“ରାଜବୀରର ଜୀବନକୁ ନେଇ ଖେଳନ୍ତୁନି…ମୋ ପୁଅକୁ ମାରିବା ପାଇଁ ଏହା ତାଙ୍କର ପ୍ଲାନ”

ରାଜବୀରଙ୍କ ମୁହଁକୁ ଦେଖିବାକୁ ଏବେ ଆଉ କାହା ମୁହଁ ନାହିଁ । ରାଜବୀରଙ୍କ ଏହି ଟଳମଳ ଆଖି ହୁଏତ ଆଉ କେତେଦିନ ବା କେତେସମୟ ଦେଖିବାକୁ ମିଳିପାରେ । ଜୀବନ ମରଣ ଭିତରେ ଆଉ ମାତ୍ର ଦିନ କେତୋଟି ବାକି ଅଛି । ରାଜବୀରଙ୍କ ଏହି ଅବସ୍ଥା ଦେଖିଲେ ନିଜକୁ ଅସହାୟ ଲାଗୁଛି । ଏମିତି ଲାଗୁଛି କିଏ ଚାଲିଯିବା ଆଗରୁ କାନ୍ଦି କାନ୍ଦି ବଞ୍ଚିବାକୁ ନେହୁରା ହେଉଛି ।

କିନ୍ତୁ ଗରିବ ସାଧାରଣ ମଣିଷଟିଏ ଦେଖିବା ଓ ଶୁଣିବା ଛଡା ତା ପାଖରେ ଆଉ କିଛି ବାଟ ନାହିଁ । ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ପାଇଁ ସାଧାରଣ ମଣିଷଟେ ପାଖରେ କୁଆଡୁ ବା ସକ୍ଷମ ଆସିବ । ବାପା ମା ଅହରହ ଚେଷ୍ଟା କଲା ପରେ ମଧ୍ୟ ହୋଇପାରୁନାହିଁ ଟଙ୍କା ଯୋଗାଡ । ହାତ ଯୋଡ଼ି, କାନି ପତେଇ ରାଜବୀରଙ୍କ ଜୀବନ ଭିକ୍ଷା ମାଗୁଛନ୍ତି ମା ଜଣଙ୍କ ।

ତେବେ ବନ୍ଧୁଗଣ ପୁଅକୁ ଭଲ କରିବାକୁ ଦରକାର ୧୬ କୋଟି ।ଏସସିବିରେ ବି ନାହିଁ ଏହାର ଚିକିତ୍ସା ବ୍ୟବସ୍ଥା । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ କହି ଫେରାଇ ଦେଲେ ଏସସିବି କର୍ତ୍ତୃପକ୍ଷ । ପାଖରେ ଟଙ୍କା ନାହିଁ । ସମୟ ବି ନାହିଁ ।  ଶେଷ ରେ ସେ ମାଆ ରାଜବୀର କୁ କହି କହି ନିଜେ ମଧ୍ୟ ହାତ ଯୋଡି ସାହାଯ୍ୟ ମାଗୁଛନ୍ତି । ତେବେ ସୂଚନାଯୋଗ୍ୟ ଯେ ୧୯ ମାସର ରାଜବୀର ରଣା ବିରଳ ଜେନେଟିକ ରୋଗରେ ପୀଡ଼ିତ

ତେବେ ଏସବୁ ମଧ୍ୟରେ ଦେଖା ଦେଇଛି ଟଙ୍କା କଲେକ୍ସନ କୁ ନେଇ ଗଣ୍ଡଗୋଳ ଓ ବିବାଦ । ରାଜବୀରର ଟଙ୍କା ହାତେଇବା ପାଇଁ ଚାଲିଛି ଏବେ ବିଭିନ୍ନ ପ୍ରକାର ଷଡଯନ୍ତ୍ର । ଏହି ସମୟ ରେ ସୋସିଆଲ ମିଡିଆରେ ରେ ପଇସା କୁ ନେଇ ହେଇଥିବା ଭିଡ଼ିଓ ଉପରେ ମୁଁହ ଖୋଲିଛନ୍ତି ତାଙ୍କ ମା । ଭିଡ଼ିଓ ମାଧ୍ୟମ ରେ ସେ ସତ ଦେଖାଇଛନ୍ତି । ଏହା ଗୋଟିଏ ମିଥ୍ୟା ଅପବାଦ । ୩ ଲକ୍ଷ ୧୭ ହଜାର ଟଙ୍କା ଯୋଗାଡ ହୋଇଛି । ତେଣୁ ବର୍ତ୍ତମାନ ଏହାକୁ ନେଇ ବିବାଦ ଉଠିଛି । ଆମେ ଗରିବ ଶ୍ରେଣୀ ର ଲୋକ ।

ମିଛ କଥା କହି ଆମକୁ ଫାସାଇ ଦିଆ ଯାଉଛି । ମୋ କୁନି ପୁଅ ର ଜୀବନ ଚାଲିଯିବ । ଏମିତି କରନ୍ତୁ ନାହିଁ । ମୋତେ ସାହାଯ୍ୟ କରନ୍ତୁ । ମୁଁ ଆତ୍ମହତ୍ୟା କରିଦେବି । ଜାଣି ଶୁଣି ଏପରି କରା ଯାଉଛି । ହେଲେ ଆପଣ ମାନଙ୍କ ସାହାଯ୍ୟ ରେ ମୋ ପୁଅ ବଞ୍ଚି ପାରିବ । ଆମେ ଦିଲ୍ଲୀ ଯାଇଥିଲୁ ମନ୍ତ୍ରୀ ଙ୍କୁ ଭେଟିବା ପାଇଁ ମାତ୍ର ଆମେ ଗରିବ ଲୋକ ଆମକୁ କାହିଁକି ଭେଟିବେ । ସାରା ଓଡ଼ିଶା ବାସି ସାହାଯ୍ୟ କରିଛନ୍ତି ୧୬ କୋଟି ହେବାକୁ ଆହୁରି ସାହାଯ୍ୟ କରନ୍ତୁ । ଏହିପରି କାନ୍ଦି କାନ୍ଦି ଅସହାୟ ମା ଭିଡ଼ିଓ ମାଧ୍ୟମ ରେ ଜଣାଇଛନ୍ତି ଯାହାକୁ ଦେଖିଲେ ଆପଣ ଙ୍କ ଛାତି ମଧ୍ୟ ଥରି ଉଠିବ ।

Leave a Reply

Your email address will not be published. Required fields are marked *