍ରିଫକେସ ପରି ଦେଖାଯାଏ। ଯଦିଓ ପୁଟିନଙ୍କ ଏହି ପରମାଣୁ ବ୍ରିଫକେସ୍ ଟପ୍ ସିକ୍ରେଟ ଓ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ପୁଟିନଙ୍କର ଏହି ବ୍ରିଫକେସ ଭିତରର ଝଲକ ସମଗ୍ର ଦୁନିଆ ଦେଖିଥିଲା। ଏହି ବ୍ରିଫକେସରେ ନାଲି ଓ ଧଳା ରଙ୍ଗର ବଟନ ଅଛି। ପୁଟିନ ଏହି ବଟନଗୁଡ଼ିକ ସାହାଯ୍ୟରେ ପରମାଣୁ ଆକ୍ରମଣର ଆଦେଶ ଦେଇପାରିବେ।

ପୁଟିନଙ୍କ ସହ ପରମାଣୁ ବ୍ରିଫକେସ ଛାୟ ପରି ଚାଲେ:-

ଋଷର ଗଣମାଧ୍ୟମ ଅନୁସାରେ, ଏହି ସୁଟକେସ କେବଳ ଏକ କୋଡ୍ ମାଧ୍ୟମରେ ଖୋଲାଯାଇପାରିବ। କେବଳ ଏତିକି ନୁହେଁ, ଏହା ୨୪ ଘଣ୍ଟାର କଡ଼ା ସୁରକ୍ଷା କଭରରେ ରହିଥାଏ। ଏହା ମାଧ୍ୟମରେ ଋଷର ୬ ହଜାରରୁ ଅଧିକ ପରମାଣୁ ବୋମା ଏଥିରେ ନିୟନ୍ତ୍ରିତ ହୋଇଥାଏ। ପୁଟିନ ଯେଉଁଆଡେ ଯାଆନ୍ତି, ଜଣେ ସୁରକ୍ଷା ଅଧିକାରୀ ଏହି ବ୍ରିଫକେସକୁ ନିଜ ସହିତ ସବୁବେଳେ ସାଙ୍ଗରେ ନେଇଯାଆନ୍ତି। ପରମାଣୁ ଆକ୍ରମଣ ଘଟଣାରେ ପୁଟିନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଅଧିକାରୀ ତାଲିମପ୍ରାପ୍ତ ଅଟନ୍ତି। ଋଷରେ ଏହି ବ୍ରିଫକେସକୁ ଚେଗଟ କୁହାଯାଏ, ଯାହାକୁ ଏକ ପର୍ବତ ନାମରେ ରଖାଯାଇଛ।

୧୯୮୦ ଦଶକରେ ଏହି ବ୍ରିଫକେସକୁ ବିକଶିତ ହୋଇଥିଲ। ପୁଟିନଙ୍କ ସହ କେବଳ ଗୋଟିଏ ବ୍ରିଫକେସ୍ ଦେଖାଯାଏ କିନ୍ତୁ ଏହାର ମୋଟ ସଂଖ୍ୟା ୩ ଅଟେ। ଏହି ତିନୋଟି ବ୍ରିଫକେସକୁ କେବଳ ଋଷର ବରିଷ୍ଠ ଅଧିକାରୀମାନେ ଖୋଲିପାରିବେ। ଏହି ଅଧିକାରୀମାନେ ହେଲେ ଋଷର ପ୍ରତିରକ୍ଷା ମନ୍ତ୍ରୀ, ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ। ବିଶ୍ଳେଷକମାନେ କହିଛନ୍ତିଯେ ଏହି ସୁଟକେସରେ ଉଭୟ ନାଲି ଓ ଧଳା ରଙ୍ଗର ବଟନ୍ ଅଛି, ଓ ଧଳା ବଟନ ମାଧ୍ୟମରେ ଏହକୁ ଆକ୍ରମଣ କରାଯାଇଥାଏ।

ପରମାଣୁ ବ୍ରିଫକେସ ବ୍ୟବହାର କରିବା ବହୁତ ସହଜ ଅଟେ:-

ଏହି ଋଷର ପରମାଣୁ ବ୍ରିଫକେସ ଏପରି ଭାବରେ ଡିଜାଇନ୍ ହୋଇଛିଯେ ବୃଦ୍ଧ ନେତାମାନେ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ। ଏହି ବ୍ରିଫକେସକୁ ସର୍ବଦା ନୌସେନାର ସୈନିକ ବହନ କରିଥାନ୍ତି ଯାହାଦ୍ୱାରା ଏହା ଭିଡ଼ ମଧ୍ୟରେ ସହଜରେ ଚିହ୍ନିତ ହୋଇପାରିବ। ୧୯୮୩ ମସିହାରେ ଋଷର ପରମାଣୁ ବ୍ରିଫକେସ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା। ଋଷର ରାଷ୍ଟ୍ରପତିଙ୍କ ପରି ପରମାଣୁ ଆକ୍ରମଣ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସହିତ ଏକ ବ୍ରଫକେସ୍ ମଧ୍ୟ ଚାଲିଥାଏ। ଋଷ ନିକଟରେ ପରମାଣୁ ଆକ୍ରମଣ ପାଇଁ ହାଇପରସୋନିକ କ୍ଷେପଣାସ୍ତ୍ର ଠାରୁ ଯୁଦ୍ଧ ବିମାନ ପର୍ଯ୍ୟନ୍ତ ସବୁକିଛି ଅଛି।

ଋଷର ହାଇପରସୋନିକ୍ କ୍ଷେପଣାସ୍ତ୍ର ଏତେ ଶକ୍ତିଶାଳୀଯେ ସେଗୁଡିକ ବର୍ତ୍ତମାନ ସମୟରେ କୌଣସି ପ୍ରକାର ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ୱାରା ରୋକି ପାରିବେ ନାହିଁ। କେବଳ ଏତିକି ନୁହେଁ, ବିଶ୍ୱର ଯେକୌଣସି ଦେଶକୁ ବିନାଶ କରିବାକୁ ଋଷ ପାଖର ମଧ୍ୟ ଶକ୍ତି ଅଛି। ପରମାଣୁ ଶକ୍ତି ସହ ଋଷ ଏକ ଅଣ୍ଡର ୱାଟର ଡ୍ରୋନ ମଧ୍ୟ ବିକଶିତ କରିଛି। ଏହା ସହଜରେ ପରମାଣୁ ଆକ୍ରମଣ ମଧ୍ୟ କରିହେବ। ପରମାଣୁ ବ୍ରିଫକେସ୍ ଦେଖାଇ ପୁଟିନ ୟୁକ୍ରେନ ଉପରେ ପାଶ୍ଚାତ୍ୟ ଦେଶମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *