ଆଜିକାଲି ପଇସା ଯଉଠି , ଟୋକି ସେଇଠି ..ସୋନାଲିର ପଇସାବାଲା ବଏଫ୍ରେଣ୍ଡ ତାକୁ ସପୋର୍ଟ କରୁଛି…ପୁଣି ସୋନାଲୀଙ୍କ ଉପରେ ବର୍ଷିଲେ ରାଣୀପଣ୍ଡା

ବର୍ତ୍ତମାନର ଶିକ୍ଷିତ ସମାଜରେ ଯୁବପୀଢ଼ି ମାନଙ୍କ ପାଇଁ ଭଲ ପାଇବା ସାଧାରଣ ହୋଇ ଗଲାଣି। ଆମେ ଏବେ ଯୁବପୀଢ଼ିଙ୍କୁ ଦେଖିବାକୁ ଯିବା ଯଦି ତାହାଲେ ଆଜିକାଲିର ଭଲ ପାଇବାରେ କେବଳ ଛଳନା, ଅଭିନୟ, ପ୍ରତାରଣା ରହିଛି। ପ୍ରକୃତ ଭଲ ପାଇବା କେହି ବି ପାଇଁ ପାରୁ ନାହାନ୍ତି। ଯିଏ ପ୍ରକୃତ ଭଲ ପାଉଛି ସିଏ ଅସୁବିଧାରେ ସମ୍ମୁଖୀନ ହେଉଛି।

ଯେତେବେଳେ ଜଣେ ଜଣଙ୍କ ବିଶ୍ୱାସରେ ବିଷ ଦେଉଛି। ପ୍ରତାରଣା ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଯାହା କୁ ନେଇ ଆମ ଲୋକ ପ୍ରିୟ ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା ମୁଁହ ଖଳିଚନ୍ତି । ପ୍ରଥମ ରୁ ନିଜ ର କଥା ପାଈ ପରିଚିତ ହୋଇ ଆସିଥିବା ରାଣୀ ପଣ୍ଡା । ନିଜର ସିଧା କଥା ପାଇଁ କିଏ କିଏ ତାଙ୍କୁ ଅନେକ ପସନ୍ଦ କରୁ ଥିବା ବେଳେ ଆଉ କିଏ କିଏ ତାଙ୍କ କଥାକୁ ନିଦା ମଧ୍ୟ କରିଥାନ୍ତି। ଗତ କିଛି ଦିନ ତଳେ ଘଟି ଥିବା ସୌମ୍ୟଙ୍କ ମୃତ୍ୟୁ କୁ ନେଇ ପାଟି ଖାଲିଛନ୍ତି ବିବାଦୀୟ ଅଭିନେତ୍ରୀ ରାନି ପଣ୍ଡା ।

ସେ ସୌମ୍ୟଙ୍କ ପ୍ରତି ହେଉଥିବା ଅନ୍ୟାୟ କୁ ଘୋର ନିନ୍ଦା କରିଛନ୍ତି। ଆଉ କହିଛନ୍ତି ଯଦି ସମାଜ ରେ ମହିଳାଙ୍କ ନ୍ୟାୟ ପାଇ ଏତେ ନିୟମ କାନୁନ ରହିଛି । ତେବେ ପୁରୁଷଙ୍କ ପାଇଁ ମଧ୍ୟ ସେହି ନିୟମ ରହିବା ଦରକାର। ସୌମ୍ୟ ଯେତେବେଳେ ଜାଣିଲେ ସୋନାଲି ଏମିତି ବୋଲି ତାଙ୍କର ସେହି ମୁହୂର୍ତ୍ତରେ ସୋନାଲି କୁ ଛାଡି ଦେବାର ଥିଲା ବୋଲି ମଧ୍ୟ କହିଛନ୍ତି ରାନି ପଣ୍ଡା ।

ସେ କିହିଛନ୍ତି ଯେ ସୋନାଲି ଯଦି ନିଜର ଭୁଲ ମାନିଯିବ ତେବେ ଭଲ କଥା । ରାନୀ ପଣ୍ଡା ଆଗକୁ କହିଥିଲେ କି ପଇସା ସବୁ କିଛି ହୋଇଥାଏ । ପଇସା ଥିଲେ ହିଁ ଖାଇବା ବଞ୍ଚିବା ରହିବା ହୋଇଥାଏ କିନ୍ତୁ ଅନ୍ୟର କ୍ଷତି କରିବା ଉଚିତ ନୁହେଁ । ରାନୀ ପଣ୍ଡାଙ୍କ ଜୀବନରେ ବି ବର୍ତ୍ତମାନ ବହୁତ କିଛି ଘଟୁଛି । ଯାହା ବିଷୟ ରେ କିଛି ଦିନ ପରେ ସମସ୍ତେ ଜାଣି ଯିବେ ବୋଲି ସେ କହି ଥିଲେ। କିନ୍ତୁ ରାନୀ ପଣ୍ଡା କାହାକୁ ଚିତା କାଟି ଖାଇବା ଜାଣି ନାହିଁ କି କାହା ଠାରୁ ଆଣି କୋଟିପତି ହବ ବୋଲି ଚିନ୍ତା କରି ନାହିଁ ବୋଲି ସେ କହିଛନ୍ତି ।

ଜଣେ ଭଲ ପରିବାର ରୁ ହୋଇ ମଧ୍ୟ କାହିକି ସେ ଏପରି କାମ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି । ଆଉ ଏ କଥା ମଧ୍ୟ କହିଛନ୍ତି କି ଅଟେ ସବୁ ହେଲା ପରେ ସୋନାଲି କାହିକି 4 କୋଟି ଲୋକଙ୍କ ସାମ୍ନା ରେ ଚୁପ୍ ରହିଚି ତାହା ନେଇ ପ୍ରଶ୍ନ ଉଠାଇଛନ୍ତି ରାଣୀ ପଣ୍ଡା ।ସେ କହିଚନ୍ତି ଏହି ଘଟଣା ରେ 10 ପ୍ରତିଶତ ଭୁଲ୍ ସୌମ୍ୟ କର ଥିବା ବେଳେ ଆଉ 90 ପ୍ରତିଶତ ଭୁଲ୍ ସୋନାଲିଙ୍କ ର ରହିଚି

Leave a Reply

Your email address will not be published. Required fields are marked *